Posted inଜାତୀୟ

ଦେଢ଼ ଲକ୍ଷ ମୁହାଁ ସକ୍ରିୟ ମାମଲା…

ନୂଆଦିଲ୍ଲୀ, ୧୩।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ ମୁହାଁ ହେବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୧୬ ହଜାର ୯୦୬ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୫ ରେ ପହଞ୍ଚିଛି। ଏହି ସମୟରେ ସକ୍ରିୟ ମାମଲା ଲକ୍ଷେ ୩୦ ହଜାର ଟପିଛି।

ଗତ ୨୪ ଘଣ୍ଟାରେ ଏହା ୧ ଲକ୍ଷ ୩୨ ହଜାର ୪୫୭ରେ ପହଞ୍ଚିଛି। ଏଭଳି ଜାରି ରହିଲେ ଚଳିତ ସପ୍ତାହରେ ଏହା ଲକ୍ଷେ ୫୦ ହଜାର ଛୁଇଁବାର ଆଶଙ୍କା ରହିଛି। ସେହିପରି ୨୪ ଘଣ୍ଟାରେ ୧୫ ହଜାର ୪୪୭ ଜଣ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୫ ହଜାର ୫୧୯ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୩୬ ଲକ୍ଷ ୬୯ ହଜାର ୮୫୦ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୩୦ ଲକ୍ଷ ୧୧ ହଜାର ୮୭୪ ଜଣ ସୁସ୍ଥ ହୋଇ ସାରିଛନ୍ତି। ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୨,୪୩୫ ଜଣ, କେରଳରେ ୨,୨୧୧ ଜଣ, ଦିଲ୍ଲୀରେ ୪୦୦ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ତାମିଲନାଡୁରେ ୨,୨୮୦ ଜଣ, ହରିୟାଣାରେ ୩୧୮ ଜଣ, କର୍ନାଟକରେ ୮୯୧ ଜଣ, ପଶ୍ଚିମବଙ୍ଗରେ ୨,୬୫୯, ଉତ୍ତରପ୍ରଦେଶରେ ୩୬୩ ଜଣ, ତେଲେଙ୍ଗାନାରେ ୫୬୨, ଗୁଜରାଟରେ ୫୭୭, ରାଜସ୍ଥାନରେ ୧୩୪ ଜଣ, ବିହାରରେ ୪୩୬ ଜଣ, ପଞ୍ଜାବରେ ୧୫୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଅପରପକ୍ଷରେ ଆନ୍ଧ୍ରପ୍ରଦେଶରେ ୪୦୩ ଜଣ, ଓଡ଼ିଶାରେ ୭୪୩ ଜଣ, ମଧ୍ୟପ୍ରଦେଶରେ ୧୧୬ ଜଣ, ଗୋଆରେ ୧୦୯ ଜଣ, ପୁଡୁଚେରୀରେ ୧୬୫ ଜଣ, ଛତିଶଗଡ଼ରେ ୩୮୫ ଜଣ, ପଞ୍ଜାବରେ ୨୩୬ ଜଣ, ଆସାମରେ ୪୩୪ ଜଣ, ହିମାଚଳପ୍ରଦେଶରେ ୩୫୬ ଜଣ, ଝାଡ଼ଖଣ୍ଡରେ ୧୬୨ ଜଣ, ଉତ୍ତରାଖଣ୍ଡରେ ୧୦୨ ଜଣ, ମିଜୋରାମରେ ୧୪୨ ଜଣ, ତ୍ରିପୁରାରେ ୧୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସମ୍ପ୍ରତି ଦେଶରେ ଟିକାକରଣ ସଂଖ୍ୟା ୧୯୯ କୋଟି ଲକ୍ଷରୁ ଅଧିକ ଟପିଛି। ସେଥିମଧ୍ୟରେ ୯୧ କୋଟି ୮୦ ଲକ୍ଷରୁ ଅଧିକ ପ୍ରଥମ ଡୋଜ୍‌ ଥିବାବେଳେ ୮୪ କୋଟି ୮୦ ଲକ୍ଷରୁ ଅଧିକ ଦ୍ୱିତୀୟ ଡୋଜ୍‌ ରହିଛି। ଭିଡ଼ ଯୋଗୁ ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏଥିରୁ ଦୂରେଇ ରହିବା ଲାଗି ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଫର୍ମକୁ ନେଇ ଏମିତି କହିଦେଲେ ସୂର୍ଯ୍ୟକୁମାର: ରନ୍‌ କରିପାରୁନାହିଁ କିନ୍ତୁ…

ନୂଆଦିଲ୍ଲୀ,୧୫।୧୨: ବହୁତ ଦିନ ଧରି ବଡ଼ ସ୍କୋର କରିବାକୁ ସଂଘର୍ଷ କରୁଥିବା ଭାରତୀୟ ଟି-୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଟି-୨୦...

ବଂଶଗତ ରୋଗ ଥାଲାସିମିଆ

ଥାଲାସିମିଆ ଏକ ବଂଶଗତ ରକ୍ତ ରୋଗ। ଏହି ରୋଗରେ ଶରୀରରେ ଅକ୍ସିଜେନ୍‌ ପରିବହନକାରୀ ହେମୋଗ୍ଲୋବିନ୍‌ର ଗଠନ ତ୍ରୁଟିପୂର୍ଣ୍ଣ ହୋଇଯାଇଥାଏ। ଏହାଫଳରେ ଦେଖାଦିଏ ‘ଆନିମିଆ’ ବା ରକ୍ତାଳ୍ପତା।...

ମୋକିମଙ୍କ ବିଦା ପରେ ମୁହଁ ଖୋଲିଲେ ନରସିଂହ ମିଶ୍ର, କହିଲେ ନିଷ୍ପତ୍ତି ଉପରେ…

ଭୁବନେଶ୍ୱର,୧୫ା୧୨:  ବାରବାଟୀ କଟକର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଆଜି ଦଳରୁ ବିଦା କରିଛି କଂଗ୍ରେସ । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କୃତ...

୫୧ ବର୍ଷ ପରେ କ୍ରିକେଟ୍‌ରେ ଘଟିଲା…ଗୋଟିଏ ଦଳରେ ୩ ଭାଇ

ନୂଆଦିଲ୍ଲୀ,୧୫।୧୨: ICC ପୁରୁଷ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ ନାମ୍ବିଆ ଏବଂ ଜିମ୍ବାୱେରେ ଅନୁଷ୍ଠିତ ହେବ। ଏଥିପାଇଁ ସମସ୍ତ ଦେଶ ଗୋଟିଏ ପରେ ଗୋଟିଏ...

ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ: ତଥାଗତ

ଭୁବନେଶ୍ୱର,୧୫ା୧୨(ଜିତେନ୍ଦ୍ର କୁମାର ନାୟକ): ଆଳାପ ପଠନାଭ୍ୟାସକୁ ପୁନର୍ଜୀବିତ କରିପାରେ ବୋଲି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ସମ୍ପାଦକ ତଥାଗତ ସତପଥୀ କହିଛନ୍ତି। ରବିବାର ଦିବସବ୍ୟାପୀ ଅନୁଷ୍ଠିତ...

ମେସିଙ୍କୁ ସ୍ବାଗତ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ! ହ୍ୟାଣ୍ଡସେକ୍‌ କରିବାକୁ ଚାହୁଁଥିଲେ ଦେବାକୁ ପଡ଼ିବ ଏତିକି କୋଟି

ନୂଆଦିଲ୍ଲୀ,୧୫।୧୨: ଫୁଟବଲ ଜଗତର ସବୁଠାରୁ ବଡ ତାରକା ଏବଂ ଆର୍ଜେଣ୍ଟିନାକୁ ବିଶ୍ୱକପ ଗୌରବ ପ୍ରଦାନ କରିଥିବା ଅଧିନାୟକ ଲିଓନେଲ ମେସି ସୋମବାର ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ...

IND v SA, 3rd T20I: ଦକ୍ଷିଣ ଆଫ୍ରିକାକୁ ମହଙ୍ଗା ପଡିଲାକି ଗମ୍ଭୀରଙ୍କ ଚତୁର ରଣନୀତି, ହଠାତ୍…

ନୂଆଦିଲ୍ଲୀ,୧୫।୧୨: ତୃତୀୟ ଟି-୨୦ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଛି । ଅର୍ଶଦୀପ ସିଂହଙ୍କ ବୋଲିଂ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା...

ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜରେ ଚମକିଲେ ରାକେଶ

ରାଇକିଆ,୧୫।୧୨,(ପ୍ରଦୀପ ବେହେରା): ଭୁବନେଶର ପଠାଣୀ ସାମନ୍ତ ପ୍ଲାନେଟାରିୟମରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଖୋଜ କାର୍ଯ୍ୟକ୍ରମରେ ନିଜର ପ୍ରତିଭା ଦେଖାଇଛନ୍ତି କନ୍ଧମାଳ ଜିଲା ରାଇକିଆ ବିଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri