ଏପଟେ ଝଲସୁଛି, ସେପଟେ ଅନ୍ଧାର

ଭୁବନେଶ୍ୱର,୨୩।୧(ବ୍ୟୁରୋ):ହକି ବିଶ୍ୱକପ୍‌କୁ ନେଇ କଳିଙ୍ଗ ଷ୍ଟାଡିୟମ୍‌ ଓ ଆଖପାଖ ଅଞ୍ଚଳ ରଙ୍ଗିନ ଆଲୋକମାଳାରେ ଝଲସୁଛି। ସେପଟେ ଡଟ୍‌ଫେଷ୍ଟ ଆୟୋଜିତ ହେଉଥିବା ୟୁନିଟ୍‌-୩ ଅଞ୍ଚଳର ଆଲୋକୀକରଣ ଆଖି ଝଲସେଇ ଦେଉଛି। ତେବେ ଆଲୋକର ଆବଶ୍ୟକତା ରହିଥିବା ସହରର ଅନେକ ଅଞ୍ଚଳ ଏବେ ବି ଅନ୍ଧାର ଘେରରେ ରହିଛି। ସହରର ଅନେକ ଅଞ୍ଚଳରେ ଷ୍ଟ୍ରିଟ୍‌ ଲାଇଟ୍‌ ଦୀର୍ଘଦିନ ଧରି ଅଚଳ ରହିଛି। ଜୟଦେବ ବିହାର ଅଞ୍ଚଳକୁ ଚିକ୍‌ମିକ୍‌ ଆଲୋକରେ ସଜାଯାଇଥିବାବେଳେ ଜୟଦେବ ବାଟିକା ଅଞ୍ଚଳରେ ମାସ ମାସ ଷ୍ଟ୍ରିଟ୍‌ ଲାଇଟ୍‌ ମରାମତି କରାଯାଉ ନାହିଁ। ଖଣ୍ଡଗିରି ଜୟଦେବ ବାଟିକା ମୁଖ୍ୟ ଫାଟକ ନିକଟରୁ ଆମ୍ରି ହସ୍ପିଟାଲ ପର୍ଯ୍ୟନ୍ତ ଓ ଜଗମୋହନ ନଗର ଛକରୁ ଆଜାଦ ମାର୍ଗ ପର୍ଯ୍ୟନ୍ତ ହାତଗଣତି କେତୋଟି ଷ୍ଟ୍ରିଟ୍‌ ଲାଇଟ୍‌କୁ ବାଦ ଦେଲେ ଅଧିକାଂଶ ଅଚଳ ରହିଥିବାରୁ ଏସବୁ ଅଞ୍ଚଳ ଅନ୍ଧାର ରହୁଛି। ଲକ୍ଷ୍ମୀସାଗର ଅଞ୍ଚଳରୁ ମଧ୍ୟ ସମାନ ଅଭିଯୋଗ ଆସୁଛି। କେତେକ ଷ୍ଟ୍ରିଟ୍‌ ଲାଇଟ୍‌ ଦିନରାତି ଧପ୍‌ଧପ୍‌ ହୋଇ ଜଳୁଛି। ସେହିପରି ଜାତୀୟ ରାଜପଥ ଓଭର ବ୍ରିଜ୍‌ ଉପରେ ମଧ୍ୟ ଅନେକ ସ୍ଥାନରେ ସମାନ ପରିସ୍ଥତି ଦେଖିବାକୁ ମିଳୁଛି। କେତେକ ଇଲେକ୍ଟ୍ରି ଖୁଣ୍ଟରେ କୌଣସି ବିବରଣୀ ନ ଥିବାରୁ ଅଭିଯୋଗ କରିବାରେ ମଧ୍ୟ ସମସ୍ୟା ହେଉଥିବା ଅଞ୍ଚଳବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri