Categories: ଜାତୀୟ

୩୬ରୁ ଜଣେ ଶିଶୁଙ୍କର ଜନ୍ମର ପ୍ରଥମ ବର୍ଷରେ ଘଟୁଛି ମୃତ୍ୟୁ, ରିପୋର୍ଟ…

ନୂଆଦିଲ୍ଲୀ, ୪।୬ : ଗତ କିଛି ଦଶନ୍ଧି ମଧ୍ୟରେ ଦେଶରେ ଶିଶୁ ମୃତ୍ୟୁହାରରେ ହ୍ରାସ ଘଟିଛି। ସରକାରୀ ପରିସଂଖ୍ୟାନ ଅନୁଯାୟୀ ଭାରତର ପ୍ରତି ୩୬ ଶିଶୁଙ୍କ ମଧ୍ୟରୁ ଜଣଙ୍କର ଜନ୍ମ ହେବାର ପ୍ରଥମ ବର୍ଷ ମଧ୍ୟରେ ମୃତ୍ୟୁ ଘଟିଥାଏ। ରେଜିଷ୍ଟ୍ରାର୍‌ ଜେନେରାଲ ଅଫ ଇଣ୍ଡିଆ ଦ୍ୱାରା ପ୍ରକାଶିତ ନୂତନ ତଥ୍ୟ ଅନୁଯାୟୀ, ୨୦୨୦ରେ ପ୍ରତି ହଜାରେ ଜନ୍ମିତ ଶିଶୁଙ୍କ ମଧ୍ୟରେ ମୃତ୍ୟୁ ସଂଖ୍ୟା ୨୮ ରହିଥିଲା। ୧୯୭୧ରେ ଘଟିଥିବା ମୃତ୍ୟୁ ସଂଖ୍ୟାର ଏହା ଏକ ଚତୁର୍ଥାଂଶରୁ କମ। ସେତେବେଳେ ପ୍ରତି ହଜାରେ ଶିଶୁଙ୍କ ମଧ୍ୟରେ ୧୨୯ଜଣଙ୍କ ମୃତ୍ୟୁ ଘଟୁଥିଲା।

ତଥ୍ୟ ଅନୁଯାୟୀ, ଗତ ଦଶ ବର୍ଷ ମଧ୍ୟରେ ଶିଶୁ ମୃତ୍ୟୁ ହାରରେ ପ୍ରାୟ ୩୬ ପ୍ରତିଶତ ହ୍ରାସ ଘଟିଛି। ଗତ ଦଶନ୍ଧିରେ ସମଗ୍ର ଭାରତୀୟ ସ୍ତରର ଏହା ୪୪ ପ୍ରତିଶତ ରୁ ୨୮ ପ୍ରତିଶତକୁ ଖସି ଆସିଛି ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଗ୍ରାମାଞ୍ଚଳରେ ଏହା ୪୮ରୁ ୩୧କୁ ହ୍ରାସ ପାଇଛି। ସେହିପରି ସହରାଞ୍ଚଳରେ ଏହା ୨୯ ରୁ ୧୯ କୁ ଖସି ଆସିଛି । ଏହା ଯଥାକ୍ରମେ ୩୫ ପ୍ରତିଶତ ଏବଂ ୩୪ ପ୍ରତିଶତ ହ୍ରାସ ପାଇଛି ।

୧୯୭୧ରେ ଜନ୍ମ ହାର ୩୬.୯ ପ୍ରତିଶତ ଥିଲା, ଯାହା ୨୦୨୦ରେ ୧୯.୫ ପ୍ରତିଶତକୁ ଖସି ଆସିଥିଲା। ଗତ ପାଞ୍ଚ ଦଶନ୍ଧି ମଧ୍ୟରେ ଗ୍ରାମାଞ୍ଚଳରେ ଜନ୍ମ ହାର ସହରାଞ୍ଚଳ ତୁଳନାରେ ଅଧିକ ରହିଛି। ଗତ ଦଶନ୍ଧିରେ ଜନ୍ମ ହାର ପ୍ରାୟ ୧୧ ପ୍ରତିଶତ ହ୍ରାସ ପାଇଛି। ୨୦୧୧ ରେ ଏହା ୨୧.୮ ପ୍ରତିଶତରୁ ୨୦୨୦ ରେ ୧୯.୫ ପ୍ରତିଶତରେ ପହଞ୍ଚିଛି। ଗ୍ରାମାଞ୍ଚଳରେ ଏହା ୨୩.୩ ପ୍ରତିଶତରୁ ୨୧.୧ ପ୍ରତିଶତ ହୋଇଛି। ଫଳରେ ଗ୍ରାମାଞ୍ଚଳରେ ଏହା ପ୍ରାୟ ୯ ପ୍ରତିଶତ ହ୍ରାସ ପାଇଛି। ସେହିପରି ସହରାଞ୍ଚଳରେ ଏହା ୧୭.୬ ପ୍ରତିଶତ ରହିଛି।

Share