୧୧ବର୍ଷ ଝିଅର ପରାମର୍ଶରେ ବାପା ଚଳାଇଲେ ସୋଲାର ଅଟୋରିକ୍ସା

ନୂଆଗାଁ,୧୨।୫(ଡି.ଏନ.ଏ.): ଅଧିକାଂଶ ସମୟରେ ଛୋଟ ପିଲାମାନଙ୍କ ଗଠନ ମୂଳକ ପରାମର୍ଶ ସଫଳତା ଆଣିଥାଏ। ସେମିତି ଜଣେ ୧୧ବର୍ଷ ବୟସ୍କ ଝିଅର ପରାମର୍ଶରେ ଜଣେ ଯୁବକ ନିଜ ପରିବାରର ଆର୍ଥିକ ସ୍ଥିତିକୁ ବଦଳାଇବାରେ ସକ୍ଷମ ହୋଇଛନ୍ତି। ଏହି ଘଟଣା ଏବେ ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଦିନ ଥିଲା ନୂଆଗାଁ ବ୍ଲକ୍‌ ମହିପୁର ପୋଖରା ଗ୍ରାମର ଶ୍ରୀକାନ୍ତ ପାତ୍ର କୌଣସି କାମଧନ୍ଦା କରୁ ନ ଥିଲେ। ଫଳରେ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଥିଲା। ଏପରି ପରିସ୍ଥିତିରେ ସେ କୌଣସି ଉପାୟ ନ ପାଇ କାମ ଅନ୍ବୋଷଣରେ ଭୁବନେଶ୍ୱର ଚାଲି ଯାଇଥିଲେ। ବହୁ ଦିନ ଭୁବନେଶ୍ୱରରେ ରହିବା ପରେ ମଧ୍ୟ ତାଙ୍କୁ କୌଣସି କାମ ମିଳି ନ ଥିଲା। ଅନ୍ୟ କୌଣସି ଉପାୟ ନ ପାଇଁ ୨୦୦୭ରେ ସେ ଭୁବନେଶ୍ୱରରେ ଅଟୋରିକ୍ସା ଚଳାଇବା ଆରମ୍ଭ କରିଥିଲେ। ଏମିତି କିଛିଦିନ ଚାଲିବା ପରେ ଦିନକୁ ଦିନ ରାଜଧାନୀରେ ଅଟୋରିକ୍ସା ସଂଖ୍ୟା ବୃଦ୍ଧି ପାଇଥିଲା। ଫଳରେ ଶ୍ରୀକାନ୍ତଙ୍କ ରୋଜଗାର କମିବାରେ ଲାଗିଲା । ତେଣୁ ସେ ଗାଁକୁ ଫେରି ଆସି ଏକ ବ୍ୟାଟେରୀ ଚାଳିତ ଅଟୋରିକ୍ସା ଚଳାଇବା ଆରମ୍ଭ କରିଥିଲେ । ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଟୋରିକ୍ସା ବ୍ୟାଟେରୀକୁ ଚାର୍ଜ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା । ଗାଁଠାରୁ ଦୂରକୁ ଅଟୋରିକ୍ସା ନେଇ ଯିବା ବି ସମ୍ଭବ ହେଲାନାହିଁ। ଏହି ଚିନ୍ତାରେ ଶ୍ରୀକାନ୍ତ ବ୍ୟସ୍ତ ହେଉଥିଲେ। ଏଣେ ଅଟୋରିକ୍ସା ନ ଚାଲିବାରୁ ପରିବାରର ସାଧାରଣ ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇପଡୁଥିଲା। ଏହାର ପ୍ରଭାବ ପରିବାର ସଦସ୍ୟଙ୍କ ଉପରେ ପଡିଥିଲା। ଏପରି ସ୍ଥିତିରେ ଶ୍ରୀକାନ୍ତଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ୧୧ ବର୍ଷର ଝିଅ ଶ୍ରଦ୍ଧାଞ୍ଜଳି ବି ରାତିରେ ଏହି ଚିନ୍ତାରେ ଶୋଇ ପାରୁ ନ ଥିଲେ। ଦିନେ ସେ ମୋବାଇଲରେ ୟୁଟ୍ୟୁବ୍‌ ଦେଖି ସୋଲାର ପ୍ଲେଟ୍‌ର କାର୍ଯ୍ୟଦକ୍ଷତା ବିଷୟରେ ଜାଣିବାକୁ ପାଇଥିଲେ । ରାତି ସାରା ସେ ବିଭିନ୍ନ ସାଇଡ୍‌ ଖୋଲି ସୋଲାର ପ୍ଲେଟ୍‌ ଉପରେ ଅଧିକ ତଥ୍ୟ ସଂଗ୍ରହ କରିଥିଲେ। ସକାଳୁ ଉଠି ସୋଲାର ପ୍ଲେଟ୍‌ ମାଧ୍ୟମରେ ଅଟୋରିକ୍ସା ଚାଲି ପାରିବ କି ନାହିଁ ବୋଲି ବାପାଙ୍କୁ ପ୍ରଶ୍ନ କରିଥିଲେ । ସେଦିନଠାରୁ ସୋଲାର ପ୍ଲେଟ୍‌ରେ ଅଟୋରିକ୍ସା ଚଳାଇବାର ନିଶା ଶ୍ରୀକାନ୍ତଙ୍କ ମୁଣ୍ଡକୁ ଜୁଟି ଥିଲା । ଏଥିପାଇଁ ସେ ବିଭିନ୍ନ ଗ୍ୟାରେଜ୍‌ ମାଲିକଙ୍କ ସହିତ ପରାମର୍ଶ କରିଥିଲେ। ଶେଷରେ ଅଟୋରିକ୍ସା ଉପରେ ରହିବା ଯୋଗ୍ୟ ଏକ ସୋଲା ପ୍ଳେଟ କିଣି କଟକର ଏକ ଗ୍ୟାରେଜକୁ ନେଇଥିଲେ। ଆବଶ୍ୟକ ସରଞ୍ଜାମ ମାଧ୍ୟମରେ ସେହି ପ୍ଲେଟ୍‌ ଅଟୋରିକ୍ସା ଉପରେ ଲଗାଇବା ପରେ ତାଙ୍କ ଅଟୋରିକ୍ସା ପୂର୍ବପରି ଚାଲିଥିଲା। ଏଥିପାଇଁ ତାଙ୍କୁ ପ୍ରାୟ ୫୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଗତ ପ୍ରାୟ ୨ମାସ ହେଲା ଶ୍ରୀକାନ୍ତ ନିଜର ସୋଲାର ଅଟୋରିକ୍ସା ଚଳାଇ ଭଲ ରୋଜଗାର କରିପାରୁଥିବା କହିଛନ୍ତି। ଆଉ ବ୍ୟାଟେରୀ ଚାର୍ଜ କରିବା କିମ୍ବା ତେଲ ପକାଇବାକୁ ତାଙ୍କୁ କେଉଁଠି ଅପେକ୍ଷା କରିବାକୁ ପଡୁ ନାହିଁ। ରାସ୍ତାରେ ଅଟୋରିକ୍ସା ଚାଲିବା ସମୟରେ ସୂର୍ଯ୍ୟଙ୍କ କିରଣରେ ସୋଲାର ପ୍ଲେଟ୍‌ ଚାର୍ଜ ହେଉଛି । ସେଥିପାଇଁ ତାଙ୍କୁ ଏକ ଟଙ୍କା ବି ଖର୍ଚ୍ଚ କରିବାକୁ ଆଉ ପଡୁ ନାହିଁ ବୋଲି ଶ୍ରୀକାନ୍ତ କହିଛନ୍ତି। ଝିଅର ପରାମର୍ଶ ମୋତେ ନୂଆ ରାସ୍ତା ଦେଖାଇଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri