ଦେଢ କେଜି ବ୍ରାଉନସୁଗାର ଜବତ: ଜଣେ ଗିରଫ

ବାଲେଶ୍ୱର ଅଫିସ,୧୯।୧୦: ବାଲେଶ୍ବର ଜିଲା ଜଳେଶ୍ବର ଅଞ୍ଚଳରୁ ଦେଢ କୋଟି ଟଙ୍କାର ବ୍ରାଉନସୁଗାର ମଙ୍ଗଳବାର ଜବତ କରାଯାଇଛି। ଏଥିରେ ଦୁଇ ମହିଳାଙ୍କୁ ପୋଲିସ ଅଟକ ରଖି ଜେରା କରିଥିବା ବେଳେ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମୁକତାର ଅଲ୍ଲୀ ଖାଁ , ମୁକତାରଙ୍କ ସ୍ତ୍ରୀ ଏବଂ ଶାଶୁ ଥିବା ଜଣାପଡ଼ିଛି।

ସୂଚନାନୁଯାୟୀ, ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗ ଦ୍ୱାରା ଜଳେଶ୍ୱର ଶ୍ଟେସନ ବଜାର ସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢ଼ାଉ କରାଯାଇଥିଲା। ହୋଟେଲ ସମ୍ମୁଖରେ ଛିଡ଼ା ହୋଇଥିବା ମୁକତାର ଅଲି ଖାଁଙ୍କ ଠାରୁ ୧ କିଲୋ ୫୦୦ ଗ୍ରାମରୁ ଉଦ୍ଧର୍‌ବ ବ୍ରାଉନସୁଗାର ଜବତ କରାଯାଇଛି। ଏହାର ବଜାର ଦର ଦେଢ କୋଟିରୁ ଉଦ୍ଧର୍‌ବ ଟଙ୍କାର ହେବ ବୋଲି ଅନୁମାନ କରାଯାଉଛି। ପୋଲିସ ଜଳେଶ୍ୱର ଅବକାରୀ ଥାନା ମାମଲା ନମ୍ବର ୧୦୦/୨୧-୨୨ ରୁଜୁ କରି ମୁକତାରକୁ କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଦନ୍ତ କରାଯାଉଛି ବୋଲି ଅଧିକାରୀ ବିଭାଗ ଡେପୁଟି କମିଶନର ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି ।