ଦିନେ କାମ ପାଇଁ ଘର ଘର ବୁଲୁଥିଲେ ଏହି ଅଭିନେତା: ଏବେ ଗୋଟେ ଏପିସୋଡ ପାଇଁ କେତେ ଟଙ୍କା ଚାର୍ଜ କରନ୍ତି ଜାଣନ୍ତୁ

ଏକ ଦଶନ୍ଧିରୁ ଅଧିକ ଦିନ ଧରି ଚାଲିଆସୁଥିବା କମେଡି ସିରିଏଲ ‘ତାରକ ମେହେଟା କା ଓଲଟା ଚାଷ୍ମା’ ପ୍ରତ୍ୟେକ ଘରେ ଲୋକପ୍ରିୟ ହୋଇପାରିଛି। ବର୍ଷ ବର୍ଷ ଧରି ଟିଆର୍‌ପି, ଜେଠାଲାଲ, ବବିତାଜୀ ଏବଂ ପୋପଟଲାଲ ଶୀର୍ଷରେ ଥିବା ଏହି ସିରିଏଲ୍‌ର ଚରିତ୍ରମାନେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ତେବେ ଆଜି ହେଉଛି ହେଉଛି ଏହି ଜେଠାଲାଲ ଅର୍ଥାତ ଦିଲୀପ ଯୋଶୀଙ୍କ ଜନ୍ମଦିନ। ଏହି ଅବସରରେ ତାଙ୍କ ପ୍ରକୃତ ଜୀବନ କାହାଣୀ ବିଷୟରେ ଜାଣନ୍ତୁ।
ଦିଲୀପଙ୍କ ଘର ଗୁଜରାଟର ପୋରବନ୍ଦରଠାରୁ ୧୦ କିଲୋମିଟର ଆଗରେ ଥିବା ଗୋସା ଗାଁ । ଏକ ସାକ୍ଷାତକାରରେ ଦିଲୀପ କହିଛନ୍ତି, ସେ ବ୍ୟାକଷ୍ଟେଜ କଳାକାର ଭାବେ କାମ କରିବା ଆରମ୍ଭ କରିଥିଲେ। ସେଠାରେ ସେ ପ୍ରତି ଭୂମିକା ପାଇଁ ୫୦ ଟଙ୍କା ପାଉଥିଲେ। ସେତେବେଳେ ସେମାନଙ୍କୁ କେହି କାମ ଦେଉ ନ ଥିଲେ। ଏହି ସମୟରେ ତାଙ୍କୁ ଘର ଘର ବୁଲିବାକୁ ପଡ଼ୁଥିଲା।
ତେବେ ବର୍ତ୍ତମାନ ଦିଲୀପ ଗୋଟିଏ ଏପିସୋଡ ପାଇଁ ଦେଢ଼ ଲକ୍ଷ ଟଙ୍କା ଚାର୍ଜ କରନ୍ତି । ଏଥି ସହିତ, ସେ ମାସକୁ ପ୍ରାୟ ୨୫ ଦିନ ଶୁଟିଂ କରନ୍ତି ଏବଂ ସେହି ଅନୁଯାୟୀ ସିରିଏଲ୍‌ରୁ ପ୍ରତି ମାସରେ ୩୬ ଲକ୍ଷ ଟଙ୍କା କମାନ୍ତି। ସେ ତାଙ୍କ ପରିବାର ସହିତ ମୁମ୍ବାଇରେ ରୁହନ୍ତି। ୧୨ ବର୍ଷ ବୟସରୁ ଥିଏଟରରେ ସେ କାମ କରିବା ଆରମ୍ଭ କରିଥିଲେନ।

Share