ତେଜିଲା ବ୍ୟାନ୍ ବିବାଦ: ଗଣମାଧ୍ୟମ ଆଗରେ ଜବାବ ରଖିଲେ ମନୋଜ, କହିଲେ-‘ମୁଁ ଟୁଟୁ ନାୟକଙ୍କୁ ବ୍ୟାନ୍ କରୁଛି’

ଭୁବନେଶ୍ୱର,୨୮/୧୦: ଓଡ଼ିଆ ଫିଲ୍ମ ପ୍ରଯୋଜକ ସଂଘ ମିଶ୍ରଙ୍କୁ ବ୍ୟାନ କରିବା ଘଟଣାକୁ ନେଇ ବିବାଦ ବଢିଚାଲିଛି। ଗତ ଦୁଇ ଦିନ ହେବ ବିଭିନ୍ନ ଲୋକେ ଏହି ପ୍ରସଙ୍ଗରେ ବୟାନ ଦେବା ମଧ୍ୟରେ ବଲାଙ୍ଗୀରି ବିଧାୟକ ନରସିଂହ ମିଶ୍ରଙ୍କ ବୟାନ ଏହି ଘଟଣାକୁ ଅଧିକ ବିବାଦ ଘେରକୁ ନେଇଯାଇଛି।

ସେହିପରି ଘଟଣାରେ ପୂର୍ବରୁ ମୁହଁ ଖୋଲିଥିବା ମନୋଜ ଶନିବାର ଏକ ସାମ୍ବାଦିକ ସମ୍ମିଳନୀ କରି ଘଟଣା ସମ୍ପର୍କରେ ବୟାନ ରଖିଛନ୍ତି। ମନୋଜ କହିଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରୀ କହିଲେ କଟକ, ଭୁବନେଶ୍ୱରକୁ ବୁଝେନାହିଁ। ଫିଲ୍ମ ଇଣ୍ଡଷ୍ଟ୍ରୀ ସାରା ଓଡ଼ିଶାର, ମୁଁ ଜଣେ ଓଡ଼ିଆ । ମୋତେ ବ୍ୟାନ୍ କରାଯାଇଛି ବୋଲି କିଛି ଚିଠି ପାଇନି। ଟୁଟୁ ନାୟକ ବ୍ୟାନ୍ କରାଯାଇଥିବା ଖବର ମିଡିଆରେ କହିଛନ୍ତି । ତେବେ ମୁଁ ସେହି ଟୁଟୁ ନାୟକଙ୍କୁ ବ୍ୟାନ୍ କରୁଛି । ଟୁଟୁ ନାୟକଙ୍କ କୌଣସି ଫିଲ୍ମରେ ଅଭିନୟ କରିବିନି । ଏହା ସହିତ ମନୋଜ ପ୍ରଶ୍ନ କରିଛନ୍ତି କି ସେ ମୋତେ ବ୍ୟାନ୍ କରିବାକୁ କିଏ ? ତେବେ ଅନୁଭବ, ଅରିନ୍ଦମ ଟୁଟୁ ନାୟକ ଚକ୍କରରେ ପଡ଼ି ଯାଇଥିବା ମନୋଜ କହିଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ମନୋଜ ଅନେକ ଉତ୍ତର ରଖିଥିଲେ ମଧ୍ୟ ସାମ୍ବାଦିକଙ୍କ ପ୍ରଶ୍ନକୁ ସାମ୍ନା କରିନପାରି ଉଠି ଚାଲିଯାଇଥିଲେ। କିଛି ସାମ୍ବାଦିକ ନରସିଂହ ମିଶ୍ରଙ୍କ କଥା ପଚାରିବାରୁ ଉତ୍ତର ନଦେଇ ଉଠିଗଲେ ମନୋଜ ଉଠିପଳାଇଥିଲେ। ତେବେ ମନୋଜ କେବଳ ଏତିକି କହିଥିଲେ ଯେ, ଏହା ସେମାନେ ନିଜ ନିଜ ପ୍ରତିକ୍ରିୟା ଯାହା ସେମାନେ ନିଜସ୍ୱ ଢଙ୍ଗରେ ଦେଉଛନ୍ତି।

ତେବେ ମନୋଜଙ୍କ ଏହି ବୟାନ ପରେ ପୁଣି ମନ୍ତବ୍ୟ ଦୋହରାଇଥିଲେ କଂଗ୍ରେସ ନେତା ନରସିଂହ ମିଶ୍ର, କହିଛନ୍ତି । ଏହା ସହିତ ସେ କହିଛନ୍ତି ଯେ, ଅଭିନେତା ମନୋଜ ମିଶ୍ରଙ୍କୁ ବାସନ୍ଦ କରିବା ଦୁର୍ଭାଗ୍ୟଜନକ । ଏଥିରୁ ପଶ୍ଚିମ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ସ୍ପଷ୍ଟ ହେଉଛି ।