Categories: ଜାତୀୟ

ସୋମବାର ୧୧ ଜଣ ପିଲାଙ୍କୁ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରିବେ ରାଷ୍ଟ୍ରପତି…

ନୂଆଦିଲ୍ଲୀ,୨୨।୧ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାନୁଆରୀ ୨୩ ସୋମବାର ବିଜ୍ଞାନ ଭବନରେ ଏକ ପୁରସ୍କାର ବିତରଣ ଉତ୍ସବରେ ୧୧ ଜଣ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରିବେ। ଜାନୁଆରୀ ୨୪ ରେ ପୁରସ୍କାର ଗ୍ରହଣ କରିଥିବା ପିଲାମାନଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥାବାର୍ତ୍ତା କରିବେ।

ଏହି ପିଲାମାନେ ନବସୃଜନ, ସାମାଜିକ ସେବା, ଏକାଡେମିକ, କ୍ରୀଡା, କଳା-ସଂସ୍କୃତି ଏବଂ ସାହସିକତା ବର୍ଗରେ ସେମାନଙ୍କର ଅତୁଳନୀୟ ସଫଳତା ପାଇଁ ବିଭିନ୍ନ ବର୍ଗରୁ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ ଗତ ବର୍ଷ ୨୯ ପିଲାଙ୍କୁ ପ୍ରଧାନମନ୍ତ୍ରୀ ଜାତୀୟ ଶିଶୁ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Share