ଏକଦା ଦୁଃଖ ସମୟରେ ମାଧୁରୀ କରୁଥିଲେ କମେଡି ସିନ୍‌ ଶୁଟ୍‌: ଘଟଣା ଜାଣିଲେ…

ବଲିଉଡ୍‌ର ଏଭର ଗ୍ରୀନ୍‌ ଅଭିନେତ୍ରୀ ମାଧୁରୀ ଦିକ୍ଷୀତ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ସେ ସର୍ବଦା ତାଙ୍କ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେଇଥାନ୍ତି। ନିଜ ବ୍ୟକ୍ତିଗତ ଜୀବନର କଷ୍ଟକୁ ସେ କେବେ ବୃତ୍ତିଗତ ଜୀବନ ଉପରେ ପକାଇବାକୁ ଚାହାନ୍ତି ନାହିଁ।
ନିର୍ମାତା ରାଜକୁମାର ସନ୍ତୋଷି ଏକ ସାକ୍ଷାତକାରରେ କହିଛନ୍ତି, ଓଟିରେ ଶୁଟିଂ ସମୟରେ ଏପରି କିଛି ଘଟିଥିଲା ଯେଉଁଥିପାଇଁ ମାଧୁରୀଙ୍କୁ ବେଙ୍ଗାଲୁରରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରିବାକୁ ପଡିଥିଲା। ଶୁଟିଂରେ ବ୍ୟସ୍ତ ଥିଲା ବେଳେ ପ୍ରଡକ୍ସନ ଇନ-ଚାର୍ଜ ମୋ ପାଖକୁ ଆସି ପଚାରିଲେ, ଆମେ ଅପରାହ୍ନ ୨.୩୦ ସୁଦ୍ଧା ଶୁଟିଂ ଶେଷ କରିପାରିବା କି ନାହିଁ । କାରଣ ମାଧୁରୀଙ୍କୁ ସା ସୁଦ୍ଧା ଯିବାକୁ ପଡିବ । ମୁଁ ତାଙ୍କୁ କହିଲି ଆମେ ଚେଷ୍ଟା କରିବୁ । ମଧ୍ୟାହ୍ନ ଭୋଜନରେ ଜାଣିଲି, ମାଧୁରୀଙ୍କ ଘରେ ଚଢ଼ାଉ ହୋଇଛି। ଏହାକୁ ନେଇ ସେ ବହୁତ ଟେନ୍‌ଶନରେ ଅଛନ୍ତି। ମାନସିକ ସ୍ତରରେ ସେ ଠିକ୍‌ ନଥିଲେ, ପରେ ବି ମାଧୁରୀ କମେଡି ଦୃଶ୍ୟ ପାଇଁ ଶୁଟିଂ କରିଥିଲେ । ସେ ନିର୍ଦ୍ଦେଶକଙ୍କୁ ମଧ୍ୟ ଜଣାଇ ନ ଥିଲେ, ସେ ଏତେ ବଡ଼ ଟେନ୍‌ଶନ ମଧ୍ୟରେ ଅଛନ୍ତି ।
ସନ୍ତୋଷି ଏବଂ ମାଧୁରୀ ପ୍ରଥମ ଥର ପାଇଁ ‘ପୁକାର’, ୨୦୨୦ ଫିଲ୍ମ ‘ଲଜା’ ରେ ଏକାଠି କାମ କରିଥିଲେ ।

Share