ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ

ଚିତ୍ରକୋଣ୍ଡା,୮।୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ବଡ଼ପଦର ପଞ୍ଚାୟତ ପଳାସପଦର ଗ୍ରାମ ନିକଟରୁ ୧୭ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ଦେଢ଼ ଗୋଟି ଟଙ୍କା। ଏ ନେଇ ଥାନା ଅଧିକାରୀ ସୂର୍ଯ୍ୟ ପ୍ରକାଶ ନାୟକ ସୂଚନା ଦେଇଛନ୍ତି।
ପୋଲିସର ସୂଚନାନୁଯାୟୀ, ୨ ଦିନ ତଳେ ପାଟ୍ରୋଲିଂ ସମୟରେ କିଛି ଲୋକ ଜଙ୍ଗଲ ଅଭିମୁଖେ ଦୌଡିବାକୁ ଲାଗିଥିଲେ। ଫଳରେ ପୋଲିସର ସନ୍ଦେହ ହୋଇଥିଲା। ତେବେ ଘଟଣା ସ୍ଥଳରୁ ପୋଲିସ ବିପୁଳ ପରିମାଣ ଗଞ୍ଜେଇ, ଖାଲି ବସ୍ତା, ଅଠାଟେପ, ପ୍ଲାଷ୍ଟିକ ଦଉଡି ଓ ଓଜନ ମାପିବା ଯନ୍ତ୍ର ଦେଖିବାକୁ ପାଇଥିଲା। ଜବତ ଗଞ୍ଜେଇର ଓଜନ ୧୭ କୁଇଣ୍ଟାଲ ଓ ଏହାର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ପଳାଶପଦର ଗ୍ରାମର ଜଙ୍ଗଲ ଓ ଅନ୍ଧାରରାତିର ସୁଯୋଗନେଇ ଦୁର୍ବୃତ୍ତମାନେ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି। ସେମାନଙ୍କୁ ଖୁବଶିଘ୍ର ଧରାଯିବ ବୋଲି ଥାନା ଅଧିକାରୀ ନାୟକ ସୂଚନା ଦେଇଛନ୍ତି। ଏ ନେଇ ଚିତ୍ରକୋଣ୍ଡା ଥାନାରେ ୪୬/୨୦୨୧ରେ ଏକ ମାମଲା ରୁଜୁ ହୋଇଛି।