Odisha Elections 2024
Posted inଜାତୀୟ

ସେପଟେ ଯବାନ ଶହୀଦ, ଏପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭବ୍ୟ ସ୍ବାଗତ: ଭାଜପାକୁ ଟାର୍ଗେଟ୍‌ କଲା କଂଗ୍ରେସ

ନୂଆଦିଲ୍ଲୀ,୧୪।୯: କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କ ସହ ମୁହାଁମୁହିଁ ବେଳେ ଜମ୍ମୁ କଶ୍ମୀର ପୋଲିସର ଜଣେ ଆର୍ମି କର୍ନେଲ, ଜଣେ ମେଜର ଏବଂ ଜଣେ ଡିଏସପି ଶହୀଦ ହୋଇଛନ୍ତି। ଏହି ଘଟଣାକୁ ନେଇ କଂଗ୍ରେସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍‌ କରିଛି। ଯାହା ହେଉନା କାହିଁକି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରଶଂସା ନେବା କେବେ ସ୍ଥଗିତ ରଖିପାରିବେ ନାହିଁ ପାର୍ଟି ମୁଖପାତ୍ର ପୱନ ଖେରା କହିଛନ୍ତି।
ବୁଧବାର ସନ୍ଧ୍ୟାରେ ଅନନ୍ତନାଗରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଆର୍ମି କର୍ନେଲ ମନପ୍ରୀତ ସିଂ, ବାଟାଲିୟନ କମାଣ୍ଡାଣ୍ଟ ମେଜର ଆଶିଷ ଧନୌତ ଏବଂ ଜମ୍ମୁ କଶ୍ମୀର ପୋଲିସର ଡିଏସପି ହୁମାୟୁଂ ଭଟ୍ଟ ଶହୀଦ ହୋଇଥିଲେ। ସେହି ସମୟରେ ଜି-୨୦ ସମ୍ମିଳନୀର ସଫଳତାକୁ ନେଇ ଭାଜପାର ଜାତୀୟ ହେଡ କ୍ୱାର୍ଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଏକ ସ୍ବାଗତ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଦଳର ଜାତୀୟ ସଭାପତି ଜେପି ନଡା ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ। ଏହି ସମୟ ମଧ୍ୟରେ ଅନେକ କେନ୍ଦ୍ର ମନ୍ତ୍ରୀ ଓ ଏମ୍‌ପି ଉପସ୍ଥିତ ଥିଲେ। ଏହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି।
ଖେରା ଏକ୍ସ ଯୋଗେ କହିଛନ୍ତି, ଆଜି ଆମ ସୈନ୍ୟବାହିନୀର ୩ ଅଧିକାରୀଙ୍କ ଶହୀଦ ହେବାର ଦୁଃଖଦ ଖବର ଆସିଛି ସେହି ସମୟରେ ଭାଜପା ମୁଖ୍ୟାଳୟରେ ବାଦଶାହଙ୍କ ପାଇଁ ଏକ ଭବ୍ୟ ସ୍ବାଗତ ଉତ୍ସବ ଆୟୋଜନ କରାଯାଇଥିଲା। ଯାହା ହେଉନା କାହିଁକି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରଶଂସାକୁ ଏଡାଇ ପାରିବେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାତି ମାଲିଓ୍ବାଲ ମାମଲାର ଯାଞ୍ଚ କରିବ ଏସଆଇଟି, ଏହି ମହିଳା ଅଧିକାରୀଙ୍କୁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ,୨୧।୫: ସ୍ବାତି ମାଲିୱାଲ ଆମ ଆଦମୀ ପାର୍ଟିରୁ ରାଜ୍ୟ ସଭା ଏମପିଙ୍କ ଉପରେ ଆକ୍ରମଣ ମାମଲାରେ ଏକ ବଡ ଅପଡେଟ ଆସିଛି। ଏହି ଆକ୍ରମଣ ଘଟଣାର...

ଯେ କୌଣସି ସ୍ତରକୁ ଯାଇପାରେ ‘ଇଣ୍ଡିଆ’ ମେଣ୍ଟ: ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ପରେ ମୋଦି କହିଲେ ଏମିତି

ନୂଆଦିଲ୍ଲୀ,୨୧।୫: ଲୋକ ସଭା ନିର୍ବାଚନରେ ପଞ୍ଚମ ପର୍ଯ୍ୟାୟ ଭୋଟ ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଧନ୍ୟବାଦ ଜଣାଇବା ସହ ଭାଜପା ନେତୃତ୍ୱାଧୀନ ନ୍ୟାସନାଲ...

ମତଦାନ କେନ୍ଦ୍ର ଶୌଚାଳୟରେ ମିଳିଲା ପୋଲିଂ ବୁଥ ଏଜେଣ୍ଟଙ୍କ ମୃତଦେହ

ମୁମ୍ବାଇ,୨୧।୫: ଶିବସେନା (ୟୁବିଟି)ର ପୋଲିଂ ବୁଥ ଏଜେଣ୍ଟ ମନୋହର ନାଲେଜ(୬୨)ଙ୍କ ମୃତଦେହ ମୁମ୍ବାଇର ୱର୍ଲି ଅଞ୍ଚଳରେ ଥିବା ଏକ ମତଦାନ ବୁଥର ଶୌଚାଳୟ ଭିତରୁ ଜବତ...

ନିର୍ବାଚନ ପ୍ରତିଦ୍ୱନ୍ଦିତା ମଧ୍ୟରେ ଫୁଟିଲା ଗୁଳି, ଜଣେ ମୃତ ୨ ଆହତ, ଭାଜପା ନେତା ଗିରଫ

ପାଟନା,୨୧।୫: ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା କାରଣରୁ ମଙ୍ଗଳବାର (ମେ’୨୧) ସକାଳେ ବିହାରର ଛପ୍ରାଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଘଟଣାରେ ଜଣଙ୍କର ମତ୍ୟୁ...

କେଜ୍‌ରିଓ୍ବାଲଙ୍କ ଟେନ୍‌ସନ ବଢାଇଲା ଇଡି, ଆତ୍ମସମର୍ପଣର ତାରିଖ ପୂର୍ବରୁ…

ନୂଆଦିଲ୍ଲୀ,୨୧।୫: ଦିଲ୍ଲୀ ମଦ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସମସ୍ୟା ବଢାଇଦେଇଛି। ଜୁନ ୨ରେ ଆତ୍ମସମର୍ପଣ ସମୟରେ ଇଡି ଏଏପି ସଂଯୋଜକ...

ଭାବପ୍ରବଣ ହେଲେ ରାହୁଲ ଗାନ୍ଧୀ: ବାପାଙ୍କ ପାଇଁ ଲେଖିଲେ ଏମିତି କଥା

ନୂଆଦିଲ୍ଲୀ,୨୧।୫: କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ପିତା ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଏକ ଭାବପ୍ରବଣ ବାର୍ତ୍ତା ଲେଖିଛନ୍ତି। ମଙ୍ଗଳବାର...

ଇରାନ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଆଜି ଭାରତରେ ଶୋକ: ଅର୍ଦ୍ଧନମିତ ରହିବ ଜାତୀୟ ପତାକା

ନୂଆଦିଲ୍ଲୀ,୨୧।୫: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କର ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସୋମବାର ଦୁର୍ଘଟଣାସ୍ଥଳରୁ ରଇସିଙ୍କ ମୃତଦେହ ମିଳିଥିବା ସରକାରୀ ଗଣମାଧ୍ୟମରେ ସ୍ପଷ୍ଟ କରାଯାଇଛି। ରବିବାର...

ମମତାଙ୍କୁ ଲିଗାଲ ନୋଟିସ୍‌

କୋଲକାତା,୨୧ା୫:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାରତ ସେବାଶ୍ରମ ସଂଘ (ବିଏସ୍‌ଏସ୍‌)ର ସମ୍ପାଦକ ସ୍ବାମୀ ପ୍ରଦୀପ୍ତାନନ୍ଦ ସୋମବାର ଲିଗାଲ ନୋଟିସ୍‌ ପଠାଇ ୪୮ ଘଣ୍ଟା ମଧ୍ୟରେ ନିଃସର୍ତ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri