ରାସ୍ତାରେ ସ୍ବାମୀ, ଝିଅଙ୍କୁ ଛାଡ଼ି ମହିଳା ଫେରାର

ଅନୁଗୋଳ ଅଫିସ,୧୧।୧- ସ୍ବାମୀ, ଝିଅଙ୍କ ସହ ବାପଘରକୁ ଯାଉଥିବା ଜଣେ ମହିଳା କୌଶଳକ୍ରମେ ସେମାନଙ୍କୁ ଛାଡ଼ି ସମ୍ପର୍କୀୟ ଭିଣୋଇଙ୍କ ସହ ଫେରାର ହୋଇଯିବା ଅନୁଗୋଳ ଜିଲାରେ ସୋମବାର ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ, ସମ୍ପୃକ୍ତା ମହିଳା ୬ ମାସ ପୂର୍ବରୁ ଭିଣୋଇଙ୍କ ସହ ପଳାଇ ଯାଇଥିଲେ। ସ୍ବାମୀଙ୍କ ବହୁ ଉଦ୍ୟମ ପରେ ସେ ପୁଣି ଶାଶୁଘରକୁ ଫେରିଥିଲେ। ହେଲେ ସୋମବାର ବାପଘରକୁ ଯାଉଥିବା ବେଳେ ବୁଢ଼ୀ ଠାକୁରାଣୀ ମନ୍ଦିର ନିକଟରେ ସ୍ବାମୀ ଓ ଝିଅଙ୍କୁ ପାଣି ଆଣିବାକୁ ପଠାଇ ଭିଣୋଇଙ୍କ ସହ ପୁଣି ପଳାଇ ଯାଇଥିବା ବଅଁରପାଳ ଥାନାରେ ଅଭିଯୋଗ ହୋଇଛି।