ଦିନେ ଯାହାଙ୍କୁ ଡାକୁଥିଲେ ଅଙ୍କଲ୍‌, ଆଜି ସେ ସ୍ବାମୀ

୮୦ ଦଶକର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଥିଲେ ଅମୃତା ସିଂ। ଆଜି ସେ ୬୩ତମ ଜନ୍ମଦିନ ପାଳନ କରୁଛନ୍ତି। ଦୁଇଥର ପ୍ରେମରେ ପ୍ରତାରଣା ହେବା ପରେ ଅମୃତା ସିଂ ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କୁ ବିବାହ କରିଥିଲେ। ସେତେବେଳେ ସୈଫ ବଲିଉଡରେ ସଂଘର୍ଷ କରୁଥିଲେ। ଅମୃତା ଡେଟିଂର ମାତ୍ର ତିନି ମାସ ମଧ୍ୟରେ ୨୦ ବର୍ଷୀୟ ସୈଫଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଯେହେତୁ ଏହି ବିବାହ ପଟୌଦି ପରିବାରର ଥିଲା, ସେତେବେଳେ ଅନେକ ବଡ ବଡ଼ ସେଲିବ୍ରିଟି ଏହି ବିବାହରେ ଯୋଗ ଦେଇଥିଲେ। ଏହି ବିବାହରେ କପୁର ପରିବାର ମଧ୍ୟ ଯୋଗ ଦେଇଥିଲେ। କରୀନା କପୁର ମଧ୍ୟ ଅତିଥି ଭାବରେ ସୈଫ ଏବଂ ଅମୃତାଙ୍କ ବିବାହରେ ପହଞ୍ଚି ବିବାହକୁ ଅଭିନନ୍ଦନ ଜଣାଇଥିଲେ। ସୈଫଙ୍କୁ ତାଙ୍କ ବିବାହରେ ଅଭିନନ୍ଦନ ଜଣାଇ କରୀନା କହିଥିଲେ, ‘ଅଭିନନ୍ଦନ, ସୈଫ୍‌ ଅଙ୍କଲ୍‌। ସୈଫ ମଧ୍ୟ ହସି ହସି କହିଥିଲେ- ‘ଧନ୍ୟବାଦ ବେଟା’। ଅବଶ୍ୟ, ସମୟ ଏପରି ମୋଡ଼ ନେଇଗଲା ଯେ ଏବେ କରୀନା ସୈଫ୍‌ଙ୍କ ସ୍ତ୍ରୀ ହୋଇଯାଇଛନ୍ତି।
ବହୁ ତିକ୍ତତା ପରେ ଅମୃତା ଏବଂ ସୈଫଙ୍କ ସମ୍ପର୍କ ଛାଡପତ୍ରର ରୂପ ନେଇଥିଲା। ୨୦୦୪ରେ ଅମୃତାଙ୍କଠାରୁ ଅଲଗା ହେବା ପରେ ସୈଫ ସ୍ବିସ ମଡେଲ ରୋଜା କ୍ୟାଟାଲାନୋଙ୍କୁ ୩ ବର୍ଷ ପାଇଁ ଡେଟ କରିଥିଲେ ମଧ୍ୟ ଦୁହିଁଙ୍କ ବ୍ରେକଅପ ହୋଇଥିଲା।
କିଛି ବର୍ଷ ପରେ ସୈଫ ଅଲ୍ଲୀ ଖାନ ଏବଂ କରୀନା କପୁର ଖାନ ଫିଲ୍ମର ଶୁଟିଂ ସମୟରେ ସାକ୍ଷାତ ହୋଇଥିଲେ ଏବଂ କାମ ସହିତ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବଢିବାରେ ଲାଗିଲା। ଉଭୟ ପରସ୍ପରକୁ ୫ ବର୍ଷ ଡେଟ କରିଥିଲେ ଏବଂ ପରେ ୨୦୧୨ରେ ବିବାହ କରିଥିଲେ।

Share