ଦୁର୍ନୀତି ବିରୋଧରେ ଅଭିଯୋଗ କରିବାରୁ ଅଟକାଇ ପିଟିଦେଇଗଲେ ସରପଞ୍ଚଙ୍କ ସ୍ବାମୀ

ପୁରୁଷୋତ୍ତମପୁର,୨୫।୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମର ସମସ୍ୟା ଓ ଦୁର୍ନୀତି ବିରୋଧରେ ଜଣାଇବାରୁ ମରଣାତ୍ମକ ଆକ୍ରମଣ ଶିକାର ହେବାକୁ ପଡିଛି। ମରଣାତ୍ମକ ଶିକାର ବ୍ୟକ୍ତି ହେଲେ କବି ବେହେରା (୫୪)। ଏହି ଅଭିଯୋଗରେ ପୋଲିସ ମଙ୍ଗଳବାର ଚିଙ୍ଗୁଡିଘାଇ ପଞ୍ଚାୟତର ସରପଞ୍ଚ ବିଷ୍ଣୁପ୍ରିୟା ବେହେରାଙ୍କ ସ୍ବାମୀ ବଲ୍ଲଭ ବେହେରା ଓ ତାଙ୍କ ସହଯୋଗୀ ଶାନ୍ତନୁ କୁମାର ପଣ୍ଡାଙ୍କୁ ଗିରଫ କରିଛି। କେସନଂ ୯୦୧/୨୫ ବୋଲି ତଦନ୍ତକାରୀ ପୋଲିସ ଅଫିସର ଏସ୍‌ଆଇ ଆଦିତ୍ୟ ନାରାୟଣ ପାତ୍ର କହିଛନ୍ତି। ଏ ନେଇ କବି ପୋଲିସରେ ଅଭିଯୋଗ କରିଛନ୍ତିଯେ, ସୋମବାର ପ୍ରଶାସନ ପକ୍ଷରୁ ପଞ୍ଚାୟତରେ ଜନଶୁଣାଣି କାର୍ଯ୍ୟକ୍ରମ ରହିଥିବା ବେଳେ ଗ୍ରାମରେ ଉନ୍ନୟନମୂଳକ କାର୍ଯ୍ୟ ହେଉ ନ ଥିବା କିଛି କାର୍ଯ୍ୟରେ ଘୋଟାଲା ହୋଇଥିବା ନେଇ ସେ ଉପସ୍ଥିତ ଅଧିକାରୀମାନଙ୍କୁ ଅଭିଯୋଗ ଜଣାଇଥିଲେ। ଏହାକୁ ନେଇ ସନ୍ଧ୍ୟାରେ ସରପଞ୍ଚଙ୍କ ସ୍ବାମୀ ବଲ୍ଲଭ ବେହେରା ଓ ତାଙ୍କ ସହଯୋଗୀ ଶାନ୍ତନୁକୁମାର ପଣ୍ଡା ଉତ୍ତ୍ୟକ୍ତହୋଇ କବି ରାସ୍ତାରେ ଯାଉଥିବାବେଳେ ଅଟକାଇ ଗାଳିଗୁଲଜ କରିବା ସହ ଧମକଦେଇ ମରଣାତ୍ମକ ଆକ୍ରମଣ କରିଥିଲେ। ଅଚେତ ଅବସ୍ଥାରେ ଗ୍ରାମବାସୀ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଇଥିଲେ। ଅଭିଯୋଗର ତଦନ୍ତ କରି ପୋଲିସ ଦୁଇ ଜଣଙ୍କୁ ଗିରଫ କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନାଥ ସାଜିଲେ ୬ ନିଷ୍ପାପ ଶିଶୁ, ସାହାଯ୍ୟର ହାତ ବଢାଇଲେ ବିଧାୟକ

ଥୁଆମୂଳ ରାମପୁର,୨୧।୧ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଦୁର୍ଗମ କେରପାଇ ଗ୍ରାମପଞ୍ଚାୟତର ମେଲରଫା ଗ୍ରାମରୁ ଏକ ହୃଦୟ ବିଦାରକ ଦୃଶ୍ୟ...

ଛାତ୍ରଙ୍କୁ ମାଡ଼ ମାରି ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ, ଜିଲା ନ ଛାଡ଼ିବାକୁ ନିର୍ଦ୍ଦେଶ

ସୁନ୍ଦରଗଡ଼,୨୧।୧(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ବ୍ଲକରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଛାତ୍ରଙ୍କୁ ମାଡ଼ ମାରିବା ଏବଂ କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ...

ପିକଅପ୍ ଧକ୍କାରେ ଚାହା କେବିନ୍ ସହ ୨ ବାଇକ୍ ଚୁରମାର, ଠାକୁର ପୂଜା କରୁଥିବା ବେଳେ…

ଦିଗପହଣ୍ଡି,୨୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଚିକିଟି ମୁଖ୍ୟରାସ୍ତାର ଦେଓଖାଳି ଛକରେ ସଡ଼କ ଦୁର୍ଘଟଣା । ସକାଳ ପ୍ରାୟ ସାଢ଼େ ୬ ଟାରେ...

ସୁସ୍ଥ ପରିବେଶ ଗଠନ ପାଇଁ ସଚେତନତା, ନୂଆ କମିଟି ଚୟନ….

ରାୟଗଡ଼ା,୨୧।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ହାଲୁଆ ଗ୍ରାମ ନିକଟସ୍ଥ ସେବା ସମାଜ ଗୃହ ଠାରେ ପ୍ରେସ କ୍ଲବର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି...

ମନର ଧାରଣା ନା ସତରେ ଦ୍ରୁତ ବେଗରେ ବାଇକ୍‌ ଚଳାଇଲେ ଅଧିକ ଇନ୍ଧନ ଖର୍ଚ୍ଚ ହୁଏ? ମନରେ ଦ୍ୱନ୍ଦ୍ୱ ଥିଲେ କରନ୍ତୁ ଦୂର…

ନୂଆଦିଲ୍ଲୀ,୨୧।୧: ପ୍ରତ୍ୟେକ ବାଇକ୍‌ ଆରୋହୀଙ୍କ ମନରେ ସାଧାରଣ ପ୍ରଶ୍ନ ଆସେ ଯେ ବାସ୍ତବରେ କ’ଣ ଦ୍ରୁତ ବେଗରେ ଗାଡ଼ି ଚଳାଇଲେ ଅଧିକ ପେଟ୍ରୋଲ ଖର୍ଚ୍ଚ ହୁଏ...

ଭାରତର ୭ ବଡ଼ ବ୍ୟବସାୟୀ ଟ୍ରମ୍ପଙ୍କ ସହ କରିବେ ଡିନର୍‌, ଶକ୍ତି ପ୍ରଦର୍ଶନ କରିବ ଭାରତ

ନୂଆଦିଲ୍ଲୀ,୨୧।୧: ଡାଭୋସରେ ଚାଲିଥିବା ବିଶ୍ୱ ଅର୍ଥନୈତିକ ଫୋରମ (WEF) ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ଭାରତୀୟ ବ୍ୟବସାୟୀଙ୍କୁ ଭେଟିବେ। NDTV ଅନୁଯାୟୀ,...

ଇତିହାସ ରଚିଲା ‘ଭେରୋନିକା’: ବିଶ୍ୱର ପ୍ରଥମ ଗାଈ ଭାବେ କଲା ଏପରି କାରନାମା

ପଶୁ ଜଗତର ବୁଦ୍ଧିମତାକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଅଷ୍ଟ୍ରିଆର ‘ଭେରୋନିକା’ ନାମକ ଏକ ଗାଈ ନିଜର ଚତୁରତା ପାଇଁ ଏବେ ସାରା...

୧୮ରୁ ୫୫ ବର୍ଷୀୟ ଏହି ମହିଳାମାନଙ୍କୁ ସରକାର ଦେବେ ୫୦୦୦ ଟଙ୍କା, ଯୋଜନାର ଲାଭ କିପରି ନେବେ ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୨୧।୧: ଭାରତ ସରକାର ଦେଶର ନାଗରିକଙ୍କ ପାଇଁ ଅନେକ କଲ୍ୟାଣକାରୀ ଯୋଜନା ଚଳାଇଛନ୍ତି। ଏହି ଯୋଜନାଗୁଡ଼ିକ ମଧ୍ୟରୁ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ମାତୃ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri