ଧାନ ଅମଳ ମେଶିନରେ ଚାପିହୋଇ ଜଣେ ମୃତ

ହିଞ୍ଜିଳିକାଟୁ,୧୯।୧(ଡି.ଏନ.ଏ.): ହିଞ୍ଜିଳି ଥାନା ସମରଝୋଳ ଛକରେ ଗୁରୁବାର ଏକ ବିଲରେ ଜଣେ କୃଷି ଶ୍ରମିକଙ୍କୁ ଧାନ ଅମଳ ମେଶିନରେ ଚାପି ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ସେ ହେଲେ କରାଖଣ୍ଡି ଗ୍ରାମର ସନ୍ତୋଷ କୁମାର ଦାସ। ଖବରପାଇ ହିଞ୍ଜିଳି ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଇଛନ୍ତି। ଥାନାରେ ନଂ ୩୮/୨୩ରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିବା ସୂଚନା ମିଳିଛି।