Categories: ଜାତୀୟ

୨୭ ସେପ୍ଟେମ୍ବରରେ ଚାଷୀ ସଂଗଠନର ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା…

ନୂଆଦିଲ୍ଲୀ,୨୬।୯: କେନ୍ଦ୍ର ସରକାରଙ୍କ ସଂଶୋଧିତ କୃଷି ଆଇନକୁ ବିରୋଧ କରି ଦେଶର ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ମିଳିତ ଭାବେ ଗତ ୧୦ ମାସ ହେଲା ଆନ୍ଦୋଳନ ଜାରି ରହିଛି। ଏହି ମର୍ମରେ ୨୭ ସେପ୍ଟେମ୍ବରରେ ସଂଗଠନ ପକ୍ଷରୁ ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି। ଚାଷୀ ସଂଗଠନର ଏହି ଡାକରାକୁ ବିରୋଧୀ ଦଳଗୁଡ଼ିକ ମଧ୍ୟ ସମର୍ଥନ କରିଛନ୍ତି।

ସୋମବାର ସକାଳ ୬ଟାଠାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭାରତ ବନ୍ଦ ରହିବ ବୋଲି ମିଳିତ ଚାଷୀ ସଂଗଠନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ତେବେ ଏହି ସମୟରେ ହସ୍ପିଟାଲ, ଔଷଧ ଦୋକାନ, ଆମ୍ବୁଲାନ୍ସ୍‌ ସମେତ ସମସ୍ତ ମେଡ଼ିକାଲ ସେବା ପୂର୍ବପରି ଜାରି ରହିବ।

ସେହିପରି ପରୀକ୍ଷା ଅବା ସାକ୍ଷାତକାର ଦେବାକୁ ଯାଉଥିବା ଆଶାୟୀଙ୍କୁ ମଧ୍ୟ ଅଟକା ଯିବ ନାହିଁ ବୋଲି ଚାଷୀ ସଂଗଠନ ପକ୍ଷରୁ କୁହାଯାଇଛି।

Share