ମହିଳା ହୋମଗାର୍ଡଙ୍କୁ ଅସଦାଚରଣ ଅଭିଯୋଗ: ଜଣେ ଗିରଫ

ରାଇକିଆ,୨୯ା୭(ଡି.ଏନ୍‌.ଏ.): ମହିଳା ହୋମ ଗାର୍ଡଙ୍କୁ ଅସଦାଚରଣ ଅଭିଯୋଗରେ କନ୍ଧମାଳ ଜିଲା ରାଇକିଆ ପୋଲିସ କୁନା ଦିଗାଲ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଗତ ଜାନୁଆରୀ ମାସରୁ ଏ ନେଇ ରାଇକିଆ ଥାନାରେ ଅଭିଯୋଗ ହୋଇଥିବା ବେଳେ ୬ ମାସରୁ ଊର୍ଦ୍ଧ୍ୱ ହେଲା ଫେରାର ଥିବା କୁନାଙ୍କୁ ଗୁରୁବାର ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି। ରାଇକିଆ ପୋଲିସ କେସ୍‌ ନଂ. ୨/୨୧ରେ ମାମଲା ରୁଜୁ କରିବା ସହ କୁନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।