Categories: ଫୁରସତ

କାର୍‌ ପଛପଟେ ମା’-ବାପା କିମ୍ବା ଭଗବାନଙ୍କ ନାଁ ନୁହେଁ, ଏମିତି କିଛି ଲେଖା ହୋଇଛି; ଯାହାର ଭିଡିଓ ଦେଖିଲେ କରିବେ ପ୍ରଶଂସା

ସାଧାରଣତଃ ବାଇକ୍‌ ହେଉ ବା କାର୍‌ ପଛପଟେ ମା’-ବାପା କିମ୍ବା ଭଗବାନଙ୍କ ନାଁ ଲେଖା ହୋଇଥିବାର ଦେଖାଯାଏ। କିନ୍ତୁ ଆଜିକାଲି ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଏକ ଭିନ୍ନ ନାମ ଲେଖା ହୋଇଛି। ନାମ ଏହିପରି ଲେଖାଯାଇଛି, ଯାହା ଆପଣ ପୂର୍ବରୁ କେବେ ଦେଖି ନ ଥିବେ। ଅନେକ ଲୋକ ଏହି ବ୍ୟକ୍ତିଙ୍କୁ ସଚ୍ଚୋଟତା ପ୍ରଶଂସା କରୁଛନ୍ତି।
ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ବ୍ୟକ୍ତି ଜଣକ ତାଙ୍କ କାର ଭିତରୁ ଏକ ଭିଡିଓ ପ୍ରସ୍ତୁତ କରୁଛନ୍ତି। ଠିକ ସେହି ସମୟରେ ସେହି ଭିଡିଓରେ ଏକ କାର୍‌ ଦେଖାଯାଏ। କାର୍‌ ନମ୍ବର MP09ରୁ ଆରମ୍ଭ ହୁଏ। ମଧ୍ୟପ୍ରଦେଶର ଇନ୍ଦୋର ଜିଲା ନମ୍ବର। ଏହି କାରର ପଛ ପାର୍ଶ୍ୱରେ ମଇଷିର ଫଟୋ ସହିତ ‘ମଇଁଷିର ଦାନ’ ବୋଲି ଲେଖାଯାଇଛି।
ଏହାର ଅର୍ଥ ବ୍ୟକ୍ତି ଜଣକ କହିବାକୁ ଚାହୁଁଛନ୍ତି ଯେ, ମଇଁଷି ଯୋଗୁ ସେ ଏହି କାର ପାଇଛନ୍ତି। ବର୍ତ୍ତମାନ ଲୋକମାନେ ଏହି କାର୍‌ ମଇଁଷି କ୍ଷୀର ବିକ୍ରୟ କରି କିମ୍ବା ମଇଁଷି ବିକ୍ରୟ କରି କିଣାଯାଇଛି ସେନେଇ ଅନେକ କମେଣ୍ଟ ଦେଉଛନ୍ତି। ଏହି ଭିଡିଓକୁ ଇନଷ୍ଟାଗ୍ରାମରେ @sspsaddampatel ନାମକ ଜଣେ ୟୁଜର୍ସ ଶେୟାର କରିଛନ୍ତି। ଏହାକୁ ଏପର୍ଯ୍ୟନ୍ତ ୧.୫ ଲକ୍ଷରୁ ଅଧିକ ଥର ଦେଖାଯାଇଛି।

Share