Categories: ଜାତୀୟ

ନଭେମ୍ବର ୧୫ରେ ବସିବ ଏନ୍‌ଡିଏ ବିଧାୟକ ଦଳର ବୈଠକ: ନୀତୀଶ

ପାଟନା,୧୩ ।୧୧: ବିହାର ବିଧାନସଭା ନିର୍ବାଚନ ଆସିବା ପରେ ଏବେ ରାଜ୍ୟରେ ନୂଆ ସରକାର ଗଠନ ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏହି କ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଶୁକ୍ରବାର ଏନ୍‌ଡିଏ ନେତାଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏଚ୍‌ଏଏମ୍‌, ଭିଆପି ସମେତ ଭାଜପା ନେତାମାନେ ସାମିଲ ହୋଇଥିଲେ । ବୈଠକ ପରେ ନୀତୀଶ କୁମାର ସୂଚନା ଦେଇଛନ୍ତି କି ନଭେମ୍ବର ୧୫ ଦିନ ୧୨ଟା ୩୦ରେ ଏନ୍‌ଡିଏ ବିଧାୟକ ଦଳର ବୈଠକ ଅନୁଷ୍ଠିତ ହେବ । ଯେଉଁଥିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ତେବେ ସରକାର ଗଠନ ପୂର୍ବରୁ ଭାରତୀୟ ଜନତା ପାର୍ଟି(ଭାଜପା) ଏମ୍‌ପି ରାଜ୍ୟରେ ମଦ କାରବାର ଉପରେ ଅଙ୍କୁଶ ଲଗାଇବାକୁ କହିଛନ୍ତି । କାରଣ ହେଉଛି ମଦର ବହୁଳ କାରବାର ଫଳରେ ରାଜ୍ୟରେ ଭ୍ରଷ୍ଟାଚାର ବୃଦ୍ଧି ପାଉଛି ।

Share