‘ମହାଶିବରାତ୍ରୀ’ ଉପଲକ୍ଷେ ସୁଦର୍ଶନଙ୍କ ବାଲୁକାକଳା

ପୁରୀ ଅଫିସ,୧୧।୩: ଗୁରୁବାର ପବିତ୍ର ମହାଶିବରାତ୍ରୀ। ଏହାକୁ ନେଇ ରାଜ୍ୟର ବିଭିନ୍ନ ଶୈବପୀଠଗୁଡ଼ିକରେ ଭକ୍ତମାନଙ୍କ ଗହଳି ଦେଖିବାକୁ ମିଳୁଛି। ଏହି ଅବସରରେ ରାଜ୍ୟବାସୀଙ୍କୁ ବାଲୁକାକଳା ମାଧ୍ୟମରେ ଶୁଭେଚ୍ଛା ଜଣାଇଛନ୍ତି ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳାଭୂମିରେ ଶିବଙ୍କ ଅର୍ଦ୍ଧନାରୀଶ୍ୱର ରୂପକୁ ବେଶ ଭଲ ଭାବେ ଦେଖାଇ ‘ଓମ୍‌ ନମଃ ଶିବାୟ’ ଲେଖିଛନ୍ତି ସେ। ଏହାର ଏକ ଫଟୋ ମଧ୍ୟ ସେ ନିଜ ସୋସିଆଲ ପୃଷ୍ଠାରେ ଶେୟାର କରିଛନ୍ତି।