ଏକଦା ଶାହାରୁଖ୍‌ କହିଥିଲେ ଯାହା ମୋ’ ପାଖରେ ଅଛି ଅମିତାଭଙ୍କ ପାଖରେ ନାହିଁ, କାରଣ ଜାଣିଲେ…

ମୁମ୍ବାଇ: କିଙ୍ଗ୍‌ଖାନ୍‌ ଶାହାରୁଖ୍‌ଙ୍କୁ ପ୍ରଥମେ ‘କଫି ଓ୍ବିଥ୍‌ କରଣ’ର ପ୍ରଥମ ସିଜିନରେ କରଣଙ୍କ ସହ ଦେଖିବାକୁ ମିଳିଥିଲା। ତେଣୁ ତାଙ୍କର ମଜାଳିଆ ଶୈଳୀକୁ ସେଠାରେ ଥିବା ଲୋକମାନେ ମଧ୍ୟ ପସନ୍ଦ କରିଥିଲେ। ସେହି ସମୟରେ ଶୋ’ରେ ଅମିତାଭ ବଚ୍ଚନ ପହଞ୍ଚିଥିଲେ। ସେ ତାଙ୍କ ଫିଲ୍ମ ‘ ମୈ ହୁଁ ନା’ର ପ୍ରମୋଶନରେ ବ୍ୟସ୍ତ ଥିଲେ। ସେତେବେଳେ ବିଗ୍‌-ବିଙ୍କ ଫିଲ୍ମ ‘ବ୍ଲାକ୍‌’ ରିଲିଜ ହୋଇଥିଲା।

ଯେତେବେଳେ କରଣ ଜୋହର ଅମିତାଭଙ୍କୁ ଏପରି ଏକ ଜିନିଷର ନାମ ନେବାକୁ କହିଥିଲେ, ଯାହା ଶାହାରୁଖଙ୍କ ପାଖରେ ନାହିଁ। ଏହା ଉପରେ ମେଗାଷ୍ଟାର କହିଥିଲେ ମୋ’ ଉଚ୍ଚତା। ଯେତେବେଳେ ଶାହାରୁଖଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା ସେତେବେଳେ ସେ କହିଥିଲେ ଲମ୍ବା ସ୍ତ୍ରୀ। ଯାହା ଖୁବ୍‌ ହାସ୍ୟରୋଳ ସୃଷ୍ଟି କରିଥିଲା।

Share