Posted inଖେଳ

ଆଜି କ୍ରିକେଟ୍‌ ଇତିହାସରେ ଏକ ସ୍ମରଣୀୟ ଦିନ: ୧୪୫ ବର୍ଷ ପୂର୍ବେ…

ଆଜି ଅର୍ଥାତ୍‌ ମାର୍ଚ୍ଚ ୧୫ କ୍ରିକେଟ ଇତିହାସରେ ଏକ ବିଶେଷ ଦିନ। ୧୪୫ ବର୍ଷ ପୂର୍ବେ ମାର୍ଚ୍ଚ ୧୫ ୧୮୭୭ରେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା। ଦୁଇ ଦଳ ମଧ୍ୟରେ ଏହି ଐତିହାସିକ ମ୍ୟାଚ ମେଲବୋର୍ଣ୍ଣରେ ଅନୁଷ୍ଠିତ ହୋଇଥିଲା। ଦୁଇ ଦେଶ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ଅନେକ ରେକର୍ଡ କରାଯାଇଥିଲା। ଏହି ମ୍ୟାଚ୍‌ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଚାଲର୍‌ସ ବ୍ୟାନରମ୍ୟାନ ଚମତ୍କାର ବ୍ୟାଟିଂ କରୁଥିବାବେଳେ ଟେଷ୍ଟ ଇତିହାସରେ ପ୍ରଥମ ଶତକ ହାସଲ କରିବାର ରେକର୍ଡ କରିଥିଲେ।
ମେଲବୋର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ (ଏମସିଜି) ଖେଳାଯାଇଥିବା ଏହି ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। କଙ୍ଗାରୁ ଦଳର ଇନିଂସ ଆରମ୍ଭ ଭଲ ନ ଥିଲା। ମାତ୍ର ୨ ରନ୍‌ରେ ପ୍ରଥମ ଉଇକେଟ୍‌ ହରାଇଥିଲା ଦଳ। ୧୬୫ ରନ ସ୍କୋର କରିବା ପରେ ବ୍ୟାନରମ୍ୟାନ ଆହତ ହୋଇଥିଲେ। ଏହିପରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୨୪୫ ରନ ସଂଗ୍ରହ କରିଥିଲା।ଇଂଲଣ୍ଡ ପାଇଁ ଆଲଫ୍ରେଡ ଶ ଏବଂ ଜେମ୍ସ ସାଉଥର୍ଟନ ପ୍ରତ୍ୟେକ ୩ଟି ଉଇକେଟ ନେଇଥିଲେ।
ଅଷ୍ଟ୍ରେଲିଆର ୨୪୫ ରନର ଜବାବରେ ଇଂଲଣ୍ଡ ଦଳ ବ୍ୟାଟିଂ କରିବାକୁ ବାହାରିଥିଲା ଏବଂ ପ୍ରଥମ ଇନିଂସରେ ୧୯୬ ରନ ସ୍କୋର କରିଥିଲା। ଇଂରାଜୀ ଦଳ ପାଇଁ ହ୍ୟାରି ଜାପ ୬୩, ହ୍ୟାରି ଚାର୍ଲସଉଡ ୩୬ ଏବଂ ଆଲାନ ହିଲ ୩୫ ରନ କରିଥିଲେ। ଅଷ୍ଟ୍ରେଲିଆ ପାଇଁ ବିଲି ମିଡୱିଣ୍ଟର ୫ ଉଇକେଟ ନେଇଥିଲେ। ତାଙ୍କ ବ୍ୟତୀତ ଟମ ଗାରେଟ ଦୁଇ ଖେଳାଳିଙ୍କୁ ଆଉଟ୍‌ କରିଥିଲେ। ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ଆଧାରରେ ଇଂଲଣ୍ଡ ଦଳ ୪୯ ରନ ପଛରେ ପଡ଼ିଯାଇଥିଲା।
ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ବାହାରିଥିବା ଅଷ୍ଟ୍ରେଲିଆ ଦଳର ଆରମ୍ଭ ଅତ୍ୟନ୍ତ ଖରାପ ଥିଲା। ପ୍ରଥମ ଇନିଂସରେ ଶତକ ହାସଲ କରିଥିବା ଚାଲର୍‌ସ ବ୍ୟାନରମ୍ୟାନ ଏହି ଇନିଂସରେ ମାତ୍ର ୪ ରନ ସ୍କୋର କରିପାରିଥିଲେ। ଗୋଟିଏ ସମୟରେ ଅଷ୍ଟ୍ରେଲିଆ ୩୫ ରନ ପାଇଁ ୫ଟି ଉଇକେଟ ହରାଇଥିଲା। ଏହିପରି ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୧୦୪ ରନ ସ୍କୋର କରିପାରିଥିଲେ।
ଇତିହାସର ପ୍ରଥମ ଟେଷ୍ଟ ମ୍ୟାଚ ଜିତିବାକୁ ଇଂଲଣ୍ଡ ୧୫୪ ରନ ଲକ୍ଷ୍ୟ ହାସଲ କଲା। ଟାର୍ଗେଟକୁ ପଛରେ ପକାଇ ଇଂଲଣ୍ଡ ଖରାପ ଆରମ୍ଭ କରିଥିଲା ଏବଂ ଦଳର ଆକାଉଣ୍ଟ ଖୋଲି ନ ଥିବା ବେଳେ ପ୍ରଥମ ଉଇକେଟ ପଡିଗଲା। ଓପନର୍‌ ଆଲାନ ହିଲ ଶୂନରେ ଆଉଟ୍‌ ହୋଇଥିଲେ। ଇଂଲଣ୍ଡ ମାତ୍ର ୧୦୮ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଏହିପରି ଅଷ୍ଟ୍ରେଲିଆ ଏହି ଐତିହାସିକ ଟେଷ୍ଟକୁ ୪୫ ରନ୍‌ରେ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri