ଦେଢ଼ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ: ଜଣେ ଗିରଫ

ନୟାଗଡ଼ ଅଫିସ,୧୮।୧୨: ନୟାଗଡ଼ ଜିଲା ଅବକାରୀ ବିଭାଗ ସିନ୍ଦୁରିଆ ବ୍ୟାଙ୍କ ଛକରେ ଶୁକ୍ରବାର ଚଢ଼ାଉ କରିଛି। ଚଢ଼ାଉରେ ପୋଲିସ ୧୫ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଘଟଣାରେ ଜଣଙ୍କୁ ଗିରଫ କରିଛି। ସେ ହେଲେ ଦୁର୍ଗାପ୍ରସଦର ନିରଞ୍ଜନ ମହାରଣା ( ୪୦)। ନିରଞ୍ଜନଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଜବତ ବ୍ରାଉନସୁଗାର ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।