Posted inଜାତୀୟ

ଗତ ସପ୍ତାହରେ ଉଦ୍ଧବଙ୍କ ଠାକ୍‌ରେ ପାଇଁ କାନ୍ଦୁଥିଲେ, ଆଜି ଦେଲେ ଧୋକା

ମୁମ୍ବାଇ,୪।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ଫ୍ଲୋର ଟେଷ୍ଟର ଗୋଟିଏ ଦିନ ପୂର୍ବରୁ ଉଦ୍ଧବ ଠାକରେଙ୍କୁ ଆଉ ଏକ ଝଟ୍‌କା ଲାଗିଥିଲା। ଉଦ୍ଧବ ସହ ଥିବା ଅନ୍ୟ ଜଣେ ଶିବସେନା ବିଧାୟକ ସିନ୍ଧେ ଦଳରେ ଯୋଗ ଦେଇଥିଲେ। ରବିବାର ବିଳମ୍ବିତ ରାତିରେ ବିଧାୟକ ସନ୍ତୋଷ ବାଙ୍ଗର ମୁମ୍ବାଇର ଏକ ହୋଟେଲକୁ ଯାଇଥିଲେ, ଯେଉଁଠାରେ ନୂତନ ମୁଖ୍ୟମନ୍ତ୍ରୀ ତାଙ୍କ ସମର୍ଥକ ବିଧାୟକଙ୍କ ସହ ରହିଥିଲେ। କୌତୁହଳର ବିଷୟ, ସିନ୍ଧେଙ୍କ ଗୋଷ୍ଠୀରେ ଯୋଗ ଦେଇଥିବା ବିଧାୟକ ସନ୍ତୋଷ ବାଙ୍ଗର ପ୍ରାୟ ଏକ ସପ୍ତାହ ପୂର୍ବରୁ ଉଦ୍ଧବ ଠାକରେଙ୍କୁ ସମର୍ଥନ ଦେବା ପାଇଁ କାନ୍ଦୁଥିଲେ।
ଜୁନ ୨୪ରେ ଏକନାଥ ସିନ୍ଧେଙ୍କ ବିଦ୍ରୋହୀ ଗୋଷ୍ଠୀରେ ଯୋଗଦେବାକୁ ଶିବସେନାର ଅଧିକାଂଶ ବିଧାୟକ ଆସାମର ଗୁଆହାଟୀ ହୋଟଲକୁ ଯାଉଥିଲେ। ସନ୍ତୋଷ ବାଙ୍ଗର ଠାକରେଙ୍କ ସମର୍ଥନରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଏହି ଭିଡିଓରେ ସେ ତାଙ୍କ ନିର୍ବାଚନମଣ୍ଡଳୀରେ କାନ୍ଦି କାନ୍ଦି ଉଦ୍ଧବ ଠାକ୍‌ରେ ପାଖକୁ ଫେରି ଆସିବାକୁ ବିଦ୍ରୋହୀ ବିଧାୟକଙ୍କୁ ନିବେଦନ କରିଥିଲେ। ସେ ଏହି ବିଦ୍ରୋହକୁ ବିଶ୍ୱାସଘାତକତା ବୋଲି କହି ଏକନାଥ ସିନ୍ଧେଙ୍କୁ ଫେରିବାକୁ ଅନୁରୋଧ କରିଥିଲେ। ସନ୍ତୋଷଙ୍କ ପାଖରେ ବସିଥିବା ଜଣେ ସମର୍ଥକ ରୁମାଲରେ ତାଙ୍କ ଗାଲକୁ ପୋଛି ଦେଇଥିଲେ। ବାଙ୍ଗର କହିଥିଲେ, ଉଦ୍ଧବ-ଜି ଠାକରେ, ଆପଣ ଆଗକୁ ଯାଆନ୍ତୁ, ଆମେ ଆପଣଙ୍କ ସହିତ ଅଛୁ।
ହିଙ୍ଗୋଲି ଜିଲାର କଲାମାନୁରୀରୁ ବାଙ୍ଗର ହେଉଛନ୍ତି ବିଧାୟକ। ଏହା ସହିତ ସିନ୍ଧେଙ୍କ ଦଳରେ ବିଧାୟକଙ୍କ ସଂଖ୍ୟା ବର୍ତ୍ତମାନ ୪୦କୁ ବୃଦ୍ଧି ପାଇଛି। ସୋମବାର ଫ୍ଲୋର ଟେଷ୍ଟରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଜିତିଛନ୍ତି। ୨୮୮ ସଦସ୍ୟ ବିଶିଷ୍ଟ ଗୃହରେ ସିନ୍ଧେଙ୍କ ସପକ୍ଷରେ ୧୬୪ ଜଣ ବିଧାୟକ ଭୋଟ ଦେଇଥିବା ବେଳେ ବିରୋଧୀଙ୍କ ପକ୍ଷରେ ୯୯ ଖଣ୍ଡ ଭୋଟ ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ଏଲପିଜିକୁ ନେଇ ରାଜ୍ୟ ସରକାରଙ୍କୁ ମୋଦିଙ୍କ ବଡ଼ ନିର୍ଦ୍ଦେଶ, ଏପ୍ରିଲ ୧୩…

ନୂଆଦିଲ୍ଲୀ,୧୪।୪: ମଧ୍ୟପ୍ରାଚ୍ୟର ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି, ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପେଟ୍ରୋଲ, ଡିଜେଲ କିମ୍ୱା ଅନ୍ୟାନ୍ୟ ପେଟ୍ରୋଲିୟମ ଉତ୍ପାଦର କୌଣସି ଅଭାବ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri