Categories: ଖେଳ

କ୍ରିକେଟ୍‌ ଇତିହାସରେ ଆଜିର ଦିନ ବହୁତ୍‌ ଖାସ୍‌: ଜାଣନ୍ତୁ କାହିଁକି

କ୍ରିକେଟ୍‌ ଇତିହାସରେ ଆଜିର ଦିନ ବହୁତ୍‌ ଖାସ୍‌। ୨୦୦୬ରେ ଆଜିର ଦିନରେ ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଇତିହାସ ରଚିଥିଲା। ଏକଦିବସିୟ କ୍ରିକେଟ୍‌ ଇତିହାସରେ ସବୁଠୁ ବଡ ଲକ୍ଷ୍ୟକୁ ସଫଳତାପୂର୍ବକ ପିଛା କରିବାରେ ସଫଳ ହୋଇଥିଲା ଦକ୍ଷିଣ ଆଫ୍ରିକା। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୪୩୪/୪ ରନ୍‌ କରିଥିଲା। ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଶେଷ ବଲ୍‌ରେ ଜିତିଥିଲା। ଏହି ବିଜୟର ହିରୋ ଥିଲେ ହରଶେଲ୍‌ ଗିବ୍ସ। ସେ ୧୧୧ ବଲ୍‌ ଖେଲି ୧୭୫ ରନ୍‌ କରିଥିଲେ। ଏହି ମ୍ୟାଚ୍‌ରେ କେହି ଭାବି ନ ଥିଲେ ଦକ୍ଷିଣ ଆଫ୍ରିକା ୪୩୪୫ ରନ୍‌ର ପିଛା କରିପାରିବ। କିନ୍ତୁ ଶେଷରେ ଏହା ସମ୍ଭବ ହୋଇଥିଲା।

Share