Posted inଜାତୀୟ

ମହାକୁମ୍ଭର ଦ୍ୱିତୀୟ ଦିନରେ ବୁଡ଼ ପକାଇଲେ ୩.୫ କୋଟି ସାଧୁସନ୍ଥ, ଶ୍ରଦ୍ଧାଳୁ

ବୁଡ଼ ପକାଇଲେ ୩.୫ କୋଟି ମହାକୁମ୍ଭ ନଗର,୧୫।୧: ଉତ୍ତର ପ୍ରଦେଶର ପ୍ରୟାଗରାଜରେ ସୋମବାରଠାରୁ ଆରମ୍ଭ ହୋଇଥିବା ମହାକୁମ୍ଭର ଦ୍ୱିତୀୟ ଦିନ ତଥା ପବିତ୍ର ମକର ସଂକ୍ରାନ୍ତି ଅବସରରେ ଗଙ୍ଗା, ଯମୁନା ଓ ପୁରାଣବର୍ଣ୍ଣିତ ସରସ୍ବତୀ ନଦୀର ମିଳନସ୍ଥଳ ତ୍ରିବେଣୀ ସଙ୍ଗମରେ ୩.୫ କୋଟି ସାଧୁସନ୍ଥ ଓ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି। ପ୍ରଥମ ‘ଅମୃତ ସ୍ନାନ’ରେ ସାମିଲ ହେବା ପାଇଁ ବହୁ ଆଖଡ଼ାର ସାଧୁସନ୍ଥ ଆସିଥିଲେ।

ସୋମବାର ପୌଷ ପୂର୍ଣ୍ଣିମାରେ କୋଟିଏ ୬୫ ଲକ୍ଷ ଶ୍ରଦ୍ଧାଳୁ ବୁଡ଼ ପକାଇଥିବାବେଳେ ମକର ସଂକ୍ରାନ୍ତି ପ୍ରଥମ ଶାହି ସ୍ନାନରେ ଅଧିକାଂଶ ଆଖଡ଼ା ସଦସ୍ୟ ଓ ସନ୍ଥମାନେ ଯୋଗଦେଇଥିଲେ। ଏଥିପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସନ୍ଥ, କଳ୍ପବାସୀ ଏବଂ ଶ୍ରଦ୍ଧାଳୁମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଥମ ଅମୃତ ସ୍ନାନ ଉତ୍ସବ ସଫଳତାର ସହ ସମ୍ପନ୍ନ ହୋଇଥିବାରୁ ସନାତନ ଧାମର ସବୁ ଆଖଡ଼ା, ମହାକୁମ୍ଭ ମେଳାର ପ୍ରଶାସନ, ସ୍ଥାନୀୟ ପ୍ରଶାସନ, ପୋଲିସ ପ୍ରଶାସନ, ପରିମଳ କର୍ମଚାରୀ, ସ୍ବେଚ୍ଛାସେବୀ ସଂଗଠନ ଏବଂ ଧର୍ମୀୟ ସଂସ୍ଥା, ନାବିକ ତଥା ମହାକୁମ୍ଭ ସହ ଜଡ଼ିତ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସବୁ ବିଭାଗକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି।

ମଙ୍ଗଳବାର ଭୋର୍‌ ୩ଟା ବ୍ରହ୍ମ ମୁହୂର୍ତ୍ତରେ ଅମୃତ ସ୍ନାନ ଆରମ୍ଭ ହୋଇଥିଲା। ମହାକୁମ୍ଭରେ ୧୩ଟି ଆଖଡ଼ା ଭାଗ ନେଇଥିବାବେଳେ ଶ୍ରୀ ପଞ୍ଚାୟତି ଆଖଡ଼ା ମହାନିର୍ବାଣୀ ଏବଂ ଶ୍ରୀ ଶମ୍ଭୁ ପଞ୍ଚାୟତି ଅଟଳ ଆଖଡ଼ା ପ୍ରଥମେ ଅମୃତ ସ୍ନାନରେ ସାମିଲ ହୋଇଥିଲେ। ଦେହରେ ବିଭୂତି ବୋଳିଥିବା ନାଗା ସାଧୁମାନେ ହାତରେ ବର୍ଚ୍ଛା ଓ ତ୍ରିଶୂଳ ଧରି ଶୋଭାଯାତ୍ରାରେ ଶାହି ସ୍ନାନକୁ ଯାଇଥିଲେ। କେତେଜଣ ନାଗା ସନ୍ଥ ଘୋଡ଼ା ଚଢ଼ି ଆସିଥିବା ଦେଖାଯାଇଥିଲା।

