ନାମାଙ୍କନ ନ ହେଉଣୁ ବଢ଼ିଲାଣି ନିର୍ବାଚନୀ ତାତି, ଗୋଟିଏ ଦଳକୁ ଟାର୍ଗେଟ କରୁଛି ଆଉ ଏକ ଦଳ

ବରଗଡ଼,୧୩ା୪(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ଉଷ୍ଣତା ସେତିକି ବଢ଼ିବାରେ ଲାଗିଛି। ବରଗଡ଼ ମଧ୍ୟ ଏଥିରୁ ବାଦ୍‌ ପଡ଼ି ନାହିଁ । ବରଗଡ଼ର ଏକ ହୋଟେଲ ସମ୍ମିଳନୀ କକ୍ଷରେ ଭାଜପାର ମିଶ୍ରଣ ପର୍ବରେ ଦଳର ଜିଲା ସଭାପତି ତଥା ବରଗଡ଼ ବିଧାନସଭା ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀ ଉଦ୍‌ବୋଧନ ଦେବାକୁ ଯାଇ ସିଧାସଳଖ କାହାରି ନାମ ନେଇ ନ ଥିଲେ ହେଁ ଆଚାର୍ଯ୍ୟ ପରିବାରକୁ ଟାର୍ଗେଟ୍‌ କରିଛନ୍ତି।

ସେ କହିଥିଲେ, ବରଗଡ଼ରୁ ଯେତେଦିନ ପର୍ଯ୍ୟନ୍ତ ଆଚାର୍ଯ୍ୟ ପରିବାରକୁ ବିଦା କରାଯାଇ ନାହିଁ, ସେତେଦିନ ପର୍ଯ୍ୟନ୍ତ ବରଗଡ଼ର ବିକାଶ ସାଧିତ ହେବ ନାହିଁ। ଆଚାର୍ଯ୍ୟ ପରିବାର ମିଲ୍‌, ଫ୍ୟାକ୍ଟ୍ରି ବିକ୍ରି କରିଦେଇ ବାଲି ମାଫିଆ, ଜମି ମାଫିଆଙ୍କ ସହିତ ବେପାର କରୁଥିବା ବେଳେ ଅଞ୍ଚଳର ଯୁବକ, ବୃଦ୍ଧ, ମହିଳାଙ୍କ ଭାବନା ସହିତ ଖେଳୁଛନ୍ତି। ଏହାର ପ୍ରତିଶୋଧ ନେବା ପାଇଁ ଉଚିତ୍‌ ସମୟ ଆସିଛି ବୋଲି ଷଡ଼ଙ୍ଗୀ କହିଥିଲେ।

ସେହିପରି ଭାଜପା ପ୍ରାର୍ଥୀ ଅଶ୍ୱିନୀ ଷଡ଼ଙ୍ଗୀଙ୍କ ପରିବାରବାଦ୍‌ ଅଭିଯୋଗ ନେଇ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ କଡ଼ା ଜବାବ୍‌ ଦେଇଛନ୍ତି। ତାଙ୍କୁ ପଚାରିବାରୁ ଆଚାର୍ଯ୍ୟ କହିଛନ୍ତି, ବରଗଡ଼ ନିର୍ବାଚନ ମଣ୍ଡଳୀରେ ତାଙ୍କ କାକା ପ୍ରସନ୍ନ ଆଚାର୍ଯ୍ୟ, ବାପା ସ୍ବର୍ଗତ ଆନନ୍ଦ ଆଚାର୍ଯ୍ୟ ବିଧାୟକ ନିର୍ବାଚିତ ହୋଇସାରି ଥିବାବେଳେ ଏବେ ସେ ପାଖାପାଖି ୧୦ବର୍ଷ ହେବ, ଏଠାରେ ବିଧାୟକ ରହିଛନ୍ତି। ଏହା ସହିତ ଚଳିତ ନିର୍ବାଚନରେ ମଧ୍ୟ ସେ ନିର୍ବାଚନ ଲଢ଼ୁଛନ୍ତି। ସେହିପରି ଦେବେଶ ଆହୁରି ମଧ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀ ସଂସଦର ଶେଷ ଅଧିବେଶନରେ ପରିବାରବାଦ୍‌ର ସଂଜ୍ଞା ଭଲଭାବେ ବୁଝାଇ ସାରିଛନ୍ତି। ଫଳରେ ଯେଉଁମାନେ ପରିବାରବାଦ୍‌ କଥା ଉଠାଉଛନ୍ତି, ସେମାନେ ପ୍ରଧାନମନ୍ତ୍ରୀଙ୍କୁ ପଚାରିଲେ ତା’ର ଉତ୍ତର ଠିକ୍‌ ଭାବେ ପାଇପାରିବେ ବୋଲି ସେ କହିଛନ୍ତି। ସେହିପରି ସେ ଦଳ ପାଇଁ ପୋଷ୍ଟର ଲଗାଇବାଠାରୁ କାମ ଆରମ୍ଭ କରି ବିଧାୟକ ନିର୍ବାଚିତ ହୋଇଛନ୍ତି। ଯଦି କେହି ତାଙ୍କ ବିରୋଧରେ ଟଙ୍କାଟିଏ ଦୁର୍ନୀତି ଅଭିଯୋଗର ପ୍ରମାଣ କରିଦେବେ, ସେ ରାଜନୀତିରୁ ସବୁଦିନ ପାଇଁ ସନ୍ନ୍ୟାସ ନେଇଯିବେ ବୋଲି ଦେବେଶ କହିଥିଲେ। ଏହା ସହିତ ବରଗଡ଼ର ବିକାଶ ବିରୋଧୀଙ୍କୁ କେବେ ଦେଖାଯିବ ନାହିଁ, ବରଗଡ଼ବାସୀ ଏହାର ଉତ୍ତର ଠିକ୍‌ ରଖିବେ ଏବଂ ଆଗାମୀ ନିର୍ବାଚନରେ ପୁଣି ତାଙ୍କୁ ଆଶୀର୍ବାଦ କରି ସେବା କରିବାର ସୁଯୋଗ ଦେବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri