ଦେଢ଼କୋଟି ଟପିଲା ବେପାର

ଖୋର୍ଦ୍ଧା ଅଫିସ,୨୬।୨:  ଖୋର୍ଦ୍ଧା ଜିଲା ପ୍ରଶାସନ, ଓର୍‌ମାସ ଏବଂ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଆନୁକୂଲ୍ୟରେ ୫ଦିନ ଧରି ଚାଲିଥିବା ଜିଲାସ୍ତରୀୟ ପଲ୍ଲିଶ୍ରୀ ଓ କୃଷି ଯାନ୍ତ୍ରିକ ମେଳାର ଉଦ୍‌ଯାପନୀ ଦିବସ ଗଞ୍ଜାମର ପ୍ରସିଦ୍ଧ ଲୋକକଳା ନରେନ୍ଦ୍ରପୁରର ଯୋଡ଼ିଶଙ୍ଖରୁ ଆରମ୍ଭ ହୋଇଥିଲା। ୧୫ରୁ ଊର୍ଦ୍ଧ୍ୱ କଳାକାର ଶଙ୍ଖ ଫୁଙ୍କି ବିଭିନ୍ନ ସାମରିକ କଳା ପ୍ରଦର୍ଶନ କରିଥିଲେ। ଶଙ୍ଖନାଦରେ କମ୍ପିଥିଲା ପରିବେଶ। ପରେ କୋରାପୁଟ ଜିଲାର ଧାରୁଆ ଦୁରୁଆ କଳାକାରମାନେ ଆଦିବାସୀ ନୃତ୍ୟ ଢେମ୍‌ସା ପରିବେଷଣ କରିଥିଲେ। କେନ୍ଦୁଝର ବୀଣାପାଣି କଳା ନିକେତନର କଳାକାରମାନେ ପରିବେଷଣ କରିଥିଲେ ଲୋକକଳା ନୃତ୍ୟ। ଶେଷାର୍ଦ୍ଧରେ ସ୍ଥାନୀୟ ମୂର୍ଚ୍ଛନା ଅନୁଷ୍ଠାନର କଳାକାରମାନେ ଗୋଟିପୁଅ ନୃତ୍ୟ ପରିବେଷଣ କରି ଦର୍ଶକଙ୍କୁ ବିମୁଗ୍ଧ କରିଥିଲେ। ମେଳାର ୪ର୍ଥ ଦିବସରେ ୨୭,୬୬,୭୮୦ ଟଙ୍କା ବେପାର ହୋଇଛି। ସେଥିରୁ ଏସ୍‌ଏଚ୍‌ଜି ଦ୍ୱାରା ୮, ୮୪, ୮୪୫; କୃଷି ଯନ୍ତ୍ରପାତି ୧୫ଲକ୍ଷ ୭୦ହଜାର; ଖାଦ୍ୟଷ୍ଟଲ୍‌ରେ ୧ଲକ୍ଷ ୭୫ହଜାର; ବହିମେଳାରେ ୨୫ହଜାର ୫୨୫; ହସ୍ତତନ୍ତ ଓ ହସ୍ତଶିଳ୍ପରେ ୧ଲକ୍ଷ ୧୧ହଜାର ୪୧୦ ଟଙ୍କା ବେପାର ହୋଇଛି। ତେବେ ୪ର୍ଥ ଦିନ ସୁଦ୍ଧା ଦେଢ଼କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବେପାର ହୋଇଥିବା ଓର୍‌ମାସ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବୟଂ ସହାୟିକା ଗୋଷ୍ଠୀ ଦ୍ୱାରା ପ୍ରଦର୍ଶିତ ହସ୍ତତନ୍ତ, ହସ୍ତଶିଳ୍ପ, ଘରୋଇ ଉପତ୍ାଦ, ସାଜସଜ୍ଜା ଷ୍ଟଲ୍‌ରେ ଗ୍ରାହକଙ୍କ ଭିଡ଼ ଜମିଥିଲା। ମାଣ୍ଡିଆ ଓ ଖାଦ୍ୟଷ୍ଟଲ୍‌ରେ ଲୋକଙ୍କ ପ୍ରବଳ ଭିଡ଼ ରହିଥିଲା।
ଉଦ୍‌ଯାପନୀ ଦିବସରେ ଜିଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନ୍‌ସିଂ ମୁଖ୍ୟ ଅତିଥି, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ ଏବଂ ଓର୍‌ମାସ ଉପନିର୍ଦ୍ଦେଶକ ଗୁଣ୍ଡିଚା ବେହେରା, ଅତିରିକ୍ତ ଜିଲାପାଳ(ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲାପାଳ ଦୀପ୍ତିରଞ୍ଜନ ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଜିଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ସଂଯୋଜନା କରିଥିବା ବେଳେ ଅନ୍ୟମାନେ ପରିଚାଳନା କରିଥିଲେ। ଚଳିତ ପଲ୍ଲିଶ୍ରୀ ମେଳାରେ ଜିଲା ଜଳ ଓ ପରିମଳ ମିଶନ ଖୋର୍ଦ୍ଧାକୁ ଶ୍ରେଷ୍ଠ ଆଇଇସି ଷ୍ଟଲ୍‌, ସୋନପୁର ଓମ୍‌ ସାଇ ପ୍ରଡ୍ୟୁସର ଗ୍ରୁପ୍‌ ଅଧିକ ବେପାର ଲାଗି ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେନ୍ଦୁଝରର ସୃଜନୀ ଫାର୍ମର୍ସ ପ୍ରଡ୍ୟୁସର ଗ୍ରୁପ୍‌ ୨ୟ ଏବଂ ଖୋର୍ଦ୍ଧାର ସାଇବାବା ପ୍ରଡ୍ୟୁସର ଗ୍ରୁପ୍‌ ଶ୍ରେଷ୍ଠ ପ୍ରଦର୍ଶନ ଲାଗି ପୁରସ୍କୃତ ହୋଇଛନ୍ତି।

ବାଇ ଚଢ଼େଇ ବସା ଗ୍ରାହକଙ୍କ ପସନ୍ଦ

ମେଳାରେ ଯାଜପୁର ଧର୍ମଶାଳା ଚହୁଁମୁହଁା ବାବା ଶନିଶ୍ଚର ଗ୍ରୁପ୍‌ ଦ୍ୱାରା ତାଳପତ୍ର, କତାରେ ପ୍ରସ୍ତୁତ ସାମଗ୍ରୀର ରହିଥିଲା ବେଶ୍‌ ଚାହିଦା। କତାରେ ପ୍ରସ୍ତୁତ ବାଇ ଚଢ଼େଇ ବସା ଲୋକଙ୍କ ମନ ଜିଣିଥିଲା। ଏଥିସହ କତାରେ ପ୍ରସ୍ତୁତ ବିଭିନ୍ନ ପଶୁପକ୍ଷୀ, ଘରୋଇ ସାଜସଜ୍ଜା, ତାଳପତ୍ରରେ ପପେଟ୍‌, ଚଢ଼େଇ ମାଳ, ଫୁଲମାଳ ସହିତ ଝୋଟ ଓ ପିପିଲି ଚାନ୍ଦୁଆ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବେଶ୍‌ ଆକର୍ଷଣ ରହିଥିଲା।

ତାଳପତ୍ର ସାମଗ୍ରୀର ରହିଥିଲା ଚାହିଦା

ପୁରୀରୁ ଆସିଥିବା ରମାକାନ୍ତ ମାହାରୀଙ୍କ ତାଳପତ୍ରରେ ପ୍ରସ୍ତୁତ ବିଭିନ୍ନ ପଶୁପକ୍ଷୀଙ୍କୁ ନେଇ ପପେଟ୍‌ରେ ପିଲାଙ୍କ ବେଶ୍‌ ଆଗ୍ରହ ରହିଥିଲା। ଏଥିସହିତ ତାଳପତ୍ରରେ ବିଭିନ୍ନ ଘରୋଇ ସାଜସଜ୍ଜା ବେଶ୍‌ ଆକର୍ଷଣୀୟ ରହିଥିଲା। ଦୀର୍ଘବର୍ଷ ଧରି ପୁରୀରେ ତାଳପତ୍ର ସାମଗ୍ରୀ ବିକ୍ରିକରି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରମାକାନ୍ତ। ଏଥିସହିତ ତାଙ୍କ ହାତତିଆରି ସୂତା ଓ କତାର ବିଭିନ୍ନ ସାଜସଜ୍ଜା ସାମଗ୍ରୀ ଗ୍ରାହକଙ୍କୁ ବେଶ୍‌ ଆକର୍ଷିତ କରିଥିଲା।

ଦେଖେଇଲେ ଅଧିକ, ବେପାର କମ୍‌

ପଲ୍ଲିଶ୍ରୀ ଓ କୃଷି ଯାନ୍ତ୍ରିକ ମେଳାରେ ପ୍ରାୟ ୨୪୦ରୁ ଊର୍ଦ୍ଧ୍ୱ ଷ୍ଟଲ୍‌ ଖୋଲିଥିଲା। ଶେଷ ଦିବସକୁ ବାଦ୍‌ ଦେଲେ ଅନ୍ୟଦିନ ରହିଥିଲା ଜନଶୂନ୍ୟ। ତଥାପି ଓର୍‌ମାସ ପକ୍ଷରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ବେପାର ହୋଇଥିବା ସୂଚନା ଦିଆଯାଇଥିବା ବେଳେ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଅଲଗା। ସମସ୍ତ ବେପାରୀଙ୍କ ଗୋଟିଏ କଥା ବେପାର ମାନ୍ଦା। ଦିନସାରା ଖରାଯୋଗୁ ମେଳା ବନ୍ଦ ରହୁଥିବା ବେଳେ ଅପରାହ୍ନ ୪ଟାରୁ ୮ଟା ପର୍ଯ୍ୟନ୍ତ ଯାହା ବେପାର ହୋଇଥିଲା, ତାହା ମଧ୍ୟ ସମୁଦ୍ରକୁ ଶଙ୍ଖେ ବୋଲି ଏକାଧିକ ବେପାରୀ କହିଛନ୍ତି।

ଦର୍ଶକ ଗ୍ୟାଲେରି ଫାଙ୍କା, ସ୍ବଳ୍ପରେ ସାରିଦେଲେ

ପଲ୍ଲିଶ୍ରୀ ମେଳା ବହୁ ଅବ୍ୟବସ୍ଥା ମଧ୍ୟରେ ଶେଷ ହୋଇଛି। ପ୍ରଥମ ଦିବସକୁ ବାଦ୍‌ ଦେଲେ ଜିଲାପାଳ କିମ୍ବା ଜିଲାସ୍ତରୀୟ ଅଧିକାରୀଙ୍କୁ ଦେଖିବାକୁ ମିଳି ନ ଥିଲା। ପ୍ରଚାର ପ୍ରସାର ଅଭାବରୁ ଚଳିତବର୍ଷ ପଲ୍ଲିଶ୍ରୀ ମେଳା ପରିବେଶ ଖାଁ ଖାଁ ରହିଥିଲା। ଉଦ୍‌ଯାପନୀ ଦିବସରେ ଦର୍ଶକ ଗ୍ୟାଲେରି ମଧ୍ୟ ଫାଙ୍କା ରହିଥିଲା। କଁା ଭଁା ଲୋକଙ୍କୁ ଦେଖିବାକୁ ମିଳିଥିଲା। ଲୋକ ନ ଥିବାରୁ ଉଦ୍‌ଯାପନୀ ଉତ୍ସବ ବିନା ଭାଷଣରେ ସ୍ବଳ୍ପ ସମୟରେ ସରିଥିଲା।

ବାଉଁଶରେ ତିଆରି ସାମଗ୍ରୀର ବେଶ୍‌ ଚାହିଦା

ଢେଙ୍କାନାଳ ଗେଙ୍ଗୁଠିଆର ମା’ ଆଦିଶକ୍ତି ଗ୍ରୁପ୍‌ ଓ ଅନ୍ୟ ଗ୍ରୁପ୍‌ର କାଠରେ ପ୍ରସ୍ତୁତ ଆକ୍ୟୁପ୍ରେସର ସାମଗ୍ରୀ, ବାଉଁଶରେ ନିର୍ମିତ ବିଭିନ୍ନ ଘରୋଇ ସାଜସଜ୍ଜା, କପଡ଼ାରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ବ୍ୟାଗ୍‌, କଣ୍ଢେଇ ଆଦିର ବେଶ୍‌ ଚାହିଦା ରହିଥିଲା। ଶାରୀରିକ ପୀଡ଼ାରୁ ମୁକ୍ତି ଲାଗି ଏଠାରେ ଉପଲବ୍ଧ ବିଭିନ୍ନ ଆକ୍ୟୁପ୍ରେସର ସାମଗ୍ରୀରେ ଲୋକଙ୍କ ବେଶ୍‌ ଆଗ୍ରହ ରହିଥିଲା। ସଦସ୍ୟା ରିତାରାଣୀ ସାହୁ କୁହନ୍ତି, ୮ ବର୍ଷ ପୂର୍ବେ ଗ୍ରୁପ୍‌ ଆରମ୍ଭ ହୋଇଥିବା ବେଳେ ୩ ବର୍ଷ ହେଲା ଉପତ୍ାଦକ ଗୋଷ୍ଠୀ ଆରମ୍ଭ ହୋଇଛି। ଏହା ଏବେ ପ୍ରଗତି ପଥରେ ଆଗେଇ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

୩ୟ ବିଶ୍ୱଯୁଦ୍ଧ ଆରମ୍ଭ, ଯୁଦ୍ଧକୁ ଡେଇଁଲା ରୁଷିଆ!

