ପ୍ରଥମ ଦିନରେ ୮୦ ହଜାର ନେଲେ ଟିକା

ଭୁବନେଶ୍ୱର, ୪।୧(ବ୍ୟୁରୋ): ସାରା ଦେଶରେ ସୋମବାରଠାରୁ ୧୫ରୁ ୧୮ ବର୍ଷ ପିଲାଙ୍କର ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ଦେଶରେ ପ୍ରାୟ ୧୬ଲକ୍ଷରୁ ଊର୍ଦ୍ଧ୍ୱ ପିଲା ଟିକା ନେଇଛନ୍ତି। ଟିକାକରଣ ପାଇଁ ଗତ ୧ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇଥିଲା। ଦେଶରେ ଏହି ବର୍ଗର ୭କୋଟି ୫୦ଲକ୍ଷ ପିଲା ଟିକା ନେବାକୁ ଯୋଗ୍ୟ ହୋଇଥିବାବେଳେ ପ୍ରାୟ ୨୭ଲକ୍ଷ ପଞ୍ଜୀକରଣ କରିଥିଲେ। ଏଥିମଧ୍ୟରୁ ୧୬ଲକ୍ଷରୁ ଊର୍ଦ୍ଧ୍ୱ ପିଲା ଟିକା ନେଇଥିବା କୋଓ୍ବିନ୍‌ ପୋର୍ଟାଲରୁ ସୂଚନା ମିଳିଛି। ସେହିପରି ଓଡ଼ିଶାରେ ୮୦,୧୨୯ ଜଣ ପିଲା ଟିକା ନେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ସବୁ ବର୍ଗର ମୋଟ ୨,୮୬,୬୪୦ ଜଣଙ୍କର ଟିକାକରଣ ହୋଇଛି। ଏଥିମଧ୍ୟରେ ୧,୫୬,୮୯୦ ଜଣଙ୍କୁ କୋଭିଶିଲ୍ଡ ଏବଂ ୧,୨୯,୭୫୦ ଜଣଙ୍କୁ କୋଭାକ୍ସିନ୍‌ ଟିକା ଦିଆଯାଇଛି। ତେବେ ପିଲାମାନଙ୍କୁ କେବଳ କୋଭାକ୍ସିନ୍‌ ଟିକା ଦିଆଯାଇଥିଲା।
ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ, ରାଜ୍ୟରେ ସୋମବାର ୩,୨୦୪ ଟିକାକେନ୍ଦ୍ରରେ ଟିକାକରଣ ହୋଇଥିଲା। କେବଳ ୯୩୯ଟି ସ୍ବତନ୍ତ୍ର କେନ୍ଦ୍ରରେ ପିଲାଙ୍କ ଟିକାକରଣ କରାଯାଇଥିଲା। ପୂର୍ବରୁ ଯେଉଁଠାରେ ଟିକା ଦିଆଯାଉଥିଲା ସେଠାରେ ମଧ୍ୟ ପିଲାଙ୍କୁ ଟିକା ଦିଆଯାଇଥିଲା। ପୂର୍ବାହ୍ନ ୮ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ପିଲାଙ୍କୁ ଟିକା ଦିଆଯାଇଥିଲା। ଅନ୍ୟମାନଙ୍କୁ ଅପରାହ୍ନରେ ଟିକା ଦିଆଯାଇଥିଲା। ଏଠାରେ ଉଲ୍ଲେଖଯୋଗ୍ୟ, ୨୦୦୭ କିମ୍ବା ତା’ ପୂର୍ବରୁ ଯେଉଁ ପିଲା ଜନ୍ମ ହୋଇଛନ୍ତି ସେମାନେ ଟିକା ନେବା ପାଇଁ ଯୋଗ୍ୟ। ଯୋଗ୍ୟ ହିତାଧିକାରୀମାନେ କୋଓ୍ବିନ୍‌ ପୋର୍ଟାଲରେ ନାମ ପଞ୍ଜୀକରଣ କରିବେ। ଆଧାର କାର୍ଡ ନ ଥିଲେ ସ୍କୁଲ ଆଇ କାର୍ଡ ଦେଖାଇ ମଧ୍ୟ ପଞ୍ଜୀକରଣ କରିପାରିବେ। ଏଥିସହ ଟିକାକେନ୍ଦ୍ରରେ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ଡା. ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଥିଲେ। ରାଜ୍ୟରେ ଏକ ମାସ ଭିତରେ ପିଲାଙ୍କ ପ୍ରଥମ ଡୋଜ୍‌ ଟିକାକରଣ ଶେଷ କରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri