ଶେଷ ଦିନରେ ୩୩୫୯ ପ୍ରାର୍ଥତ୍ପତ୍ର ଦାଖଲ

କେନ୍ଦ୍ରାପଡ଼ା ଅଫିସ, ୨୨ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମଙ୍ଗଳବାରଠାରୁ ମନୋନୟନ ପତ୍ର ଦାଖଲ ଆରମ୍ଭ ହୋଇଥିଲା। ଶୁକ୍ରବାର ଶେଷ ଦିନରେ ୩୩୫୯ ଜଣ ପ୍ରାର୍ଥତ୍ପତ୍ର ଦାଖଲ ହୋଇଛି। ଆସନ୍ତା ୨୨ରେ ଏହି ପ୍ରାର୍ଥତ୍ପତ୍ରଗୁଡିକ ଯାଞ୍ଚ ହେବ। ଏଥିସହ ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରାର୍ଥତ୍ପତ୍ର ପ୍ରତ୍ୟାହାର ସମୟସୀମା ଧାର୍ଯ୍ୟ ହୋଇଥିବା ବେଳେ ସନ୍ଧ୍ୟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।
ଅପରାହ୍ନ ୩ଟା ସୁଦ୍ଧା ୩୨ଟି ଜିଲା ପରିଷଦ ସଭ୍ୟ ପଦ ପାଇଁ ୮୯ ଜଣ ପ୍ରାର୍ଥୀ ଉପ ଜିଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଶେଷଦିନରେ ଆଳି ବ୍ଲକ ଅଞ୍ଚଳର ୪ ଜୋନ୍‌ ପାଇଁ ୬ଜଣ, କେନ୍ଦ୍ରାପଡ଼ାର ୪ ଜୋନ୍‌ ପାଇଁ ୧୨ଜଣ, ଗରଦପୁରର ୩ ଜୋନ୍‌ ପାଇଁ ୧୨ଜଣ, ଡେରାବିଶର ୩ ଜୋନ୍‌ ପାଇଁ ୧୦ଜଣ, ପଟ୍ଟାମୁଣ୍ଡାଇର ୪ ଜୋନ୍‌ ପାଇଁ ୧୧ଜଣ, ମହାକାଳପଡ଼ାର ୫ ଜୋନ୍‌ ପାଇଁ ୧୩ ଜଣ, ମାର୍ଶାଘାଇର ୩ ଜୋନ୍‌ ପାଇଁ ୧୧ଜଣ, ରାଜକନିକାର ୩ ଜୋନ୍‌ ପାଇଁ ୫ଜଣ ଓ ରାଜନଗର ବ୍ଲକ ଅଞ୍ଚଳର ୩ ଜୋନ୍‌ ପାଇଁ ୯ଜଣ ପ୍ରାର୍ଥତ୍ପତ୍ର ଦାଖଲ କରଛନ୍ତି। ଏଥିସହ ଜିଲାର ୯ ବ୍ଲକ ଅଞ୍ଚଳରେ ସମିତି ସଭ୍ୟ, ସରପଞ୍ଚ ଓ ୱାର୍ଡ ସଭ୍ୟ ପଦବୀ ପାଇଁ ମନୋନୟନ ପତ୍ର ବିଭିନ୍ନ କାର୍ଯ୍ୟାଳୟରେ ଦାଖଲ ହୋଇଛି। ଡିପିଓ ସନ୍ତୋଷ କୁମାର ସାହୁଙ୍କ ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ବ୍ଲକ ଅଞ୍ଚଳରେ ୨୮୦ ଜଣ ୱାର୍ଡ ସଭ୍ୟ, ୩୭ ଜଣ ସମିତିସଭ୍ୟ ଓ ୪୫ଜଣ ସରପଞ୍ଚ ପଦ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ ହୋଇଛି। ସେହିପରି ଡେରାବିଶ ବ୍ଲକରେ ୨୬୨ଟି ୱାର୍ଡ ସଭ୍ୟ, ୩୯ଟି ସମିତିସଭ୍ୟ ଓ ୩୭ଟି ସରପଞ୍ଚ, ପଟ୍ଟାମୁଣ୍ଡାଇ ବ୍ଲକରେ ୧୯୦ ଜଣ ୱାର୍ଡ ସଭ୍ୟ, ୪୩ ଜଣ ସମିତିସଭ୍ୟ ଓ ୭୦ ଜଣ ସରପଞ୍ଚ, ଗରଦପୁର ବ୍ଲକରେ ୨୦୬ ଜଣ ୱାର୍ଡ ସଭ୍ୟ, ୩୦ ସମିତିସଭ୍ୟ ଓ ୩୯ ସରପଞ୍ଚ, ମାର୍ଶାଘାଇ ବ୍ଲକରେ ୧୮୪ ୱାର୍ଡ ସଭ୍ୟ, ୩୪ ସମିତିସଭ୍ୟ ଓ ୩୪ଜଣ ସରପଞ୍ଚ ପଦ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଏଥିସହ ଆଳି ବ୍ଲକ ଅଞ୍ଚଳରେ ୩୧୩ ୱାର୍ଡ ସଭ୍ୟ, ୪୦ଜଣ ସମିତିସଭ୍ୟ ଓ ୬୮ଜଣ ସରପଞ୍ଚ, ମହାକାଳପଡ଼ା ବ୍ଲକରେ ୩୯୪ଜଣ ୱାର୍ଡ ସଭ୍ୟ, ୪୨ଜଣ ସମିତିସଭ୍ୟ ଓ ୬୩ ଜଣ ସରପଞ୍ଚ, ରାଜନଗରରେ ୩୬୫ ଜଣ ୱାର୍ଡ ସଭ୍ୟ, ୬୭ ଜଣ ସମିତିସଭ୍ୟ ଓ ୪୭ ଜଣ ସରପଞ୍ଚ ଓ ରାଜକନିକାରେ ୨୪୭ଜଣ ୱାର୍ଡ ସଭ୍ୟ, ୩୬ ଜଣ ସମିତିସଭ୍ୟ ଓ ୫୮ଜଣ ସରପଞ୍ଚ ପଦ ପାଇଁ ଆଶାୟୀ ପ୍ରାର୍ଥୀ ପ୍ରାର୍ଥତ୍ପତ୍ର ଦାଖଲ କରିଛନ୍ତି। ଉପଜିଲାପାଳ ନିରଞ୍ଜନ ବେହେରାଙ୍କ ସୂଚନା ଅନୁଯାୟୀ ଚଳିତ ନିର୍ବାଚନରେ କୋଭିଡ୍‌ କଟକଣାକୁ ଗୁରୁତ୍ୱ ଦିଆଯାଇଛି।