ମହିଳାଙ୍କୁ ତୀର ମାରି ଜଣେ ଗିରଫ

ଚମ୍ପୁଆ,୨୬ା୪(ଡି.ଏନ୍‌.ଏ.): ମହିଳାକୁ ତୀରମାଡ଼ ଘଟଣାରେ ଚମ୍ପୁଆ ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ରରୁଆଁ ଥାନା ଅନ୍ତର୍ଗତ ମହୁଲଡ଼ିହା ଗ୍ରାମର ସୁନାରାମ ହେସା। ସେ ଚମ୍ପୁଆ ଥାନା ଅନ୍ତର୍ଗତ ରରୁଆଁଗୋଡ଼ାରେ ଦୀର୍ଘଦିନ ହେବ ରହି ଟ୍ରାକ୍ଟର ଡ୍ରାଇଭର ଭାବେ କାର୍ଯ୍ୟ କରି ଆସୁଥିଲେ। ସୁନାରାମ ଗତ ସୋମବାର ରରୁଆଁଗୋଡ଼ା ଗ୍ରାମର ପାଟ କାରୁଆଙ୍କୁ ତୀରରେ ଆକ୍ରମଣ କରିଥିଲେ। ପରିବାର ଲୋକେ କାରୁଆଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହିତ ଚମ୍ପୁଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଚମ୍ପୁଆ ପୋଲିସ କେସ୍‌ ନଂ. ୬୩/୨୦୨୩ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ସୁନାରାମଙ୍କୁ ତାଙ୍କ ପୈତୃକ ଗ୍ରାମ ମହୁଲଡ଼ିହା ଗ୍ରାମରୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି।