Categories: ଜାତୀୟ

ମନ୍ଦିର ବାହାରେ କଟୁରି ଧରି ଗୋଡାଇଲେ ଆଇଆଇଟି ଗ୍ରାଜୁଏଟ୍‌

ଲକ୍ଷ୍ନୌ,୪।୪: ଉତ୍ତରପ୍ରଦେଶର ଗୋରଖନାଥ ମନ୍ଦିର ବାହାରେ ଜଣେ ଆଇଆଇଟି ଗ୍ରାଜୁଏଟ୍‌ ଏକ କଟୁରିରେ ଦୁଇ ପୋଲିସ କର୍ମୀଙ୍କୁ ଆକ୍ରମଣ କରିଛନ୍ତି। ଏଥିସହିତ ସେ ଧାର୍ମିକ ସ୍ଲୋଗାନ ଦେଇ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହାପରେ ତାଙ୍କଠାରୁ ଅସ୍ତ୍ର ଛଡ଼ାଇ ନେଇଥିଲେ ଉପସ୍ଥିତ ଲୋକେ।

ଘଟଣାର ଭିଡିଓରେ ମନ୍ଦିର ବାହାରେ ଇଞ୍ଜିନିୟର କଟୁରି ଧରି ସ୍ଲୋଗାନ ଦେଉଥିବା ଦେଖିବାକୁ ମିଳୁଛି। ଉପସ୍ଥିତ ଲୋକେ ଆକ୍ରମଣକାରୀଙ୍କ ଉପରେ ଟେକା ମାଡ଼ ମଧ୍ୟ କରିଥିଲେ। ଉକ୍ତ ବ୍ୟକ୍ତିଙ୍କୁ ଅହମ୍ମଦ ମୁର୍ତାଜା ଆବାସି ଭାବେ ପୋଲିସ ଚିହ୍ନଟ କରାଯାଇଛି।

ମୁର୍ତାଜା ଗୋରଖପୁର ବାସିନ୍ଦା ଏବଂ ସେ ଆଇଆଇଟି (ଇଣ୍ଡିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜି) ବମ୍ବେ ଭଳି ସମ୍ମାନଜନକ ଶିକ୍ଷାନୁଷ୍ଠାନରେ ପଢ଼ିଛନ୍ତି। ୨୦୧୫ରେ ସେ ଗ୍ରାଜୁଏଶନ ଶେଷ କରିଥିଲେ। ତାଙ୍କ ପାଖରୁ ଏକ ଲାପଟପ ଏବଂ ଫୋନ ସହ ଏକ ଟିକେଟ୍‌ ମିଳିଛି। ତଦନ୍ତ ଚାଲିଛି। ଏହା ଏକ ଆତଙ୍କବାଦୀ ଆକ୍ରମଣ ହୋଇପାରେ। ଏହି ମାମଲାର ତଦନ୍ତଭାର ଆଣ୍ଟି ଟେରର ସ୍କ୍ବାଡ୍‌କୁ ଦିଆଯିବ ବୋଲି ଏଡିଜି ଅଖିଲ କୁମାର କହିଛନ୍ତି।

Share