‘ହର ହର ମହାଦେବ’, ‘ଜୟ ଶ୍ରୀରାମ’ ଏବଂ ‘ଜୟ ଗଙ୍ଗା ମୈୟା’ ସ୍ଲୋଗାନ ସହ ବହୁସଂଖ୍ୟାରେ ଶ୍ରଦ୍ଧାଳୁ ବିଭିନ୍ନ ଗୋଷ୍ଠୀରେ ଆସି ଭିନ୍ନ ଭିନ୍ନ ଘାଟରେ ସ୍ନାନ କରିଥିଲେ। ବିଦେଶରୁ ମଧ୍ୟ ଶ୍ରଦ୍ଧାଳୁମାନେ ଶାହି ସ୍ନାନରେ ଭାଗ ନେଇ ବୁଡ଼ ପକାଇଥିଲେ। ଅମୃତ ସ୍ନାନ ବେଳେ ଆକାଶ ମାର୍ଗରୁ ହେଲିକପ୍ଟର ଯୋଗେ ଶ୍ରଦ୍ଧାଳୁମାନଙ୍କ ଉପରେ ପୁଷ୍ପ ବୃଷ୍ଟି କରାଯାଇଥିଲା। ଆକାଶରୁ ଗୋଲାପ ପାଖୁଡ଼ା ପଡ଼ୁଥିବାବେଳେ ଶ୍ରଦ୍ଧାଳୁମାନେ ଜୟ ଶ୍ରୀରାମ, ହର ହର ମହାଦେବ ସ୍ଲୋଗାନ ଦେଉଥିବା ଦେଖାଯାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଉଦ୍ୟାନ କୃଷି ବିଭାଗ ପୁଷ୍ପ ବୃଷ୍ଟି ଲାଗି ପ୍ରସ୍ତୁତି କରିଥିଲା। ଏଥିପାଇଁ ୨୦ କୁଇଣ୍ଟାଲ ଗୋଲାପ ପାଖୁଡ଼ା ବ୍ୟବହୃତ ହୋଇଥିବା ଜଣାପଡ଼ିଛି। ପବିତ୍ର ମକର ସଂକ୍ରାନ୍ତିରେ ସଙ୍ଗମରେ ବୁଡ଼ ପକାଇଲେ ପାପ କ୍ଷୟ ଯାଇ ଆଧ୍ୟାତ୍ମିକ ଶାନ୍ତି ମିଳିଥାଏ ବୋଲି ବିଶ୍ୱାସ ରହିଛି, ଯେଉଁଥିପାଇଁ ଅଗଣିତ ହିନ୍ଦୁ ତୀର୍ଥଯାତ୍ରୀ ଆକର୍ଷିତ ହୋଇ ମହାକୁମ୍ଭକୁ ଆସିଥାନ୍ତି। ପ୍ରତି ୧୨ ବର୍ଷରେ ଥରେ ମହାକୁମ୍ଭ ପଡ଼ୁଥିବାବେଳେ ୧୪୪ ବର୍ଷ ପରେ ଏଥର ବିରଳ ସ୍ବର୍ଗୀୟ ସଂଯୋଗ ପଡ଼ିଥିବାରୁ ଏହାକୁ ସବୁଠୁ ପବିତ୍ର ଅବସର ବୋଲି କୁହାଯାଉଛି। ଫେବୃଆରୀ ୨୬ ପର୍ଯ୍ୟନ୍ତ ଦୀର୍ଘ ୪୫ ଦିନ ଧରି ମହାକୁମ୍ଭ ଲାଗିରହିବ।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଜଗିଥିଲା ଯମ: ବାପାମା’ଙ୍କ ସହ ଚାଲିଗଲା ଭଉଣୀଙ୍କ ଜୀବନ, ସୌଭାଗ୍ୟକୁ… 

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏମିତି ବି ଆସେ ମୃତ୍ୟୁ। ଭଗବାନଙ୍କ ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଚାଲିଗଲା ଜୀବନ। ମୃତକମାନେ ହେଲେ ଗଜପତି ଜିଲା ଗୋଶାଣୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri