ମହାନଦୀ ଉପରେ ପ୍ରସ୍ତୁତ ହେବ ବୃତ୍ତଚିତ୍ର

ଭୁବନେଶ୍ୱର,୨୨।୬(ବ୍ୟୁରୋ): ମହାନଦୀ ହେଉଛି ଦେଶର ଏକ ଅମୂଲ୍ୟ ସମ୍ପଦ। ଏହା ଦିନକୁ ଦିନ ନିଜର ଅସ୍ଥିତ୍ୱ ହରାଇବାରେ ଲାଗିଛି। ଜନସାଧାରଣଙ୍କ ପାଖରେ ମହାନଦୀର ସୁରକ୍ଷାକୁ ନେଇ ସଚେତନତାର ବାର୍ତ୍ତା ପହଞ୍ଚାଇବା ଉଦ୍ଦେଶ୍ୟରେ ପ୍ରିଲ୍ୟୁଡ୍‌ ପ୍ରଡକ୍ସନ ବ୍ୟାନରରେ ମହାନଦୀ ଉପରେ ଏକ ବୃତ୍ତଚିତ୍ର ପ୍ରସ୍ତୁତ ହେଉଛି। ଏଥିସହ ସୋସିଆଲ ମିଡିଆ ମାଧ୍ୟମରେ କ୍ୟାମ୍ପେନ୍‌ ଆରମ୍ଭ ହୋଇଛି ବୋଲି ମଙ୍ଗଳବାର ଭୁବନେଶ୍ୱରଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପ୍ରଯୋଜକ ସତ୍ୟବ୍ରତ ସାନୁରଥ କହିଛନ୍ତି। ଗବେଷକ ତଥା ଐତିହାସିକ ଅନୀଲ ଧୀର କହିଛନ୍ତି, ମହାନଦୀ ଆଉ ପୂର୍ବ ପରି ନାହିଁ। ଏହାକୁ ବୁଝିବା ନିମନ୍ତେ ଜଣଙ୍କୁ ତୃଣମୂଳ ସ୍ତରରୁ ଏହି ନଦୀ ସମ୍ପର୍କରେ ଗଭୀର ଅଧ୍ୟୟନ କରିବାର ଆବଶ୍ୟକତା ରହିଛି। ବେଆଇନ ପ୍ରଦୂଷଣ, ଅବାଂଛିତ ଶୋଷଣ ପରି ବିଭିନ୍ନ କାରକ ଏହି ବିଶାଳ ନଦୀର ଜଳପ୍ରବାହକୁ ଅନେକାଂଶରେ ପ୍ରତିହତ କରିଛି। ମହାନଦୀର ଦୈଘର୍‌ୟ, ସୁନ୍ଦରତା ବାସ୍ତବରେ ଅବିଶ୍ୱସନୀୟ। ମହାନଦୀକୁ ବଞ୍ଚାଇବାର ସମୟ ଆଜି ପ୍ରାୟ ଉପନୀତ। ବୃତ୍ତଚିତ୍ରର ନିର୍ଦ୍ଦେଶକ ଅମୃତେନ୍ଦୁ ବରାଳ କହିଛନ୍ତି, ନଦୀ ବନ୍ଧ ନିର୍ମାଣ, ବାଲି ଖନନ, ସେତୁ ନିର୍ମାଣ, ଶିଳ୍ପାୟନରୁ ନିର୍ଗତ ବର୍ଜ୍ୟବସ୍ତୁ, ଧାର୍ମିକ ବର୍ଜ୍ୟବସ୍ତୁ, ଘରୋଇ ବର୍ଜ୍ୟବସ୍ତୁ ଏବଂ ନଦୀକୂଳିଆ ଜଙ୍ଗଲର ଅବକ୍ଷୟ ଯୋଗୁ ମହାନଦୀରେ ଜଳପ୍ରବାହ ଦିନକୁ ଦିନ କମ୍‌ ହେଉଛି। ସମୟାନୁସାରେ ଏହାର ଅସ୍ତିତ୍ୱ ଲୋପ ପାଇବାକୁ ବସିଛି। ପ୍ରକୃତି ଆମକୁ ଅନେକ କିଛି ଶିକ୍ଷା ପ୍ରଦାନ କରିଥାଏ ଏବଂ ଏହା ଏକ ମନୁଷ୍ୟକୃତ ତ୍ରୁଟି। ଏହା ବିନାଶର ପଥ। ଯଦିଓ ଆମେ କ୍ଷତିକୁ ଭରଣା କରିପାରିବା ନାହଁି, ତେବେ ଆମେ ଏହି କ୍ଷତିକୁ କିଛି ମାତ୍ରାରେ ହ୍ରାସ କରିପାରିବା। ଏହି ବୃତ୍ତଚିତ୍ରର ଦୃଷ୍ଟିକୋଣ ହେଉଛି କ୍ଷୟକ୍ଷତିର ପୁନରୁଦ୍ଧାର ଓ ଏହା ବିଷୟରେ ଲୋକଙ୍କୁ ଅବଗତ କରିବା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri