ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ, ଜଣେ ପୋଲିସ କର୍ମୀଙ୍କ ସମେତ ଦୁଇ ଆତଙ୍କବାଦୀ ମୃତ

ଇସଲାମାବାଦ,୧।୧୦: ପାକିସ୍ତାନରେ ଆତଙ୍କବାଦୀଙ୍କ ଏକ ଗୋଷ୍ଠୀ ମିୟାଂଓ୍ବାଲିରେ ପଞ୍ଜାବ ହାଇଓ୍ବେ ପାଟ୍ରୋଲିଂ(ପିଏଚପି) ପୋଷ୍ଟରେ ଆକ୍ରମଣ କରିଛନ୍ତି। ଏଥିରେ ଜଣେ ପୋଲିସ କର୍ମୀଙ୍କ ସମେତ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି।

ଏଆରଓ୍ବାଇ ନ୍ୟୁଜ ରିପୋର୍ଟ ଅନୁଯାୟୀ ପଞ୍ଜାବ ପୋଲିସର ମୁଖପାତ୍ର କହିଛନ୍ତି ଯେ ଏହି ଆକ୍ରମଣ ସକାଳେ ଘଟିଥିଲା ଏବଂ ସେଠାରେ ପାଟ୍ରୋଲିଂ କରୁଥିବା ସମୟରେ ପ୍ରାୟ ୧୦ ଜଣ ଆତଙ୍କବାଦୀ ଇସା ଖେଲ କୁଣ୍ଡଲ ପୋଷ୍ଟ ଉପରେ ଆକ୍ରମଣ କରିଥିଲେ। ପିଏଚପି ହେଡ କନଷ୍ଟେବଳଙ୍କୁ ହାରୁନ ଖାନ ବୋଲି ଚିହ୍ନଟ କରାଯାଇଛି।

Share