ନାମଫଳକରେ ବରପୁତ୍ରଙ୍କ ସମ୍ପର୍କରେ ଲେଖାଯାଉ

ବରପୁତ୍ରଙ୍କୁ ସମ୍ମାନ ଦେବା ସହ ସ୍ମୃତିକୁ ଚିରକାଳ ଜୀବନ୍ତ ରଖିବା ଓ ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ବିଭିନ୍ନ ସ୍ଥାନରେ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। ରାଜଧାନୀରେ ସରକାରୀ ସ୍ତରରେ ୭୨ ଓ ବେସରକାରୀ ସ୍ତରରେ ୨୦ରୁ ଊର୍ଦ୍ଧ୍ୱ ପ୍ରତିମୂର୍ତ୍ତି ରହିଛି। ହେଲେ ସେମାନଙ୍କୁ ଅନେକ ସମୟରେ ଅସମ୍ମାନିତ କରାଯାଉଥିବା ଭଳି ଅଭିଯୋଗ ଉଠୁଛି। କେବଳ ଜୟନ୍ତୀ ବା ଶ୍ରାଦ୍ଧଦିବସ ଆସିଲେ ବରପୁତ୍ରମାନେ ମନେପଡ଼ନ୍ତି। ବର୍ଷର ଅନ୍ୟ ଦିନରେ ଅଧିକାଂଶ ପ୍ରତିମୂର୍ତ୍ତିରେ ମାଳଟିଏ ପଡୁ ନ ଥିବାବେଳେ ଘାସବଣ ଭିତରେ ପକ୍ଷୀ ମଳରେ ବିକୃତ ହୋଇପଡୁଥିବା ଓ ଅସାମାଜିକଙ୍କ ଆଡ୍ଡାସ୍ଥଳ ପାଲଟିଥିବା ଦେଖିବାକୁ ମିଳୁଛି। କେଉଁଠି ନାମଫଳକ ଲିଭିଗଲାଣି ତ ଆଉ କେଉଁଠି ବାହାରକୁ ଦୃଶ୍ୟମାନ ହେଉନାହିଁ। ନାମଫଳକରେ ଉଦ୍‌ଘାଟକ ଓ ଅତିଥିଙ୍କ ନାମ ଭିତରେ ବରପୁତ୍ରଙ୍କ ନାମ ଲୁଚିଯାଉଛି। ପୁଣି ବରପୁତ୍ରଙ୍କ ସମ୍ପର୍କରେ ଅଧିକ କିଛି ଲେଖାଯାଉ ନ ଥିବାରୁ ଏହା ପରପିଢ଼ିକୁ ଜାଣିବା ସୁଯୋଗ ରହୁନାହିଁ ବା ଅନୁପ୍ରାଣିତ କରିପାରୁ ନାହିଁ। ବରପୁତ୍ରଙ୍କ ପ୍ରତିମୂର୍ତ୍ତିର ରକ୍ଷଣାବେକ୍ଷଣ ଓ ପ୍ରତିମୂର୍ତ୍ତି ସ୍ଥଳକୁ ଆଲୋକୀକରଣ ସହ ଆକର୍ଷଣୀୟ କରିବା ପାଇଁ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ବିଏମ୍‌ସି ଓ ବିଡିଏକୁ ଚିଠି ଲେଖି ଚୁପ୍‌ ବସିଥିବାବେଳେ ଏହା ସେମାନଙ୍କ ବଂଶଧର ଓ ବୁଦ୍ଧିଜୀବୀଙ୍କୁ ବ୍ୟଥିତ କରିଛି।

ସ୍ବତନ୍ତ୍ର ପଲିସି ଆସିବା ଆବଶ୍ୟକ
ବରପୁତ୍ରଙ୍କ ପ୍ରତିମୂର୍ତ୍ତି କେଉଁଠି ସ୍ଥାପନ କରାଯିବ, ରାଜଧାନୀରେ ନା ଜନ୍ମସ୍ଥାନରେ, ନିର୍ଦ୍ଦିଷ୍ଟ ଅଞ୍ଚଳରେ ସର୍ବାଧିକ କେତେ ସଂଖ୍ୟକ ପ୍ରତିମୂର୍ତ୍ତି ରହିପାରିବ, ସେଠାରେ କ’ଣ ସବୁ ଲେଖା ରହିବ, ରକ୍ଷଣାବେକ୍ଷଣ, ସମ୍ମାନ ଆଦିକୁ ନେଇ ସରକାରୀ ସ୍ତରରେ ସ୍ବତନ୍ତ୍ର ପଲିସି ଆସିବାର ଆବଶ୍ୟକତା ରହିଛି। ଏଥିସହ ନାମଫଳକର ମଧ୍ୟ ବହୁତ ପ୍ରାସଙ୍ଗିକତା ରହିଛି। ୨୦୦୯ରୁ ଏନେଇ ଆମେ ଦାବି କରି ଆସୁଛୁ। ଅନେକ ପ୍ରତିମୂର୍ତ୍ତିରେ ଲାଗିଥିବା ନାମଫଳକ ଦୂରରୁ ଦେଖିଲେ ବରପୁତ୍ରଙ୍କ ନାମ ଛୋଟ ଓ ଉଦ୍‌ଘାଟକ ବା ଅତିଥିଙ୍କ ନାମ ବଡ଼ ଦେଖାଯାଉଛି। ମୁଖ୍ୟମନ୍ତ୍ରୀଙ୍କଠୁ ନେଇ କର୍ପୋରେଟରଙ୍କ ଯାଏ ନାମ ରହୁଛି। ୫ବର୍ଷ ପରେ ଏମାନେ ଆଉ ପ୍ରାସଙ୍ଗିକ ହୋଇ ରହୁନାହାନ୍ତି, କିନ୍ତୁ ଯିଏ ପ୍ରକୃତରେ ପ୍ରାସଙ୍ଗିକ ତାଙ୍କୁ ଅବହେଳା କରାଯାଉଛି। ସେ କିଏ, ତାଙ୍କୁ ଆମେ କାହିଁକି ମନେରଖିବା, ଅନ୍ତତଃପକ୍ଷେ ସେତିକି ଲେଖାଗଲେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଏହା ଉପଯୋଗୀ ହୁଅନ୍ତା।
-ଦିଲୀପ ଦାଶଶର୍ମା, ସଭାପତି,ଉତ୍କଳ ସମ୍ମିଳନୀ,ମଞ୍ଚେଶ୍ୱର ଶାଖା

ପ୍ରକୃତ ଉଦ୍ଦେଶ୍ୟ ଉପରେ ଧ୍ୟାନ ଦିଆଯାଉ
ହଁ, ଏମିତି ହେବା ଉଚିତ। କାରଣ ଅନେକ ବରପୁତ୍ର ଅଛନ୍ତି, ଯେଉଁମାନଙ୍କ ସମ୍ପର୍କରେ ସମସ୍ତେ ଜାଣନ୍ତିନି। ନାମ ପଢ଼ିଦେଲେ ବି ସମସ୍ତଙ୍କୁ ମନେପକାଇ ହୁଏନି। ବିଶେଷକରି ଆମ ଭଳି ଯୁବପିଢ଼ି ଓ ପରପିଢ଼ିଙ୍କ ପାଇଁ ଏହା ଲାଭଦାୟକ ବା ଅନୁକରଣୀୟ ହୁଅନ୍ତା। କିଛି ନ ହେଲେ ଅନେକେ ତ ଏହା ଉପରେ ନଜର ପକାନ୍ତେ ଆଉ କିଛି ମନେରଖନ୍ତେ। ଖାଲି ପ୍ରତିମୂର୍ତ୍ତି ତିଆରି କରିଦେଲେ ହେବନାହିଁ, ଏହାର ପ୍ରକୃତ ଉଦ୍ଦେଶ୍ୟ ଉପରେ ଧ୍ୟାନଦେବା ଆବଶ୍ୟକ।
-ସୁରଜ ରୟ, ଛାତ୍ର, ଭୁବନେଶ୍ୱର
ସମ୍ବଳ ଅଭାବରୁ ସବୁ ଅନୁରୋଧ ପୂରଣ ହୋଇପାରୁନି
ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ମିଳୁଥିବା ଅର୍ଥରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉଛି। ରକ୍ଷଣାବେକ୍ଷଣ ସହ ପ୍ରତିମୂର୍ତ୍ତି ସ୍ଥଳରେ ବରପୁତ୍ରଙ୍କ ସମ୍ପର୍କରେ ଅଧିକ ତଥ୍ୟ ରଖିବା ସହ ଅଧିକ ପଦକ୍ଷେପ ନେବାକୁ ହେଉଥିବା ଅନୁରୋଧ ସମ୍ବଳ ଅଭାବରୁ ପୂରଣ ହୋଇପାରୁନି। ଅଧିକ ଅର୍ଥ ବରାଦ ହେଲେ ସବୁ ଅନୁରୋଧ ପ୍ରତି ଧ୍ୟାନ ଦେଇ ହୁଅନ୍ତା। ଏହା ଏକ ଭଲ କଥା। ସରକାର ଏ ଦିଗରେ ପଦକ୍ଷେପ ନେବେ ବୋଲି ମୋର ଆଶା।
-ହୃଷୀକେଶ ମଲ୍ଲିକ, ସଭାପତି, ଓଡ଼ିଶା ସାହିତ୍ୟ ଏକାଡେମୀ
ଅଧିକ ସୂଚନା ଦେବାକୁ ଆଲୋଚନା ହୋଇଛି
ପ୍ରତିମୂର୍ତ୍ତି ସ୍ଥଳକୁ ନିରନ୍ତର ସଫା ରଖାଯାଉଛି। ସରକାରୀ ଓ ଘରୋଇ ଭାବେ ଉଭୟ ଉଦ୍ୟମରେ ବରପୁତ୍ରଙ୍କ ଜୟନ୍ତୀ ପାଳନ ହେଉଛି। ପୂଜ୍ୟପୂଜା କାର୍ଯ୍ୟକ୍ରମକୁ ସରକାର ଧ୍ୟାନ ଦେଉଛନ୍ତି। କେବଳ ସରକାର ନୁହନ୍ତି, ସଙ୍ଗଠନ ଓ ବ୍ୟକ୍ତିବିଶେଷ ଏ ଦିଗରେ ମଧ୍ୟ ସହଯୋଗ କରିବା ଆବଶ୍ୟକ। ବରପୁତ୍ରଙ୍କ ନାମ ସହ ସେମାନଙ୍କ ସମ୍ପର୍କରେ ଅଧିକ ସୂଚନା ଦେବା ପାଇଁ ବୈଠକରେ ଆଲୋଚନା କରାଯାଇଛି।
-ଲକ୍ଷ୍ମୀଧର ବେହେରା, ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ, ସଂସ୍କୃତି ବିଭାଗ


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri