Categories: ଜାତୀୟ

ଅନ୍ତର୍ଜାତୀୟ ମହିଳା ଦିବସରେ ମୁମ୍ବାଇ ମହିଳା ପୋଲିସକୁ ଉପହାର

ମୁମ୍ବାଇ,୮ ।୩: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ମୁମ୍ବାଇ ମହିଳା ପୋଲିସକୁ ଏକ ବଡ ଉପହାର ମିଳିଛି । ଏବେ ମୁମ୍ବାଇ ମହିଳା ପୋଲିସ ଦିନକୁ ୮ଘଣ୍ଟା ଡ୍ୟୁଟି କରିବେ । ଏନେଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେ ଏକ ନିର୍ଦ୍ଦେଶ ଜାରି କରିଛନ୍ତି ।
ସୋମବାର ଅଧିକାରୀମାନେ କହିଥିଲେ କି ମହିଳାମାନେ ଘର ଓ କର୍ମ କ୍ଷେତ୍ରରେ ସନ୍ତୁଳନ ରକ୍ଷା କରିବାକୁ ୮ ଘଣ୍ଟିଆ ଡ୍ୟୁଟି ଟାଇମ ବେଶ୍ ସହାୟକ ହେବ । ଏହା ପରବର୍ତ୍ତି ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାରି ରହିବ । ସୂଚନାଯୋଗ୍ୟ, ସଞ୍ଜୟ ପାଣ୍ଡେ ଡିଜିପି ଥିବା ସମୟରେ ଜାନୁୟାରୀରେ ଏହି ୮ ଘଣ୍ଟିଆ ଡ୍ୟୁଟି ଚାଇମ ଆରମ୍ଭ କରିବାକୁ ଯୋଜନା କରିଥିଲେ । ଏଥର ମୁମ୍ବାଇ ମହିଳା ପୋଲିସ ମାନେ ୩ଟି ସିପ୍ଟରେ ୮ ଘଣ୍ଟିଆ ଡ୍ୟୁଟି କରିବେ ।

Share