Categories: ଜାତୀୟ

ଛାତ୍ରୀଛାତ୍ରଙ୍କୁ ଗାଳି କଲେ ଉପମୁଖ୍ୟମନ୍ତ୍ରୀ

ପାଟଣା,୧୬।୧୧: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଦୁଇ ଡେପୁଟି ମଧ୍ୟରୁ ରେଣୁ ଦେବୀ ଆନ୍ଦୋଳନକାରୀ ଛାତ୍ରୀଛାତ୍ରଙ୍କୁ ଆଶଳୀନ ଭାଷାରେ ଗାଳି ଦେଇଥିଲେ। ସମ୍ପୂର୍ଣ୍ଣର ଘଟଣା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭାଜପାର ବରିଷ୍ଠ ନେତ୍ରୀ ନିଜ ନିର୍ବାଚନ ମଣ୍ଡଳୀ ବେଟିୟାକୁ ଯାଉଥିବା ବେଳେ ତାଙ୍କ କାରକୁ ଘେରି ନେଇଥିଲେ ଆନ୍ଦୋଳନକାରୀ କଲେଜ ଛାତ୍ରୀଛାତ୍ର। ଏଥିରେ ଉତ୍ତ୍ୟକ୍ତ ହୋଇ କାର ମଧ୍ୟରେ ଥାଇ ଆନ୍ଦୋଳନକାରୀଙ୍କୁ ଗାଳି ଦେଇଥିଲେ। ଏହି ଘଟଣା ଗତ ୧୨ ତାରିଖରେ ରେଣୁ ଦେବୀଙ୍କ ନିର୍ବାଚନ ମଣ୍ଡଳୀ ବେଟିୟାରେ ଘଟିଥିଲା। ଭିଡିଓରେ ସେ ଏଭଳି ଭାଷାର ବ୍ୟବହାର କରିଥିଲେ, ଯାହାକୁ ଉଲ୍ଲେଖ କରିବା ସମ୍ଭବ ନୁହେଁ।

ଭାଇରାଲ ଭିଡିଓ ଉପରେ ଉପ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୁଜାଫରନଗରକୁ ପରୀକ୍ଷା କେନ୍ଦ୍ର କରିବା ବିରୋଧରେ ମୋ ବ୍ୟକ୍ତିଗତ ମତାମତ ଭାଇରାଲ ହେଉଛି। ମୁଁ ଖରାପ ଶବ୍ଦ ବ୍ୟବହାର କରି ନାହିଁ ଏବଂ ଭବିଷ୍ୟତରେ ମଧ୍ୟ ଭାଷାରେ ଶାଳିନତା ବଜାୟ ରଖିବି।

Share