ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ ଦତ୍ତାତ୍ରେୟ ବାହିନୀପତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ସରପଞ୍ଚ ଦାଶରଥି ଜାନି, ପଦ୍ମିନୀ ମଲ୍ଲିକ, ଉମା ଚରଣ ମଲ୍ଲିକ, ସମିତି ସଭ୍ୟା ଦମୟନ୍ତୀ ଜାନି ଯୋଗଦେଇ ଥିଲେ। ସୁର ପ୍ରସାଦ ନାୟକ ମଞ୍ଚ ସଂଯୋଜନା କରିଥିଲେ। ଭଜନ ନୃତ୍ୟ ରଣ ପାଟୁଲି ହାଇ ସ୍କୁଲ, କାବେରୀ ଡ୍ୟାନ୍ସ ଗ୍ରୁପ, ବାଦ୍ରି ସଲୋ ଡ୍ୟାନ୍ସ ରଣ ପାଟୁଲି ସେବାଶ୍ରମ, ଡାଲଖାଇ ନୃତ୍ୟ ଦଳ ପଡାଆଦି ବାସି ନୃତ୍ୟ ଟିଟ୍ରାପଙ୍ଗା, ଲୋକକଳା ଦଳ ସେମାନଙ୍କର ପାରମ୍ପରିକ ନୃତ୍ୟ ଓ ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ। ଏଥିରେ ଅଭିଜ୍ଞ କଳାକାରଙ୍କୁ ସମ୍ବର୍ଦ୍ଧନା କରାଯାଇଛି। ଶେଷରେ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ ସାହୁ ଧନ୍ୟବାଦ ଦେଇଥିଲେ।

