ଶୁଦ୍ଧିକ୍ରିୟା ସରିଥିଲା, ୧୫ ବର୍ଷ ପରେ ଫେରିଲେ ପୁଅ

ପାଟଣା,୧୩।୧୧(ବୀର କିଶୋର ଦାଶ): ପୁଅକୁ ଯେତେବେଳେ ୧୪ ବର୍ଷ ହୋଇଥିଲା କେଉଁଆଡ଼େ ପଳାଇଥିଲେ। ଦୀର୍ଘ ବର୍ଷ ଧରି ପୁଅ ନ ଫେରିବାରୁ ପରିବାର ଓ ସମ୍ପର୍କୀୟମାନେ ମୃତ୍ୟୁ ଘଟିଥିବା ଭାବି ଗତ ବର୍ଷ ଶୁଦ୍ଧିକ୍ରିୟା କରିଥିଲେ। ମାତ୍ର ହଜିଯାଇଥିବା ନାବାଳକ ପୁଅ ୧୫ ବର୍ଷ ପରେ ସୋମବାର ଯୁବକ ହୋଇ ଘରକୁ ଫେରିଛନ୍ତି। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଉପାନ୍ତ ଅଞ୍ଚଳ ଡୁମୁରିଆ ପଞ୍ଚାୟତ ତଣ୍ଡୋ ଗ୍ରାମରେ। ମା’ ବାପା ହଜିଲା ପୁଅକୁ ପାଖରେ ପାଇ ଆତ୍ମ ବିଭୋର ହୋଇପଡ଼ିଛନ୍ତି।
ସୂଚନା ଅନୁଯାୟୀ, ଗ୍ରାମର ଅଯୋଧ୍ୟା ଦେହୁରୀଙ୍କ ସାନ ପୁଅ ଚିତ୍ରସେନ ୧୫ ବର୍ଷ ହେବ ଘରୁ କୁଆଡ଼େ ଚାଲି ଯାଇଥିଲେ। ନିଖୋଜ ହେବାର ୧୫ ବର୍ଷ ପରେ ଅଯୋଧ୍ୟା ୨୦୨୩ ଜୁନ୍‌ରେ ପୁଅ ଭଦ୍ରକରେ ଗାଡ଼ି ଚଳାଉଥିବା ଖବର ପାଇ ସେଠାକୁ ଗାଁ ଲୋକଙ୍କୁ ନେଇ ଯାଇଥିଲେ। ମାତ୍ର ଚିତ୍ରସେନ ବିବାହ କରିସାରିଥିବା ତାଙ୍କର ସ୍ତ୍ରୀ ଓ ପୁଅ ଥିବା ନେଇ ଗାଡ଼ି ମାଲିକ ସୂଚନା ଦେଇଥିଲେ। ଏଥିସହ ଗାଡ଼ି ଦୁର୍ଘଟଣାରେ ୨ଦିନ ତଳେ ତାଙ୍କର ମୃତ୍ୟୁ ହୋଇଛି। ଅଯୋଧ୍ୟାଙ୍କୁ ଗାଡ଼ି ମାଲିକ ଶବ ପୋତାଯାଇଥିବା ସ୍ଥାନ ବି ଦେଖାଇଥିଲେ। ପରେ ଅଯୋଧ୍ୟା ସାହି ଭାଇ ଓ ପୂଜକଙ୍କ ପରାମର୍ଶରେ ହିନ୍ଦୁ ପରମ୍ପରା ଅନୁଯାୟୀ, ଜୁନ୍‌ରେ ଶୁଦ୍ଧିକ୍ରିୟା କରିଥିଲେ। ମାତ୍ର ସୋମବାର ସାରେ ନେପାଳର ଏକ ଟ୍ରଷ୍ଟର କର୍ମକର୍ତ୍ତାମାନେ ଚିତ୍ରସେନଙ୍କୁ ଆଣି ଘରେ ସୁରକ୍ଷିତ ଭାବେ ଛାଡ଼ି ଦେଇଛନ୍ତି। ପରେ ତାଙ୍କୁ ପରିବାର ଲୋକେ ଏକ ନିଛାଟିଆ ଘରେ ଏକୁଟିଆ ରଖିଛନ୍ତି। ପୂଜକଙ୍କ ପରାମର୍ଶରେ ପରିବାର ଲୋକେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଚିତ୍ରସେନଙ୍କ ମୁହଁ ଦେଖୁ ନାହାନ୍ତି। ପୂଜକ ଘର ଲୋକଙ୍କୁ କହିଛନ୍ତି, କ୍ରିୟା ସରିଥିବା ବ୍ୟକ୍ତିଙ୍କ ମୁହଁ ଦେଖିଲେ ଅଶୁଭ ହେବ ଓ ଆୟୁଷ ହାନି ଘଟିବ। ଏଥିପାଇଁ ହିନ୍ଦୁ ଶାସ୍ତ୍ର ମତେ ନୂତନ ବିଧାନ କରିବାକୁ ହେବ ବୋଲି ପୂଜକ ପରାମର୍ଶ ଦେଇଛନ୍ତି। ଏ ନେଇ ଗାଁ ଲୋକ ଓ ଘର ଲୋକ ମୁହଁ ଖୋଲୁନାହାନ୍ତି। ସୂଚନାଯୋଗ୍ୟ, ଚିତ୍ରସେନ ଭଦ୍ରକ ଯାଇ ସେଠାରୁ ନେପାଳ ପଳାଇଥିଲେ। ମାନସିକ ରୋଗରେ ଆକ୍ରାନ୍ତ ଥିବା ବେଳେ ନେପାଳର ଏକ ସ୍ବେଚ୍ଛାସେବୀ ସଂଗଠନ ତାଙ୍କର ଚିକିତ୍ସା କରାଇବା ସହ ଏକ ଆଶ୍ରମରେ ରଖିଥିଲେ। ସୁସ୍ଥ ହେବାପରେ ଘର ଠିକଣା ବୁଝି ସଂଗଠନର ୨ ସଦସ୍ୟ ତାଙ୍କୁ ଆଣି ଘରେ ଛାଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଛ କହୁଥିଲେ ଟ୍ରମ୍ପ! ଇରାନର ଦୁଇ ଏନର୍ଜି ପ୍ଲାଣ୍ଟ ଉପରେ ଏୟାରଷ୍ଟ୍ରାଇକ…..

ନୂଆଦିଲ୍ଲୀ,୨୪।୩:ଗୋଟିଏ ପଟେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସଂଘର୍ଷର ଅନ୍ତ ହେବାର ସଙ୍କେତ ଦେଉଛନ୍ତି । ଅନ୍ୟପଟେ, ଇରାନ ଆକ୍ରମଣ ସମ୍ପର୍କରେ ଏକ ବଡ଼ ଦାବି କରିଛି…

ପାଡୁଆ ପୋଲିସକୁ ଚ୍ୟାଲେଞ୍ଜ, ବୋଲେରୋ-ବାଇକ ପରେ ଏବେ ସ୍କୁଟି ଚୋରି

ନନ୍ଦପୁର/ପାଡୁଆ,୨୪।୩(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ଥାନା ପୋଲିସକୁ ଗାଡ଼ି ଚୋର ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ରବିବାର…

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

କାତ୍ୟାୟନୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ, ଦର୍ଶନ ପାଇଁ ସକାଳୁ ସକାଳୁ ଭକ୍ତଙ୍କ ଭିଡ଼

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଜାରି ରହିଛି। ଷଷ୍ଠ ଦିବସ ମଙ୍ଗଳବାରରେ ଦେବୀ କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri