୧୧ବର୍ଷ ଝିଅର ପରାମର୍ଶରେ ବାପା ଚଳାଇଲେ ସୋଲାର ଅଟୋରିକ୍ସା

ନୂଆଗାଁ,୧୨।୫(ଡି.ଏନ.ଏ.): ଅଧିକାଂଶ ସମୟରେ ଛୋଟ ପିଲାମାନଙ୍କ ଗଠନ ମୂଳକ ପରାମର୍ଶ ସଫଳତା ଆଣିଥାଏ। ସେମିତି ଜଣେ ୧୧ବର୍ଷ ବୟସ୍କ ଝିଅର ପରାମର୍ଶରେ ଜଣେ ଯୁବକ ନିଜ ପରିବାରର ଆର୍ଥିକ ସ୍ଥିତିକୁ ବଦଳାଇବାରେ ସକ୍ଷମ ହୋଇଛନ୍ତି। ଏହି ଘଟଣା ଏବେ ନୟାଗଡ଼ ଜିଲା ନୂଆଗାଁ ବ୍ଲକରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ, ଦିନ ଥିଲା ନୂଆଗାଁ ବ୍ଲକ୍‌ ମହିପୁର ପୋଖରା ଗ୍ରାମର ଶ୍ରୀକାନ୍ତ ପାତ୍ର କୌଣସି କାମଧନ୍ଦା କରୁ ନ ଥିଲେ। ଫଳରେ ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଥିଲା। ଏପରି ପରିସ୍ଥିତିରେ ସେ କୌଣସି ଉପାୟ ନ ପାଇ କାମ ଅନ୍ବୋଷଣରେ ଭୁବନେଶ୍ୱର ଚାଲି ଯାଇଥିଲେ। ବହୁ ଦିନ ଭୁବନେଶ୍ୱରରେ ରହିବା ପରେ ମଧ୍ୟ ତାଙ୍କୁ କୌଣସି କାମ ମିଳି ନ ଥିଲା। ଅନ୍ୟ କୌଣସି ଉପାୟ ନ ପାଇଁ ୨୦୦୭ରେ ସେ ଭୁବନେଶ୍ୱରରେ ଅଟୋରିକ୍ସା ଚଳାଇବା ଆରମ୍ଭ କରିଥିଲେ। ଏମିତି କିଛିଦିନ ଚାଲିବା ପରେ ଦିନକୁ ଦିନ ରାଜଧାନୀରେ ଅଟୋରିକ୍ସା ସଂଖ୍ୟା ବୃଦ୍ଧି ପାଇଥିଲା। ଫଳରେ ଶ୍ରୀକାନ୍ତଙ୍କ ରୋଜଗାର କମିବାରେ ଲାଗିଲା । ତେଣୁ ସେ ଗାଁକୁ ଫେରି ଆସି ଏକ ବ୍ୟାଟେରୀ ଚାଳିତ ଅଟୋରିକ୍ସା ଚଳାଇବା ଆରମ୍ଭ କରିଥିଲେ । ହେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଟୋରିକ୍ସା ବ୍ୟାଟେରୀକୁ ଚାର୍ଜ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା । ଗାଁଠାରୁ ଦୂରକୁ ଅଟୋରିକ୍ସା ନେଇ ଯିବା ବି ସମ୍ଭବ ହେଲାନାହିଁ। ଏହି ଚିନ୍ତାରେ ଶ୍ରୀକାନ୍ତ ବ୍ୟସ୍ତ ହେଉଥିଲେ। ଏଣେ ଅଟୋରିକ୍ସା ନ ଚାଲିବାରୁ ପରିବାରର ସାଧାରଣ ଖର୍ଚ୍ଚ ତୁଲାଇବା କଷ୍ଟକର ହୋଇପଡୁଥିଲା। ଏହାର ପ୍ରଭାବ ପରିବାର ସଦସ୍ୟଙ୍କ ଉପରେ ପଡିଥିଲା। ଏପରି ସ୍ଥିତିରେ ଶ୍ରୀକାନ୍ତଙ୍କ ଷଷ୍ଠ ଶ୍ରେଣୀରେ ପଢୁଥିବା ୧୧ ବର୍ଷର ଝିଅ ଶ୍ରଦ୍ଧାଞ୍ଜଳି ବି ରାତିରେ ଏହି ଚିନ୍ତାରେ ଶୋଇ ପାରୁ ନ ଥିଲେ। ଦିନେ ସେ ମୋବାଇଲରେ ୟୁଟ୍ୟୁବ୍‌ ଦେଖି ସୋଲାର ପ୍ଲେଟ୍‌ର କାର୍ଯ୍ୟଦକ୍ଷତା ବିଷୟରେ ଜାଣିବାକୁ ପାଇଥିଲେ । ରାତି ସାରା ସେ ବିଭିନ୍ନ ସାଇଡ୍‌ ଖୋଲି ସୋଲାର ପ୍ଲେଟ୍‌ ଉପରେ ଅଧିକ ତଥ୍ୟ ସଂଗ୍ରହ କରିଥିଲେ। ସକାଳୁ ଉଠି ସୋଲାର ପ୍ଲେଟ୍‌ ମାଧ୍ୟମରେ ଅଟୋରିକ୍ସା ଚାଲି ପାରିବ କି ନାହିଁ ବୋଲି ବାପାଙ୍କୁ ପ୍ରଶ୍ନ କରିଥିଲେ । ସେଦିନଠାରୁ ସୋଲାର ପ୍ଲେଟ୍‌ରେ ଅଟୋରିକ୍ସା ଚଳାଇବାର ନିଶା ଶ୍ରୀକାନ୍ତଙ୍କ ମୁଣ୍ଡକୁ ଜୁଟି ଥିଲା । ଏଥିପାଇଁ ସେ ବିଭିନ୍ନ ଗ୍ୟାରେଜ୍‌ ମାଲିକଙ୍କ ସହିତ ପରାମର୍ଶ କରିଥିଲେ। ଶେଷରେ ଅଟୋରିକ୍ସା ଉପରେ ରହିବା ଯୋଗ୍ୟ ଏକ ସୋଲା ପ୍ଳେଟ କିଣି କଟକର ଏକ ଗ୍ୟାରେଜକୁ ନେଇଥିଲେ। ଆବଶ୍ୟକ ସରଞ୍ଜାମ ମାଧ୍ୟମରେ ସେହି ପ୍ଲେଟ୍‌ ଅଟୋରିକ୍ସା ଉପରେ ଲଗାଇବା ପରେ ତାଙ୍କ ଅଟୋରିକ୍ସା ପୂର୍ବପରି ଚାଲିଥିଲା। ଏଥିପାଇଁ ତାଙ୍କୁ ପ୍ରାୟ ୫୭ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା। ଗତ ପ୍ରାୟ ୨ମାସ ହେଲା ଶ୍ରୀକାନ୍ତ ନିଜର ସୋଲାର ଅଟୋରିକ୍ସା ଚଳାଇ ଭଲ ରୋଜଗାର କରିପାରୁଥିବା କହିଛନ୍ତି। ଆଉ ବ୍ୟାଟେରୀ ଚାର୍ଜ କରିବା କିମ୍ବା ତେଲ ପକାଇବାକୁ ତାଙ୍କୁ କେଉଁଠି ଅପେକ୍ଷା କରିବାକୁ ପଡୁ ନାହିଁ। ରାସ୍ତାରେ ଅଟୋରିକ୍ସା ଚାଲିବା ସମୟରେ ସୂର୍ଯ୍ୟଙ୍କ କିରଣରେ ସୋଲାର ପ୍ଲେଟ୍‌ ଚାର୍ଜ ହେଉଛି । ସେଥିପାଇଁ ତାଙ୍କୁ ଏକ ଟଙ୍କା ବି ଖର୍ଚ୍ଚ କରିବାକୁ ଆଉ ପଡୁ ନାହିଁ ବୋଲି ଶ୍ରୀକାନ୍ତ କହିଛନ୍ତି। ଝିଅର ପରାମର୍ଶ ମୋତେ ନୂଆ ରାସ୍ତା ଦେଖାଇଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri