ଜନ୍ମଦିନରେ ଏକ ହେବେ କି ବାବୁସାନ୍‌-ତୃପ୍ତି

ଭୁବନେଶ୍ୱର,୩୦ା୭(ବ୍ୟୁରୋ): ଆଜି ଅଭିନେତା ବାବୁସାନ୍‌ ମହାନ୍ତିଙ୍କ ଜନ୍ମଦିନ। ନିକଟରେ ଘଟିଯାଇଥିବା ପାରିବାରିକ ବିବାଦ ପରେ ଜନ୍ମଦିନରେ ପୁଣିଥରେ ବାବୁସାନ୍‌-ତୃପ୍ତି ଏକାଠି ହେବେ କି, ଏହାକୁ ନେଇ ତାଙ୍କ ପ୍ରଶଂସକଙ୍କ ମନରେ ଉତ୍ସାହ ବଢ଼ିଯାଇଛି। ବିବାଦ ଭୁଲି ପୂର୍ବ ସମ୍ପର୍କକୁ ଉଭୟ ନୂଆ କରି ସଜାଡିବେ କି ନାହିଁ ଏବେ ପ୍ରଶ୍ନ ଉଠିଛି। ତେବେ ବରମୁଣ୍ଡାସ୍ଥିତ ଘରେ ବିଳମ୍ବିତ ରାତିରେ ବାବୁସାନ୍‌ କେକ୍‌ କାଟି ସେଲିବ୍ରେଶନ କରିଥିବା ସୂଚନା ମିଳିଛି। ଅଭିନେତା ରବି ମିଶ୍ର, ନିର୍ଦ୍ଦେଶକ ଅଶୋକ ପତି ଓ ପରିବାର ଲୋକଙ୍କ ସହିତ ଥିଲେ ବାବୁସାନ୍‌।
ଆଜି ପତ୍ନୀ ତୃପ୍ତି ଓ ପୁଅଙ୍କ ସହିତ ଜନ୍ମଦିନ ପାଳନ କରିବି। ଯଦି ସେମାନେ ନ ଆସିଲେ ମୁଁ ପତ୍ନୀଙ୍କ ଘରକୁ ଯିବି। ଏପରିକି କେକ୍‌ଠାରୁ ପତ୍ନୀ ଓ ପୁଅ ବଡ଼ ବୋଲି କହିଛନ୍ତି ବାବୁସାନ୍‌।