Categories: ଖେଳ

ପୁଅରେ, ତୁ ଏବେ ଯାଏ ମୋ ରାଗ ଦେଖିନାହୁଁ: କୁଲଦୀପଙ୍କ ଉପରେ ରାଗି ଯାଇ…

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ତାଙ୍କର ଶାନ୍ତ ସ୍ବଭାବ ପାଇଁ ସମସ୍ତେ ଜାଣନ୍ତି। ଏହାକୁ ନେଇ ତାଙ୍କୁ କ୍ୟାପଟେନ୍‌ କୁଲ୍‌ ମଧ୍ୟ କୁହାଯାଏ। ପଡ଼ିଆରେ ଥିବା ବେଳେ ଧୋନୀଙ୍କ ଏହି ସ୍ବଭାବ ବିରୋଧୀ ଟିମ୍‌ର ଚିନ୍ତା ବଢ଼ାଇଥାଏ। ହେଲେ କିଛି ଘଟଣା ଏଭଳି ଘଟିଛି ଯେଉଁ ସମୟରେ ଧୋନୀ ପଡ଼ିଆରେ ରାଗି ଯାଇଥିଲେ। ଏକଦା କୁଲଦୀପଙ୍କୁ ଧୋନୀଙ୍କଠାରୁ ଗାଳି ଖାଇବାକୁ ପଡ଼ିଥିଲା।

ଏକ ସାକ୍ଷାତକାରରେ ସେ ଏ ବିଷୟରେ କହିଥିଲେ, ମାହି ଭାଇ କମ୍‌ ରାଗନ୍ତି। ପଡ଼ିଆରେ ଥରେ ତାଙ୍କୁ ରାଗିବା ଦେଖିଥିଲି। ସେତେବେଳେ ଶ୍ରୀଲଙ୍କା ବିପକ୍ଷରେ ମ୍ୟାଚ୍‌ ଥିଲା। ଟି-୨୦ ମ୍ୟାଚ୍‌ଟି ଇନ୍ଦୋରରେ ଖେଳାଯାଉଥିଲା। ରୋହିତ ଶର୍ମା ଏଥିରେ ଶତକ କରିଥିଲେ। କୁଶଲ ପରେରା ଖେଳିବା ସମୟରେ ଧୋନୀ କଭର୍ସରୁ ଖେଳାଳି ହଟାଇ ପଏଣ୍ଟରେ ତିନିଜଣଙ୍କୁ ରଖିବାକୁ କହିଥିଲେ। ମୋତେ ଶୁଣାଯାଇ ନ ଥିଲା। ପରେରା ପର ବଲ୍‌ରେ ଚଉକା ମାରିଥିଲେ। ଏହାପରେ ଧୋନୀ ମୋ ପାଖକୁ ଆସି କହିଥିଲେ ମୁଁ ପାଗଳ। ଯିଏ ୩୦୦ ଏକଦୀବସୀୟ ମ୍ୟାଚ୍‌ ଖେଳିସାରିଛି ଏବଂ ତୋତେ ବୁଝାଉଛି ବୋଲି ଧୋନୀ ତାଙ୍କୁ କହିଥିଲେ।
ଏହାଶୁଣି କୁଲଦୀପ ଡ଼ରି ଯାଇଥିଲେ। କ’ଣ ପାଇଁ ଗାଳି ହେଲା ଜାଣି ପାରି ନ ଥିଲେ। ଏନେଇ ତାଙ୍କୁ ସେ ପଚାରିଥିଲେ। ଧୋନୀ କହିଥିଲେ, ଯେତେବେଳେ କିଏ ମୋ କଥା ଶୁଣେନାହିଁ, ମୋତେ ରାଗିବାକୁ ପଡ଼େ। ଏବେ ତୁ ମୋ ରାଗ ଦେଖିନାହୁଁ। ଏହା ଶୁଣି କୁଲଦୀପ ଚୁପ୍‌ ହୋଇଯାଇଥିବା କହିଛନ୍ତି।

Share