Posted inଜାତୀୟ

୨୪ ପରିବାରର କୋଟିଏ ଟଙ୍କା ଚଳୁ

ଭୋପାଳ,୨୬ା୫: ଅତି ଲୋଭ କରି ମଧ୍ୟପ୍ରଦେଶ ସାଗର ଜିଲାର ବୀଣା ଅଞ୍ଚଳର ସବ୍‌-ପୋଷ୍ଟ ଅଫିସ ପୋଷ୍ଟମାଷ୍ଟର ବିଶାଳ ଅହିରଓ୍ବାର ଏବେ ପୋଲିସ ହାଜତରେ। ସେ ୨୪ ଜମାକାରୀଙ୍କ ଏଫ୍‌ଡି (ଫିକ୍ସ ଡିପୋଜିଟ୍‌)କୁ ଆଇପିଏଲ୍‌ ବେଟିଂରେ ଉଡ଼ାଇ ଦେଇଛନ୍ତି। ତାହାର ପରିମାଣ ପ୍ରାୟ ୧ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି। ଅଳ୍ପ ସମୟରେ ବିପୁଳ ଟଙ୍କା ରୋଜଗାର କରିବା ନିଶା ବିଶାଳଙ୍କୁ ଘାରିଥିଲା।

ଏଥିପାଇଁ ସେ କ୍ରିକେଟ୍‌ ମ୍ୟାଚ୍‌ ବେଳେ ବେଟିଂରେ ଟଙ୍କା ଲଗାଇ ଆସୁଛନ୍ତି। ବର୍ତ୍ତମାନ ଆଇପିଏଲ୍‌ ସିଜିନ୍‌ ଚାଲିଥିବାବେଳେ ତାହାକୁ ନେଇ ହେଉଥିବା ବେଟିଂରେ ବିଶାଳ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା ହରାଇ ଦେଇଛନ୍ତି। ଏଥିପାଇଁ ୨୪ ପରିବାର ସର୍ବସ୍ବାନ୍ତ ହୋଇଯାଇଛନ୍ତି। କାରଣ ବିଶାଳ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କା ଫିକ୍ସ ଡିପୋଜିଟ୍‌ ଭାବେ ନେଇ ନକଲି ଏଫ୍‌ଡି ପାସ୍‌ବୁକ୍‌ ଧରାଇ ଦେଇଛନ୍ତି। ପ୍ରାୟ ୨ ବର୍ଷ ହେଲା ସେ ଏଭଳି କରୁଥିବା ଜଣାପଡ଼ିଛି। ନିକଟରେ କେତେଜଣ ଜମାକାରୀ ସେମାନଙ୍କ ଟଙ୍କା ଆଣିବା ପାଇଁ ପୋଷ୍ଟ ଅଫିସରେ ପହଞ୍ଚିବା ପରେ ବିଶାଳଙ୍କ କାରନାମା ପଦାକୁ ଆସିଥିଲା।

ସମ୍ପୃକ୍ତ ଜମାକାରୀଙ୍କ ନାମରେ କୌଣସି ଏଫ୍‌ଡି କିମ୍ବା ଆକାଉଣ୍ଟ ନ ଥିବା ପୋଷ୍ଟାଲ କର୍ମଚାରୀ କହିଥିଲେ। ଫଳରେ ଜମାକାରୀମାନେ ସ୍ଥାନୀୟ ପୋଲିସ ଷ୍ଟେଶନରେ ଅଭିଯୋଗ କରିଥିଲେ। ତଦନ୍ତ କରି ପୋଲିସ ବିଶାଳଙ୍କୁ ଗତ ୨୦ ତାରିଖରେ ଗିରଫ କରିଥିଲା। ପଚରାଉଚରା ପରେ ସେ ୨୪ ଜମାକାରୀଙ୍କ ଫିକ୍ସ ଡିପୋଜିଟ୍‌କୁ ଆଇପିଏଲ୍‌ ବେଟିଂ ଆପ୍‌ରେ ବିନିଯୋଗ କରିଥିବା ସ୍ବୀକାର କରିଥିଲେ। ଆଇପିସି ଦଫା ୪୨୦(ଠକେଇ), ୪୦୮ (ବିଶ୍ୱାସ ଭଙ୍ଗ)ରେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

ଟଙ୍କା ଜମା କରିଥିବା ବର୍ଷା ବାଥରୀ ଏବେ କ’ଣ କରିବେ ତାଙ୍କୁ କିଛି ବୁଦ୍ଧି ଜୁଟୁନାହିଁ। କରୋନାରେ ସ୍ବାମୀଙ୍କ ମୃତ୍ୟୁ ପରେ ପିଲାମାନଙ୍କ ଭବିଷ୍ୟତ ପାଇଁ ପୋଷ୍ଟ ଅଫିସ୍‌ରେ ୯ ଲକ୍ଷ ଟଙ୍କା ଏଫ୍‌ଡି କରିଥିଲେ। ଠକେଇ ହୋଇଥିବା ଜାଣିବା ପରେ ସେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏବେ ତାଙ୍କର ପିଲାମାନଙ୍କ ଭବିଷ୍ୟତ ଅନ୍ଧକାର ହୋଇଯାଇଥିବା କହିଛନ୍ତି।

 

 


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ହେଲା ଯୁଦ୍ଧ! ପ୍ରଥମ ଥର ପାଇଁ ଆମେରିକାର ୮୦୦ କୋଟିର ଫାଇଟର ଜେଟ୍‌କୁ ଇରାନର ଟାର୍ଗେଟ, ବଢ଼ିଲା…

ୱାଶିଂଟନ, ୧୯।୩:ମଧ୍ୟ-ପ୍ରାଚ୍ୟ ରଣାଙ୍ଗନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆମେରିକାର ଏକ ଅତ୍ୟାଧୁନିକ F-୩୫ ଷ୍ଟେଲଥ ଫାଇଟର ଜେଟ୍‌ ଇରାନ ଉପରେ ଏକ ଯୁଦ୍ଧ ମିଶନରେ…

ଇଂଲଣ୍ଡ ଗସ୍ତ ପୂର୍ବରୁ ଆୟର୍ଲାଣ୍ଡରେ ଟି୨୦ ସିରିଜ ଖେଳିବ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ,୧୯ା୩: ବିଶ୍ୱ ଚାମ୍ପିୟନ ଭାରତ, ଇଂଲଣ୍ଡରେ ଧଳା ବଲ ସିରିଜ୍‌ ଖେଳିବା ପୂର୍ବରୁ ଆସନ୍ତା ଜୁନରେ ଆୟର୍ଲାଣ୍ଡ ବିପକ୍ଷରେ ଏକ ଟି୨୦ ସିରିଜ୍‌ ଖେଳିବ। ଆୟର୍ଲାଣ୍ଡର ଡାଇରେକ୍ଟର…

କାଳବୈଶାଖୀ: ଉଡ଼ିଲା ଘର ଛପର, ଭାଙ୍ଗିଲା ଗଛ

ବିନିକା,୧୯ା୩ (ରାମ ଗୋପାଳ ବାଘ): ସୁବର୍ଣ୍ଣପୁର ଜିଲା ବିନିକା ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷତି ହୋଇଛି l ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଘର ଛପର ଉଡାଇ…

ଗୋଟିଏ ଦିନରେ IPLରୁ ୩ ବଡ଼ ଖେଳାଳି ବାହାର, ଲିଗ୍‌ ଆରମ୍ଭ ପୂର୍ବରୁ ହଇଚଇ

ନୂଆଦିଲ୍ଲୀ, ୧୯।୩: ଆଇପିଏଲ୍‌ର ନୂଆ ସିଜନ ଆରମ୍ଭ ହେବାକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ଏକାଧିକ ଫ୍ରାଞ୍ଚାଇଜ ପାଇଁ ଅଡୁଆ ବଢ଼ିବାରେ ଲାଗିଛି।…

ଗିରଫ ମାଓବାଦୀ ଖୋଲିଲେ ବଡ଼ ଗୁମର

ବଣାଇଁ,୧୯।୩(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଝାଡ଼ଖଣ୍ଡ ସୀମା ସଂଲଗ୍ନ ଝାଡ଼ଖଣ୍ଡ ଲାତେହାର ଜିଲାରେ ଚାଲିଥିବା ମାଓବାଦୀ ବିରୋଧୀ ଅଭିଯାନ କ୍ରମେ ଚଳିତ ମାସ ୧୪ ତାରିଖ ସୁରକ୍ଷାକର୍ମୀ ୨ଜଣ…

ମମତାଙ୍କ ପାଇଁ ଭାଜପାର ‘ଚକ୍ରବ୍ୟୁହ’: ଏପଟେ ଶୁଭେନ୍ଦୁ, ସେପଟେ ହୁମାୟୁନଙ୍କ ମୁସଲିମ୍‌ କାର୍ଡ, ଅସୁବିଧା…

କୋଲକାତା,୧୯।୩: ପଶ୍ଚିମବଙ୍ଗ ରାଜନୀତିରେ ଗୁରୁବାର ଏକ ବଡ଼ ଧରଣର ହଲଚଲ ଦେଖିବାକୁ ମିଳିଛି। ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଭବାନୀପୁର ଆସନ ଏବେ ହଟ୍‌ସ୍ପଟ ପାଲଟିଛି। ମୁଖ୍ୟମନ୍ତ୍ରୀ…

ପୁଣି ୮୮୦୦ ଶସ୍ତା ହେଲା ସୁନା,ରୂପା ବି ୨୫,୫୦୦ ଖସିଲା; ମୁଣ୍ଡରେ ହାତ ଦେଲେଣି ନିବେଶକ,ଆଗକୁ…

ନୂଆଦିଲ୍ଲୀ, ୧୯।୩: ଗୁରୁବାର ସାରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ସୁନା ଓ ରୁପା ଦରରେ ଜୋରଦାର ହ୍ରାସ ପରିଲକ୍ଷିତ ହୋଇଛି। ମଧ୍ୟ-ପ୍ରାଚ୍ୟରେ ଉତ୍ତେଜନା ଲାଗି…

ବଜ୍ରପାତରେ ଜଳିଗଲା ନଡ଼ିଆ ଗଛ

ଢେଙ୍କିକୋଟ,୧୯ା୩(ନୀଳମଣି ମଣ୍ଡଳ): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସାଙ୍ଗକୁ ବର୍ଷା ହୋଇଥିଲା। ବଜ୍ରପାତରେ ଢେଙ୍କିକୋଟ ବଜାରସ୍ଥିତ ରାମଚନ୍ଦ୍ର ସାହୁଙ୍କ ବାଡ଼ିରେ ଥିବା ନଡ଼ିଆ ଗଛ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri