କରୋନାକୁ ହରାଇ ପାରିବନି ଗୋଟିଏ ଦେଶ, ମିଳିତ ଲଢ଼େଇ ଆବଶ୍ୟକ: ଜାତିସଂଘ…

ଜୋନେଭା/ନୂଆଦିଲ୍ଲୀ,୨୫।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ତେବେ କରୋନା ବିରୋଧରେ ଲଢ଼େଇ କରିବା କୌଣସି ଗୋଟିଏ ଦେଶ ପକ୍ଷେ ସମ୍ଭବ ନୁହେଁ। ଏହାଦ୍ୱାରା କରୋନାକୁ ହରାଇ ହେବନି। ଏକ୍ଷେତ୍ରରେ ପୃଥିବୀର ସମସ୍ତ ଦେଶ ପକ୍ଷରୁ ମିଳିତ ଭାବେ ଯୋଜନାବଦ୍ଧ ଲଢ଼େଇର ଆବଶ୍ୟକତା ରହିଥିବା ଜାତିସଂଘ ମହାସଚିବ ଆଣ୍ଟୋନିଓ ଗ୍ୟୁଟେରେସ୍‌ ପ୍ରକାଶ କରିଛନ୍ତି। ସେ ବିଶ୍ୱ ସ୍ବାସ୍ଥ୍ୟ ସଭାକୁ ଭିଡ଼ିଓ କନଫରେନ୍ସିଂରେ ସମ୍ବୋଧିତ କରି ଏଭଳି କହିଛନ୍ତି। ଟିକାକରଣ, ଟେଷ୍ଟିଂ ଏବଂ ଚିକିତ୍ସା ଆଦି କ୍ଷେତ୍ରରେ ମିଳିତ ପ୍ରୟାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱ ସମୁଦାୟ ଏକଜୁଟ ହୋଇ କରୋନା ବିରୋଧରେ ଲଢ଼େଇରେ ସାମିଲ ହେବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। କରୋନା ଲଢ଼େଇରେ ଜି-୨୦ ଟାସ୍କ୍‌ ଫୋର୍ସ ଗଠନ କରିବା ଜରୁରୀ ହୋଇପଡ଼ିଥିବା କହିଛନ୍ତି।

Share