ମସ୍କୋ,୭।୩: ଆମେରିକା-ଇସ୍ରାଏଲ ଯୁଦ୍ଧରେ ରୁଷିଆ ଇରାନକୁ ସହାୟତା କରୁଛି। ଦି ୱାଶିଂଟନ ପୋଷ୍ଟରେ ଏକ ରିପୋର୍ଟରେ ଦାବି କରାଯାଇଛି ଯେ ରୁଷିଆ ଇରାନକୁ ଆମେରିକୀୟ ସାମରିକ ଘାଟି…

ବିଜୟ ଦେବରକୋଣ୍ଡାଙ୍କ ପ୍ରେମ ଆଗରେ ହାରିଗଲେ ରୋନାଲ୍ଡୋ-ମେସି, ଫୁଟବଲ ଖେଳାଳିଙ୍କ ରେକର୍ଡ ଭାଙ୍ଗିଲେ ‘ବିରୋଶ’

ଚେନ୍ନାଇ,୭।୩: ୨୬ ଫେବୃଆରୀରେ ଉଦୟପୁରରେ ଅନୁଷ୍ଠିତ ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡାଙ୍କ ବିବାହ ଏକ ବିରାଟ କାର୍ଯ୍ୟକ୍ରମଠାରୁ କମ ନଥିଲା। ସେମାନଙ୍କ ବିବାହ ପୂର୍ବ କାର୍ଯ୍ୟକ୍ରମଠାରୁ…

ଉପମୁଖ୍ୟମନ୍ତ୍ରୀ ଯାଉଥିବା ହେଲିକପ୍ଟରରୁ ବାହାରିଲା ଧୂଆଁ: ଆଉ ତା’ପରେ…

ଲକ୍ଷ୍ନୌ,୭।୩: ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ହେଲିକପ୍ଟରକୁ ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। କୌଶାମ୍ବୀ ଅଭିମୁଖେ ଯାଉଥିବା ସମୟରେ ହେଲିକପ୍ଟରଟି ହଠାତ୍‌…

ଭାରତକୁ ପଶିଲା ଇରାନୀ ଜାହାଜ, ଆମେରିକାରେ ବାଜିଲା ସାଇରନ!

ନୂଆଦିଲ୍‌ଲୀ,୭।୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ଖରାପ ହେଉଛି। ସମ୍ପ୍ରତି ଭାରତରୁ ଫେରୁଥିବା ଇରାନୀ ଜାହାଜ ISIS ଡେନା ଉପରେ ଆମେରିକା ଆକ୍ରମଣ କରିଥିଲା। ୮୭ ଜଣ ଇରାନୀ…

ଫାଇନାଲରେ ଟିମ ଇଣ୍ଡିଆ ଜିତନ୍ତୁ କି ହାରନ୍ତୁ, ଏଥର ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ…

ନୂଆଦିଲ୍ଲୀ,୭।୩: ଭାରତ ଏବଂ ନ୍ୟୁଜିଲାଣ୍ଡ ICC ଟି୨୦ ବିଶ୍ୱକପ ୨୦୨୬ ଫାଇନାଲରେ ମୁହାଁମୁହିଁ ହେବେ। ଏହି ମ୍ୟାଚ ୮ ମାର୍ଚ୍ଚରେ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ। ଭାରତୀୟ…

ରାମ ରହିମଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, ୨୪ ବର୍ଷ ପୁରୁଣା ହତ୍ୟା ମାମଲାରେ କୋର୍ଟ ଶୁଣାଇଲେ ଏମିତି ରାୟ

ରୋହତକ,୭।୩: ଡେରା ସଚ୍ଚା ସୌଦା ମୁଖ୍ୟ ଗୁରମିତ ରାମ ରହିମଙ୍କୁ ଆଜି (ଶନିବାର, ମାର୍ଚ୍ଚ ୭, ୨୦୨୬) ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି…

କଲେଜକୁ ଯାଉଥିଲେ ଛାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…

ବଲାଙ୍ଗୀର, ୭।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭିଆଇପି ରାସ୍ତା ଭାଗିରଥି ଛକରୁ ସର୍କିଟ ହାଉସ ରାସ୍ତାରେ ଏକ ସ୍ପିଡ ବାଇକର ଧକ୍କାରେ ଜଣେ ଆୟୁର୍ବେଦିକ କଲେଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri