Posted inଜାତୀୟ

୨ ଯୁବତୀଙ୍କ ଉପରେ ମାଡ଼ିଗଲା ପୋଲିସ ଭ୍ୟାନ୍‌

ଜଳନ୍ଧର, ୧୮।୧୦: ପଞ୍ଜାବର ଜଳନ୍ଧର ସହରରେ ସୋମବାର ପୋଲିସ ଭ୍ୟାନ୍‌ ମାଡ଼ିଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ସହ ସ୍ଥାନୀୟ ଲୋକେ ଜଳନ୍ଧର-ଫଗଓ୍ବାରା ଜାତୀୟ ରାଜପଥ ଅବରୋଧ କରିଥିଲେ। ଗାଡ଼ି ଚଳାଉଥିବା ପୋଲିସ ଇନ୍‌ସ୍ପେକ୍ଟରଙ୍କୁ ଗିରଫ କରାଯାଇଛି। ସିସିଟିଭି କ୍ୟାମେରାରେ ଉକ୍ତ ହିଟ୍‌ ଆଣ୍ଡ ରନ୍‌ ଦୃଶ୍ୟ କଏଦ ହୋଇଛି।

ରିପୋର୍ଟ ଅନୁଯାୟୀ ଦୁଇଜଣ ଯୁବତୀ ରାସ୍ତା ପାର ହେବା ପାଇଁ ଜଳନ୍ଧର କ୍ୟାଣ୍ଟନମେଣ୍ଟ ଅଞ୍ଚଳର ଏକ ରୋଡ୍‌ ଡିଭାଇଡରରେ ଛିଡ଼ା ହୋଇଥିଲେ। ସେତିକି ବେଳେ ଏକ ଧଳା ରଙ୍ଗର କାର ସେମାନଙ୍କ ଆଡ଼କୁ ଦ୍ରୁତ ବେଗରେ ମାଡ଼ିଆସି ଧକ୍କା ଦେଇ ଚାଲିଯାଇଥିଲା। କାର୍‌ ଶୋ’ରୁମ୍‌ରେ କାର୍ଯ୍ୟ କରୁଥିବା ନବଜୋତ୍‌ କୌରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଯୁବତୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ପୋଲିସ ଇନ୍ସପେକ୍ଟର ଅମ୍ରିତ୍‌ ପାଲ୍‌ ସିଂ ଉକ୍ତ ଗାଡ଼ି ଚଳାଉଥିଲେ। ତାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ପାଇଁ ନବଜୋତ୍‌ଙ୍କ ମାଆ ତେଜିନ୍ଦର କୌର ଦାବି କରିଛନ୍ତି। ଅମ୍ରିତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ନ ହେବା ପର୍ଯ୍ୟନ୍ତ ରାଜପଥରୁ ଅବରୋଧ ହଟିବ ନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ରାସ୍ତା ଅବରୋଧ ଯୋଗୁ ସହରର ବିଭିନ୍ନ ସ୍ଥାନରେ ପ୍ରବଳ ଟ୍ରାଫିକ୍‌ ଜାମ ହୋଇଥିଲା। କାରରେ ଇନ୍‌ସ୍ପେକ୍ଟର ଅମ୍ରିତ ଏକା ଥିଲେ ଓ ତାଙ୍କୁ ଗିରଫ କରାଯାଇଛି ବୋଲି ଜଳନ୍ଧର ଏଡିସିପି ସୁହେଲ ମିର୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୋରେନ ସରକାରଙ୍କୁ ଶାହାଙ୍କ ଖୋଲା ଚ୍ୟାଲେଞ୍ଜ: ନିର୍ବାଚନ ମଇଦାନରେ ହେବ ଲଢ଼େଇ…

ଦେଓଘର,୪।୨ : କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶନିବାର ଦେଓଘରଠାରେ ଭାଜପାର ବିଜୟ ସଂକଳ୍ପ ରାଲିକୁ ସମ୍ବୋଧିତ କରିବାବେଳେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସରକାରଙ୍କୁ...

ଜ୍ୟୋତିର୍ବିଦ୍‌ ବେଜାନ ଦାରୁଓ୍ବାଲାଙ୍କ ପରଲୋକ

ନୂଆଦିଲ୍ଲୀ,୨୯ା୫- ଖ୍ୟାତନାମା ଜ୍ୟୋତିର୍ବିଦ୍‌ ବେଜାନ ଦାରୁଓ୍ବାଲାଙ୍କର ଶୁକ୍ରବାର ପରଲୋକ ହୋଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ଗତ ସପ୍ତାହରେ ତାଙ୍କୁ...

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏନ୍ଥନି ଅଲବନିଜଙ୍କ ସହ ଟେଷ୍ଟ ମ୍ୟାଚ ଦେଖିବେ ମୋଦି: ସୁରକ୍ଷା ବ୍ୟବସ୍ଥା କଡାକଡି

ନୂଆଦିଲ୍ଲୀ,୯ ।୩: ଅହମଦାବାଦର ମୋଟେରା ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ମ୍ୟାଚର ଆୟୋଜନ ହେବାକୁ ଯାଉଛି । ଏହାର ବିଶେଷତ୍ୱ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

କିଏ ଦେଶଭକ୍ତ ଅବା ଦେଶଦ୍ରୋହୀ ତାହା ମୋଦିଙ୍କୁ ଅଜଣା: ପ୍ରିୟଙ୍କା

ବିଜନୌର,୧୫।୨: ଦେଶରେ ଲୋକଙ୍କୁ ଚିହ୍ନିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଲ୍‌ କରୁଛନ୍ତି। କିଏ ଦେଶଭକ୍ତ ଅବା ଦେଶଦ୍ରୋହୀ ତାହା ତାଙ୍କୁ ଅଜଣା। ଏହା ମଧ୍ୟରେ ଥିବା...

ସ୍ତ୍ରୀ ଖୋଜୁଛନ୍ତି ମନ୍ତ୍ରୀ, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଟୁଇଟ୍‌

କୋହିମା,୧୧।୭: ନାଗାଲାଣ୍ଡର ଉଚ୍ଚଶିକ୍ଷା ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ଭାଜପା ନେତା ତେମଜେନ ଇମ୍‌ନା ଆଲଙ୍ଗଙ୍କ ଏକ ଟୁଇଟ୍‌ ଏବେ ସୋସିଆଲ ମିଡିଆରେ ଭାଇରାଲ...

‘ଛୁଟି ଚାହୁଁଥିଲେ ଏକା ଦେଖାକର’ ମନ୍ତବ୍ୟକୁ ନିର୍ଯାତନା ସୂଚକ ଭାବେ ଗ୍ରହଣ କରିହେବ ନାହିଁ, ହାଇକୋର୍ଟ…

ରାୟପୁର,୪।୧୧: ଜଣେ ସହକାରୀ ପ୍ରଫେସରଙ୍କ ବିରୋଧରେ ଅଣାଯାଇଥିବା ଯୌନ ନିର୍ଯାତନା ଏଫଆଇଆର୍‌କୁ ଖଣ୍ଡନ କରି ଛତିଶଗଡ ହାଇକୋର୍ଟ କହିଛନ୍ତି, ‘ଯଦି ଛୁଟି ଚାହୁଁଛ, ଏକୁଟିଆ ଦେଖା...

ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ପାସେଞ୍ଜର ଟ୍ରେନ୍‌ ବାତିଲ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଇଣ୍ଡିଆନ୍‌ ରେଲଓ୍ବେ ବଡ ପଦକ୍ଷେପ ନେଇଛି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ପାସେଞ୍ଜର ଟ୍ରେନକୁ ବାତିଲ କରାଯାଇଥିବା ସୂଚନା...

ଓମିକ୍ରନ୍‌ ତାଣ୍ଡବ ଆରମ୍ଭ, ଆକ୍ରାନ୍ତଙ୍କ ସଂଖ୍ୟା ୨,୧୩୫…

ନୂଆଦିଲ୍ଲୀ, ୫।୧: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଓମିକ୍ରନ୍‌ ସଂକ୍ରମଣ ଗ୍ରାଫ୍‌ ଉପର ମୁହାଁ ହେବାରେ ହୋଇଛି।...

Advertisement
Archives

Model This Week