ଛୁଟି ନେଇ ଘରକୁ ଆସୁଥିଲେ,ଦୁର୍ଘଟଣାରେ ଚାଲିଗଲା ଏସ୍‌ଡିଜେଏମ୍‌ଙ୍କ ଜୀବନ

ବାରିପଦା ଅଫିସ,୩୦।୬: ୪୯ ନଂ ଜାତୀୟ ରାଜପଥ ନିକଟରେ ଗୁରୁବାର ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ରାଇରଙ୍ଗପୁର ଏସ୍‌ଡିଜେଏମ୍‌ ସ୍ମରଣିକା ପ୍ରଧାନଙ୍କ ମୃତ୍ୟୁ ହୋଇଛି।

ସୂଚନାନୁସାରେ, କାର୍‌ଟି ଭାରସାମ୍ୟ ହରାଇ ଚାଇଁନେବଦା ଛକ ନିକଟରେ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇଯାଇଥିଲା। ଯାହା ଫଳରେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ଅବସ୍ଥାରେ ଏସ୍‌ଡିଜେଏମ୍‌ଙ୍କୁ ଯଶୀପୁର ମେଡ଼ିକାଲକୁ ନିଆଯାଇଥିଲା । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ସେ ଛୁଟି ନେଇ ରାଇରଙ୍ଗପୁରରୁ ନିଜ ଘର ପୁରୀକୁ ଯାଉଥିବା ବେଳେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।