ରାତିଅଧରେ କରନ୍‌ ଜୋହରଙ୍କ ରୁମ୍‌କୁ ଯାଇଥିଲେ ଫରାହ ଖାନ୍‌; ବିବାହ ପାଇଁ କରିଥିଲେ ପ୍ରପୋଜ; ହେଲେ…

ବମ୍ବେ: ବଲିଉଡ୍‌ର ଖ୍ୟାତନାମା କୋରିଓଗ୍ରାଫରଙ୍କ ମଧ୍ୟରୁ ଫରାହ ଖାନ୍‌ ଅନ୍ୟତମ। ଏବେ ଯାଏ ସେ ଶହେରୁ ଅଧିକ ଗୀତରେ କୋରିଓଗ୍ରାଫ କରିସାରିଛନ୍ତି। ଏହାଛଡ଼ା ଏକାଧିକ ଫିଲ୍ମରେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ସେ। କର୍ମଜୀବନକୁ ଛାଡ଼ିଦେଲେ ବ୍ୟକ୍ତିଗତ ଜୀବନରେ ଫରାହ ଅନେକ ସେଲିବ୍ରିଟିଙ୍କ ଭଲ ବନ୍ଧୁ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ନିର୍ଦ୍ଦେଶକ କରନ୍‌ ଜୋହର। ହେଲେ ବହୁତ କମ୍‌ ଲୋକ ଜାଣନ୍ତି ଯେ ଏକଦା ଫାରହା କରନଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ।

ସାଜିଦ ଖାନ୍‌ ଏବଂ ରିତେଶ ଦେଶମୁଖଙ୍କ ଶୋ’ ‘ୟାରୋ କି ବାରାତ’ରେ କରନ୍‌ ଜୋହର ଫାରହାଙ୍କ ବିଷୟରେ ବଡ ଖୁଲାସା କରିଥିଲେ। ଫାରହା ତାଙ୍କ ପ୍ରେମରେ ପଡ଼ିବା ପରେ ବିବାହ କରିବାକୁ ଚାହୁଁଥିଲେ। ହେଲେ ଯାନ୍ତ୍ରିକ ତ୍ରୁଟି ଯୋଗୁ ତାହା ସମ୍ଭବ ନୁହେଁ ବୋଲି କରନ୍‌ ଜବାବ ଦେଇଥିଲେ।

ଫିଲ୍ମ ‘କୁଛ କୁଛ ହୋତା ହେ’ର ଶୁଟିଂ ସ୍କର୍ଟଲ୍ୟାଣ୍ଡରେ ହେଉଥିଲା। ସେହି ସମୟରେ ସେ ନିଜ କୋଠରୀରେ ଥିବା ବେଳେ ଅଧାରାତିରେ ଫାରହା ତାଙ୍କ ପାଖରେ ପହଞ୍ଚିଯାଇଥିଲେ। ଏପରିକି ସେ ରହୁଥିବା ରୁମ୍‌ରେ ଭୂତ ଥିବା କଥା କହିଥିଲେ। କରନ୍‌ ଏଥିରେ ବିଶ୍ୱାସ କରି ନ ଥିଲେ।

Share