Posted inଖେଳ

୧୩ ବର୍ଷ ପୂର୍ବେ ଆଜିର ଦିନରେ ଦିନିକିଆ କ୍ରିକେଟରେ ନୂଆ ରେକର୍ଡ କରିଥିଲେ ସଚିନ: ଚୌକା-ଛକା ବର୍ଷା କରି…

ନୂଆଦିଲ୍ଲୀ,୨୪।୨: ଭାରତୀୟ କ୍ରିକେଟର ସଚିନ ତେନ୍ଦୁଲକର ‘ଗଡ୍‌ ଅଫ୍‌ କ୍ରିକେଟ୍‌’ ଭାବେ ଜଣାଶୁଣା। ସେ ୧୩ ବର୍ଷ ପୂର୍ବେ ଆଜିର ଦିନରେ ଦିନିକିଆ କ୍ରିକେଟ ଇତିହାସରେ ନୂଆ ରେକର୍ଡ ସୃଷ୍ଟି କରିଥିଲେ। ଦିନିକିଆରେ ଦ୍ୱିଶତକ ହାସଲ କରିବାରେ ତେନ୍ଦୁଲକର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ପାଲଟିଥିଲେ। ଗ୍ବାଲିଅରର କ୍ୟାପ୍‌ଟେନ ରୂପ ସିଂ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ଘାଇଲା କରି ସେ ଏହି ଉପଲବ୍ଧି ହାସଲ କରିଥିଲେ।

ସଚିନଙ୍କ ରେକର୍ଡ ସହ କ୍ରିକେଟରେ ଏକ ନୂଆ ପରମ୍ପରାର ଆରମ୍ଭ ହୋଇଥିଲା ବୋଲି କୁହାଯାଏ। କାରଣ ତାଙ୍କ ପୂର୍ବରୁ ଏଭଳି କାରନାମା କୌଣସି ବ୍ୟାଟ୍ସମ୍ୟାନ୍‌ କରି ନ ଥିଲେ। ତାଙ୍କ ପରେ ଏଯାବତ ଦିନିକିଆ କ୍ରିକେଟରେ ୧୦ ଦ୍ୱିଶତକ ମରାଯାଇଛି। ସେଥିରୁ ୭ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସ୍କୋର କରିଛନ୍ତି। ନିକଟରେ ଶୁଭମନ ଗିଲ ନ୍ୟୁଜିଲାଣ୍ଡ ବିପକ୍ଷରେ ଦ୍ୱିଶତକ ହାସଲ କରିଥିଲେ।

ସଚିନ ଖେଳିଥିବା ଉକ୍ତ ଦ୍ୱିଶତକୀୟ ଇନିଂସ ବିଷୟରେ କହିବାକୁ ଗଲେ ଉକ୍ତ ମ୍ୟାଚ୍‌ରେ ଭାରତ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ସଚିନ ଇନିଂସର ୫୦ତମ ଓଭରର ତୃତୀୟ ବଲ୍‌ରେ ଏକ ରନ୍‌ ନେଇ ନିଜର ଦ୍ୱିଶତକ ପୂରଣ କରିଥିଲେ। ସେ ୧୪୭ ବଲ୍‌ରେ ୨୦୦ ରନ୍‌ କରିଥିଲେ।

ସଚିନଙ୍କ ଏହି ସଫଳତା ପରେ କମେଣ୍ଟ୍ରି କରୁଥିବା ରବି ଶାସ୍ତ୍ରୀ କହିଥିଲେ, ‘୨୦୦ରେ ପହଞ୍ଚିଥିବା ପୃଥିବୀର ପ୍ରଥମ ବ୍ୟକ୍ତି ଏବଂ ସେ ହେଉଛନ୍ତି ଭାରତର ସୁପରମ୍ୟାନ୍‌। ଦୟାକରି ମୋର ପ୍ରଣାମ ଗ୍ରହଣ କର, ମାଷ୍ଟର’। ପରେ ସଚିନ ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ପୁରସ୍କାର ପାଇବା ପରେ ଦ୍ୱିଶତକକୁ ଭାରତବାସୀଙ୍କୁ ଉତ୍ସର୍ଗ କରିଥିଲେ। ଆଜି ବି କ୍ରିକେଟ ପ୍ରଶଂସକ ଉକ୍ତ ଦିନ ସହ ଶାସ୍ତ୍ରୀଙ୍କ ଶବ୍ଦକୁ ମନେ ପକାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ପଣ୍ଟିଂଙ୍କ ଖୁଲାସା: ଯେଉଁ ବ୍ୟାଟ୍‌ରେ ଶତକ ମାରୁଥିଲେ…

ନୂଆଦିଲ୍ଲୀ,୨୬।୪: ଦୁଇ ଥର ବିଶ୍ୱକପ୍‌ ବିଜେତା ଅଷ୍ଟ୍ରେଲିଆ ଅଧିନାୟକ ରିକି ପଣ୍ଟିଂ ଏବେ ଦିଲ୍ଲୀ କ୍ୟାପିଟାଲ୍ସର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ସମ୍ପାଦନ କରୁଛନ୍ତି। ଦିନ...

ପାକିସ୍ତାନକୁ ହରାଅ, ତୁମକୁ ଭୂରି ଭୋଜନ ମୁଁ ଦେବି- ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କୁ କିଛି ଏଭଳି କହିଥିଲେ ସଚିନ…

ନୂଆଦିଲ୍ଲୀ,୨୬।୪: କୌଣସି ଫର୍ମାଟ ହେଉ ନା କାହିଁକି ଭାରତ ପାକିସ୍ତାନ ମ୍ୟାଚ୍‌ କଥା ପଡ଼ିଲେ ପ୍ରଶଂସକଙ୍କ ଉତ୍କଣ୍ଠା ବଢ଼ିଯାଇଥାଏ। ହେଲେ ଦୁଇ ଦେଶ ଏବେ କେବଳ...

ଆଇପିଏଲ୍‌ ମଝିରେ ପୁଣି ଥରେ ବାପା ହେଲେ ପାଣ୍ଡ୍ୟା !

ନୂଆଦିଲ୍ଲୀ,୨୬।୪: ପୁଣି ଥରେ ବାପା ହୋଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଡ଼ ଭାଇ ତଥା ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ପାଇଁ ଖେଳୁଥିବା କ୍ରୁଣାଳ ପାଣ୍ଡ୍ୟା। କ୍ରୁଣାଳଙ୍କ...

ଭୋଟ ଦେଲେ କ୍ରିକେଟ୍‌ର ଜେଣ୍ଟଲମ୍ୟାନ୍‌: ମତଦାନ କେନ୍ଦ୍ରରେ ହୃଦୟ ଜିତିଲେ

ବେଙ୍ଗାଲୁରୁ,୨୬।୪: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର କୋଚ ରାହୁଲ ଦ୍ରାବିଡ ଶୁକ୍ରବାର ବେଙ୍ଗାଲୁରୁର ମତଦାନ କେନ୍ଦ୍ରରେ ପହଞ୍ଚି ଭୋଟ ଦେଇଛନ୍ତି। ଭୋଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri