ଦିନେ ଗୌରବ ଆଣୁଥିଲେ, ଏବେ ବାଲି ବୋହୁଛନ୍ତି

ନନ୍ଦପୁର, ୧୫।୬ (ଶଙ୍କର ପୂଜାରୀ) ଉଚ୍ଚଶିକ୍ଷିତ ତଥା ଅନ୍ତଃରାଷ୍ଟ୍ରୀୟ ଦୃଷ୍ଟିହୀନ କ୍ରିକେଟ ଖେଳରେ କୋରାପୁଟ ଜିଲା ତଥା ଓଡ଼ିଶାର ପ୍ରତିନିଧିତ୍ୱ କରି ଗୋଲୁର ପଞ୍ଚାୟତ ପୋଡ଼େଇସିଂ ଗ୍ରାମର ଯୁବକ ରଘୁରାମ ନାୟକ ଦିନେ ନନ୍ଦପୁର ବ୍ଲକ ପାଇଁ ଆଣିଥିଲେ ଗୌରବ। ଏବେ ସେ ଜାତୀୟ ସ୍ତରରେ ହୋଇଛନ୍ତି ସମ୍ମାନିତ। ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଆସୋସିଏଶନ (ସିଏବିଓ୍ବାଇ) ପକ୍ଷରୁ ଆୟୋଜିତ ଅନ୍ତଃରାଷ୍ଟ୍ରୀୟ ନାଗେଶ କ୍ରିକେଟ ଟୁର୍ନାମେଣ୍ଟରେ ଭାଗନେଇ ରଘୁରାମ ରାଜ୍ୟକୁ ୨୦୨୦ରେ ଚାମ୍ପିୟନ, ୨୦୨୧ ଓ ୨୦୨୨ରେ ଉପବିଜେତା କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ବର୍ତ୍ତମାନ ମଧ୍ୟ ସେ ରାଜ୍ୟ ତଥା ଜିଲା ଦୃଷ୍ଟିବାଧିତ କ୍ରିକେଟ ଟିମ୍‌ର ସଦସ୍ୟ ଅଛନ୍ତି। ନିଜ ଗୁଜୁରାଣ ମେଣ୍ଟାଇବାକୁ ରଘୁରାମ ନନ୍ଦପୁର ବ୍ଲକ ଅନ୍ତର୍ଗତ ଡୁରୁବା-ଗାଲଗାଣ୍ଡା ବାଲି ସଇରାତର ବାଲିବୁହା ଟ୍ରାକ୍ଟରରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। ଓଡ଼ିଶା ପରି କ୍ରୀଡ଼ାଭିତ୍ତିକ ରାଜ୍ୟରେ ଦିବ୍ୟାଙ୍ଗ ଆଦିବାସୀ ଖେଳାଳିଙ୍କୁ ପ୍ରୋତ୍ସାହନ ମିଳୁ ନ ଥିବା ଅଭିଯୋଗ କରିଛନ୍ତି ରଘୁରାମ।
କୋରାପୁଟ ଦୃଷ୍ଟିହୀନ ବିଦ୍ୟାଳୟରେ ଦଶମ ଓ କୋରାପୁଟ ଡିଏଭି କଲେଜରେ ସ୍ନାତକ ହାସଲ କରିଥିବା ରଘୁରାମ ୨୦୧୬ରେ ଦଶମ ଶ୍ରେଣୀ ପଢୁଥିବା ସମୟରେ ତାଙ୍କର କ୍ରିକେଟ ଖେଳ ପ୍ରତି ଥିବା ଆଗ୍ରହକୁ ଚିହ୍ନଟ କରିଥିଲେ ଗୁରୁ ଚନ୍ଦ୍ରଶେଖର ପଟ୍ଟନାୟକ। ପ୍ରଥମେ ଜିଲା ଦୃଷ୍ଟିହୀନ କ୍ରିକେଟ ଟିମ୍‌ ପରେ ରାଜ୍ୟ ଦୃଷ୍ଟିହୀନ କ୍ରିକେଟ ଟିମ୍‌କୁ ସେ ମନୋନୀତ ହୋଇ ଗତ ୬ବର୍ଷ ହେଲା ନିୟମିତ ସଦସ୍ୟ ଅଛନ୍ତି। ଅନ୍ତର୍ଜାତୀୟ କ୍ରିକେଟର ସୁଖରାମଙ୍କୁ ନିଜ ଆଦର୍ଶ ବୋଲି ମାନିଥିବା କହନ୍ତି ରଘୁରାମ। ରାଜ୍ୟ ପକ୍ଷରୁ ୩ଟି ଜାତୀୟ ନାଗେଶ ଟ୍ରଫି ପ୍ରତିଯୋଗିତାରେ ଖେଳି ସେ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ରାଜ୍ୟ ସରକାର ଓ ଜିଲା ପ୍ରଶାସନ କିମ୍ବା କୌଣସି ବେସରକାରୀ ଅନୁଷ୍ଠାନ ପକ୍ଷରୁ ତାଙ୍କୁ କୌଣସି ପ୍ରୋତ୍ସାହନ ମିଳୁ ନ ଥିବା କହନ୍ତି ସେ। କ୍ରିକେଟ୍‌ ଟୁର୍ନାମେଣ୍ଟ ସମୟରେ ଡାକ ଓ ମେଲ୍‌ ଯୋଗେ ଗୋଟେ ଚିଠି ଆସେ। ସେ ଭୁବନେଶ୍ୱର ଯାଆନ୍ତି। ଯାତାୟାତ ଖର୍ଚ୍ଚ ଓ ଖେଳିବା ସମୟର ଖାଦ୍ୟପେୟ ବ୍ୟବସ୍ଥା ରାଜ୍ୟ ଦୃଷ୍ଟିହୀନ କ୍ରିକେଟ ସଂଘ ବହନକରେ। ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ ମ୍ୟାଚ ପିଛା ମାତ୍ର ୬ଶହ ଟଙ୍କା ମିଳୁଥିବା କହିଛନ୍ତି ରଘୁରାମ। ଏବେ ସେ ନିଜ ଗାଁ ପୋଡ଼େଇସିଂରେ ବୃଦ୍ଧ ବାପା ସାଧୁ ନାୟକ, ମା’ ପାର୍ବତୀ, ୪ଭାଇ ନରସିଂହ, ରଘୁରାମ, ସୁନ୍ଦରାୟ, ଶୁକଦେବଙ୍କ ସହ ରହୁଛନ୍ତି। ପାରିବାରିକ ସ୍ଥିତି ଦୁର୍ବଳ ଯୋଗୁ ସ୍ନାତକ ପରେ ପାଠପଢ଼ାରେ ଡୋରି ବାନ୍ଧିଛନ୍ତି ଏହି ଖେଳାଳି। ସରକାରଙ୍କ ପକ୍ଷରୁ ତାଙ୍କୁ ଉପଯୁକ୍ତ ପ୍ରୋତ୍ସାହନ ଯୋଗାଇଦେବାକୁ ସାଧାରଣରେ ମତ ପ୍ରକାଶ ପାଉଛି। ନିଜ ସଫଳତାର ଶ୍ରେୟ ସେ ଦୃଷ୍ଟିହୀନ କ୍ରିକେଟ ସଂଘ ସମ୍ପାଦକ ମହମ୍ମଦ ଜାଫର ଇକ୍‌ବାଲ ଓ ଜାତୀୟ ସିଏବିଓ୍ବାଇ ସମ୍ପାଦକ ଜହନ ଡେଭିଡ୍‌ଙ୍କୁ ଶ୍ରେୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri