ଗୋଟିଏ ପରେ ଗୋଟିଏ ଗାଡ଼ି ଉପରେ ମାଡ଼ିଗଲା ବସ୍‌, ଭିଡିଓ ଦେଖିଲେ ଲୋମ ଟାଙ୍କୁରି ଉଠିବ

ନୂଆଦିଲ୍ଲୀ,୪ା୧୧: ଦ୍ରୁତଗତିରେ ଆସୁଥିବା ଦିଲ୍ଲୀ ପରିବହନ ନିଗମ (ଡିଟିସି) ବସ୍‌ ନିୟନ୍ତ୍ରଣ ହରାଇ ଶନିବାର ରୋହିନୀ ଅଞ୍ଚଳରେ ରାସ୍ତାରେ ଯାଉଥିବା ଅନ୍ୟ ଗାଡ଼ିଗୁଡ଼ିକ ଉପରେ ମାଡ଼ି ଯାଇଥିଲା। ଫଳରେ ଜଣଙ୍କର ମୃତ୍ୟୁ ଘଟିଛି। ଅନେକ ଆହତ ଲୋକ ହୋଇଛନ୍ତି। ସିସିଟିଭି ଫୁଟେଜ୍‌ରେ ବସ୍‌ ଦ୍ରୁତଗତିରେ ଆସି କିପରି ନିୟନ୍ତ୍ରଣ ହରାଇଛି ତାହା କଏଦ ହୋଇଛି।

ନିକଟରେ ଥିବା ଗାଡ଼ିଗୁଡ଼ିକ ସହ ବସ୍‌ ଖୁବ୍‌ ଜୋର୍‌ରେ ଧକ୍କା ଦେଉଥିବାର ଭିଡିଓରେ ଦେଖିବାକୁ ମିଳିଛି। ଆହୁରି ମଧ୍ୟ ରାସ୍ତା କଡ଼ରେ ପାର୍କିଂ ହୋଇଥିବା ଦୁଇ ଚକିଆ ଯାନଗୁଡ଼ିକ ସମେତ ବସ୍‌ ଅନେକ ଗାଡ଼ି ଉପରେ ଚଢ଼ିଯାଇଥିଲା। ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଯେଉଁଥିରୁ ଏହି ଦୁର୍ଘଟଣା କେତେ ଭୟଙ୍କର ସ୍ପଷ୍ଟ ବୁଝାପଡୁଛି।

Share