୨ ବାଇକ୍‌ ମୁହାଁମୁହିଁ: ପଛରୁ ଆସି ଚଢ଼ିଗଲା ଟ୍ରକ୍‌

ଏମ୍‌ଭି ୭୯,୨୬ା୮(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ସୀମାନ୍ତ ମୋଟୁ ଥାନାଠାରୁ ପ୍ରାୟ ୨ କି.ମି. ଦୂର ୩୨୬ ନଂ. ଜାତୀୟ ରାଜପଥରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ସମୟରେ ପଛପଟୁ ଆସୁଥିବା ଏକ ଟ୍ରକ ବାଇକ୍‌ ଉପରେ ଚଢିଯିବାରୁ ଜଣେ ମହିଳାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସେ ମୋଟୁ ପଞ୍ଚାୟତ ଆଲମା ଗ୍ରାମର ବୋଲି ଜଣାପଡିଛି। ଖବରପାଇ ମୋଟୁ ପୋଲିସ ପହଞ୍ଚତ୍ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତରଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କାଲିମେଳା ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରୁ ପୋଲିସ ଦୁଇ ବାଇକ୍‌ ଓ ଟ୍ରକ ଜବତ କରି ତଦନ୍ତ ଜାରି ରଖଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଶୋକ ବିଶୋୟୀ କହିଛନ୍ତି।